Posted inଖେଳ

ଜାତୀୟ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ: ଅରୁଣାଚଳର ବୃହତ୍‌ ବିଜୟ

ସୁନ୍ଦରଗଡ,୧୬ା୧୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା କ୍ରୀଡା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ଷ୍ଟାଡିୟମରେ ଚାଲିଥିବା ୨୮ତମ ଜାତୀୟ ମହିଳା ଫୁଟ୍‌ବଲ ଚାମ୍ପିୟନଶିପର ତୃତୀୟ ଦିନରେ ଅରୁଣାଚଳ ପ୍ରଦେଶ ବୃହତ ବିଜୟ ହାସଲ କରିଥିବା ବେଳେ ଗୋଆ ଓ ଗୁଜରାଟ ପଏଣ୍ଟ ବାଣ୍ଟିଛନ୍ତି। ପ୍ରଥମ ମ୍ୟାଚ ଅରୁଣାଚଳ ପ୍ରଦେଶ ଓ ମେଘାଳୟ ମଧ୍ୟରେ ଖେଳା ଯାଇଥିଲା। ଅରୁଣାଚଳ ପ୍ରଦେଶ ପକ୍ଷରୁ ୟୁମଲାମ ଲାଲି(୧୯,୫୫,୬୦ଓ ୮୭ମିନିଟ)ରେ ୪ଟି ଗୋଲ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଇ ରୁମି (୬୪ ମିନିଟ),ଜିଆନି ରାମଚିଙ୍ଗ (୯୦+୧ମିନିଟ)ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମେଘାଳୟ ତରଫରୁ ମାରବ୍ରିନ ନୋଙ୍ଗରୁମ (୫୭ମିନିଟରେ)ଏକ ମାତ୍ର ଗୋଲ ଦେଇଥିଲେ। ଅରୁଣାଚଳ ପ୍ରଦେଶ ୬-୧ରେ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଛି।

ଅପରାହ୍ନରେ ଶକ୍ତିଶାଳୀ ଗୋଆ ଓ ଗୁଜରାଟ ଦଳ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ୧-୧ରେ ଡ୍ର ରହିଥିଲା। ଗୋଆ ଦଳର ପର୍ଲ ଫର୍ନାଣ୍ଡେସ୍‌ ୩୧ ମିନିଟରେ ଗୋଲ ଦେଇ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟାର୍ଦ୍ଧର ୬୮ ମିନିଟରେ ଗୁଜରାଟ ଦଳର ଭାରତୀ ବରୋଟ ଏକ ଚମତ୍କାର ଗୋଲ ଦେବା ଫଳରେ ମ୍ୟାଚ୍‌ଟି ୧-୧ରେ ଶେଷ ହୋଇଥିଲା। ଆସନ୍ତା ୧୯ ତାରିଖ ସକାଳ ୧୦ଟାରେ ଓଡିଶା ଓ ଗୁଜରାଟ ତଥା ଅପରାହ୍ନ ୨ଟା ୩୦ରେ ଗୋଆ ଓ ମେଘାଳୟ ମଧ୍ୟରେ ମ୍ୟାଚ ହେବ। ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ମେରୀଜନ ବାଗେ, ବିମଲ ବୋଷ, ଜୟଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ରବି ମହାପାତ୍ର, ନିତ୍ୟ କୁମାର ବଳ,ସୁଶୀଲ ପଟେଲ, ଆଶିଷ ଦେ,ପ୍ରସାଦ ନାଏକ, ଅଜୟ ବହିଦାର ପ୍ରମୁଖଙ୍କ ନେୃତୃତ୍ୱରେ ଖେଳ ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

ଏମିତି ରେକର୍ଡ କଲେ ସ୍ମୃତି ମନ୍ଧାନା, କୋଶେ ଦୂରରେ ରିହିବେ ପୁରୁଷ କ୍ରିକେଟର

ନୂଆଦିଲ୍ଲୀ,୧୮।୬: ସ୍ମୃତି ମନ୍ଧାନା ଆଇସିସି ମହିଳା ବିଶ୍ୱକପ 2026 ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ; ପାକିସ୍ତାନ ବିପକ୍ଷରେ ୬୮ ରନର ଇନିଂସ ପରେ,…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri