Posted inଜାତୀୟ

ନ୍ୟାୟିକ ଅଧିକାରୀଙ୍କ ଭାବମୂର୍ତ୍ତି ବଦନାମ କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ରହିଛି: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୫ : ଆଜିକାଲି ସୋସିଆଲ ମିଡିଆ ଲୋକଙ୍କୁ ଅପମାନିତ କରିବା ପାଇଁ ଏକ ପ୍ଲାଟଫର୍ମରେ ପରିଣତ ହୋଇଛି। ଲୋକମାନେ ଏହାର ଅପବ୍ୟବହାର କରି ନ୍ୟାୟିକ ଅଧିକାରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ଏକ ରାୟକୁ ସୁପ୍ରିମକୋର୍ଟ ସମର୍ଥନ କରି ସ୍ପଷ୍ଟ କରିଛନ୍ତି ସୋସିଆଲ ମିଡିଆ ବ୍ୟବହାର କରି ନ୍ୟାୟିକ ଅଧିକାରୀଙ୍କୁ ବଦନାମ କରାଯାଇପାରିବ ନାହିଁ।

ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ଜିଲା ଜଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବାରୁ ଆବେଦନ କାରୀଙ୍କୁ ୧୦ ଦିନ ଜେଲ ଦଣ୍ଡାଦେଶ ହୋଇଛି। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ମଙ୍ଗଳବାର ସୁପ୍ରିମକୋର୍ଟ ସମାନ ଆବେଦନ ଉପରେ ଶୁଣାଣି କରିଥିଲେ।

ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ଅବକାଶ ବେଞ୍ଚ କହିଛନ୍ତି ଏଥିରେ ାଶୀର୍ଷକୋର୍ଟ ହସ୍ତକ୍ଷେପ କରିବାକୁ ଚାହୁଁନାହାଁନ୍ତି। ଏହା ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବା ଉଚିତ। ବେଞ୍ଚ କହିଛନ୍ତି ଯଦି ଆପଣଙ୍କୁ ନିଜ ପସନ୍ଦର ନ୍ୟାୟ ମିଳେ ନାହିଁ ଆପଣ ଉଚ୍ଚକୋର୍ଟକୁ ଆସିବେ। ଏହାର ଅର୍ଥ ନୁହେଁ ଆପଣ ନ୍ୟାୟିକ ଅଧିକାରୀଙ୍କୁ ବଦନାମ କରିବେ।

ଜଷ୍ଟିସ ତ୍ରିବେଦୀ କହିଛନ୍ତି ଜଣେ ନ୍ୟାୟିକ ଅଧିକାରୀଙ୍କ ବିରୋଧରେ କୌଣସି ଅଭିଯୋଗ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବା ଉଚିତ। ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶରେ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଛନ୍ତି ଏହା ବ୍ୟକ୍ତିଗତ ସ୍ବାଧୀନତା ସହ ଜଡିତ ଏବଂ ଆବେଦନକାରୀ ମେ ୨୭ ପୂର୍ବରୁ ଜେଲରେ ଥିଲେ। ଏହା ଉପରେ ବେଞ୍ଚ କହିଛନ୍ତି ଆମେ ଦୟା ପାଇଁ ନାହୁଁ, କିନ୍ତୁ ସଠିକ ନିଷ୍ପତ୍ତି ନେବାକୁ ଏଠାରେ ଅଛୁ।

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ହାଇକୋର୍ଟ ଜିଲା ଜଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ଅବମାନନା ମାମଲାରେ କୃଷ୍ଣ କୁମାର ରଘୁବଂଶୀଙ୍କୁ ୧୦ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା।

ଅଦାଲତର ଅବମାନନା ଧାରା ୧୫ (୨) ଅନୁଯାୟୀ ଅତିରିକ୍ତ ଜିଲ୍ଲା ଜଜ ଏସପିଏସ ବାନ୍ଦେଲାଙ୍କ ଦ୍ୱାରା ଦିଆଯାଇଥିବା ଏକ ସୂଚନାର ଉତ୍ତରରେ ରଘୁବଂଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ମନ୍ଦିର ବିବାଦରେ ଅଦାଲତର ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ହ୍ବାଟସ ଆପ ମାଧ୍ୟମରେ କୋର୍ଟର ଭାବମୂର୍ତ୍ତି ତଥା ପ୍ରତିଷ୍ଠାକୁ ବଦନାମ କରୁଥିବା ଚିଠିର ପ୍ରସାରଣ ଉପରେ ମାମଲା ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?