ସଚେତନ ହେବା ଆବଶ୍ୟକ

ଜଣେ ବ୍ୟକ୍ତିର ଅର୍ଥ ଦେବା ନେବା କଥାର ସତ୍ୟତା, ଅନ୍ୟ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରାକୁ ନେଇ ତା’ର ଇଜ୍ଜତକୁ ମପାଯାଇଥାଏ। ଠିକ୍‌ ସେହିପରି ଗୋଟିଏ ସରକାରଙ୍କ ଅର୍ଥନୀତି, ଜନସାଧାରଣଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଓ କ୍ରିୟାକଳାପକୁ ନେଇ ତା’ର ଇଜ୍ଜତ ଥିବା ନ ଥିବା କୁହାଯାଇପାରେ। କେବଳ ମଣିଷମାନଙ୍କ କ୍ରିୟା, କର୍ମର ସ୍ବରୂପ ଓ ଶୈଳୀ ମଧ୍ୟରୁ ଇଜ୍ଜତ ବା ମହତ୍ତ୍ୱ ଅନୁଭବ କରାଯାଇପାରେ। ଠିକ ବ୍ୟକ୍ତିମାନଙ୍କ ଭଳି ଶାସକ ମାନଙ୍କ ରାଷ୍ଟ୍ରୀୟ କାର୍ଯ୍ୟକଳାପକୁ ନେଇ ଇଜ୍ଜତ ଥିବା ନ ଥିବା ଅନୁଭୂତ ହୁଏ। ଯେଉଁମାନେ ବିଶ୍ୱାସ କରନ୍ତି ବ୍ୟକ୍ତିର ଅନ୍ତରାମତ୍ା ପରି ଦେଶ ଓ ଜାତିର ଏକ ଏକ ଅନ୍ତରାମତ୍ା ରହିଛି, ସେମାନଙ୍କ ଭିତରେ ଏପରି ଭାବନା ଆସିବା ସ୍ବାଭାବିକ ଦେଶର ଅଗ୍ରଗତି ଓ ବିକାଶ ଧାରାରେ ସେହି ଅନ୍ତରାମତ୍ାର ଇଚ୍ଛାକୁ ପ୍ରତିଫଳିତ କରୁଛି କି ନାହିଁ। ଦେଶର ଜାତୀୟ ଜୀବନ ଓ ଶାସକମାନଙ୍କ କ୍ରିୟାକଳାପରୁ ଜଣାପଡେ ଦେଶର ଅନ୍ତରାମତ୍ା ପ୍ରତିଫଳିତ କି ନା। ଦେଶର ବାହ୍ୟ କ୍ଷେତ୍ରରେ ଯେତେ ଯାହା ବିକାଶ ବା ସାଫଲ୍ୟ ହେଉ ନା କାହିଁକି ଯଦି ସେଗୁଡିକ ଦେଶର ଅନ୍ତରାମତ୍ାର ଅନୁକୂଳ ନ ହେଲା ତା’ ହେଲେ ଦେଶର ଇଜ୍ଜତ ଲୁଣ୍ଠିତ ହୁଏ। ତାହା ଡାକିଆଣେ ନାନା ପତନ ତଥା ଭ୍ରଷ୍ଟାଚାରକୁ। ଯେଉଁ ଲକ୍ଷଣଗୁଡ଼ିକ ଦେଖି ଏହା ବିଚାର କରାଯାଇପାରେ ତାହା ହେଲା ସେହି ଦେଶର ଓ ତା’ର ଜନସାଧାରଣଙ୍କ ଜୀବନରେ ଶାନ୍ତି, ସନ୍ତୋଷ, ପରସ୍ପର ପ୍ରତି ଶ୍ରଦ୍ଧା, ବିଶ୍ୱାସ,ଏକତା ଓ ସୁସମଞ୍ଜସ୍ୟତା ଆଦି ଗୁଣ ଓ ଭାବଗୁଡ଼ିକ ପ୍ରକାଶ ପାଉଛି ନା ଅଶାନ୍ତି, ଉଦ୍‌ବେଗ, ଉତ୍ତେଜନା, ବିବାଦ, ସଂଘର୍ଷ, ଅସ୍ଥିରତା ପରସ୍ପର ପ୍ରତି ସନ୍ଦେହ, ଅବିଶ୍ୱାସ, ଅନୈକ୍ୟ ଓ ଅନିଶ୍ଚିତତାର ଭାବଗୁଡ଼ିକ ପ୍ରକାଶ ପାଉଛି। ବ୍ୟକ୍ତି ଜୀବନରେ ଯେମିତି ଦେଶର ଜୀବନରେ ସେମିତି। ବାହ୍ୟ ସାଫଲ୍ୟ ଭିତରୁ ନୁହେଁ ଅନ୍ତରର ଶାନ୍ତି, ସନ୍ତୋଷ ଭିତରୁ ହିଁ ଆମେ ଖୋଜିବୁ ଆମ ସାମୂହିକ ଜାତୀୟ ଜୀବନର ସାର୍ଥକତା।
ଆମ ଦେଶର ଆର୍ଥିକ ବିକାଶ ଓ ଅଗ୍ରଗତିର ବହୁ କ୍ଷେତ୍ରମାନ ରହିଛି। ଆର୍ଥିକ ବିକାଶ ପାଇଁ ସରକାର ସବୁବେଳେ ତପତ୍ର ରୁହନ୍ତି। ଆର୍ଥିକ କ୍ଷେତ୍ରରେ ଭାରତର ବିକାଶ କିନ୍ତୁ ଏକ ସୁଷମ ବିକାଶ ନୁହେଁ। ଏଥିରେ ରହିଛି ବହୁ ବୈଷମ୍ୟ,ବୈପରିତ୍ୟ ଓ ଅନିଶ୍ଚିତତା। ଧନୀ ଓ ଦରିଦ୍ର ମଧ୍ୟରେ ବ୍ୟବଧାନ ବଢ଼ି ଚାଲିଛି। ଦେଶର ଜନସାଧାରଣଙ୍କ ମଧ୍ୟରୁ ୨୬ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ମୁଷ୍ଟିମେୟ ଧନୀ ଲୋକଙ୍କ ବିଳାସବ୍ୟସନ, ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ, ଶୀତତାପ ନିୟନ୍ତ୍ରିତ କୋଠାବାଡ଼ି ଓ ଗାଡ଼ି ମୋଟର ବ୍ୟବହାର ବହୁ ଗୁଣରେ ବଢ଼ି ଚାଲିଛି। ଗ୍ରାମାଞ୍ଚଳ ଗରିବ ଅଧିବାସୀମାନଙ୍କର ଦୁଃଖ ଦୁର୍ଦ୍ଦଶା ଓ ଅନିଶ୍ଚିତ ଭବିଷ୍ୟତ ସେହିଭଳି ରହିଛି। ଏସବୁ ବିଷୟରେ ଚିନ୍ତାକରି ସମାଧାନ ଖୋଜିବା ଓ ଆବଶ୍ୟକ ପଦକ୍ଷେପ ନେବା ଯେଉଁମାନଙ୍କଠାରୁ ଆଶା କରାଯାଏ, ଦେଶର ସେହି ରାଜନୈତିକ ନେତୃତ୍ୱ ତାହା ଶାସକ ଦଳ ହେଉ ବା ବିରୋଧୀ ଦଳ ହେଉ ଦେଶବାସୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛି। ସେମାନେ ସମସ୍ତେ କେବଳ ନିଜର ଓ ନିଜ ଦଳର ସ୍ବାର୍ଥ ନେଇ ବ୍ୟସ୍ତ। କୌଣସି ଆଦର୍ଶ ବା ଦେଶ ସେବା ପାଇଁ ନୁହେଁ, କଳେ ବଳେ କୌଶଳେ କିପରି କ୍ଷମତାସୀନ ହେବେ, ସମସ୍ତ ଶକ୍ତି କେବଳ ତହିଁରେ ନିୟୋଜିତ କରୁଛନ୍ତି। ବର୍ତ୍ତମାନ ରାଜନୀତିର ଯେଉଁ ଆଚରଣ ଦେଖିବାକୁ ମିଳୁଛି ତାହା ମିଥ୍ୟାଚାର, ପ୍ରବଞ୍ଚନା, ଅନ୍ୟାୟ, କ୍ଷମତାର ଅପପ୍ରୟୋଗ ଓ ହିଂସା ଦ୍ୱାରା ଅଧିକୃତ; ଯେଉଁଥିରେ ରାଜନେତାଙ୍କ ଇଜ୍ଜତ ତଳେ ପଡ଼ିଯାଉଛି। ଶାସନ କ୍ଷେତ୍ରରେ ଅନାଚାର ଓ ଦିଗଭ୍ରଷ୍ଟ ଅନିଶ୍ଚିତତାର ଭାବ ଆମ ଜାତୀୟ ଜୀବନକୁ ଗ୍ରାସକଲାଣି।
ଏ ସବୁ ପଛରେ ରହିଥିବା ମୁଖ୍ୟ କାରଣ ହେଲା ନିଜ ଦେଶର ଐତିହ୍ୟ, ପରମ୍ପରା ଓ ସ୍ବଧର୍ମକୁ ଛାଡ଼ି ପାଶ୍ଚାତ୍ୟ ଦେଶଗୁଡ଼ିକର ସମୃଦ୍ଧି ଓ ଭୋଗ ସର୍ବସ୍ବ ସଭ୍ୟତାରେ ପ୍ରଲୋଭିତ ହୋଇ ସେହି ଦେଶଗୁଡ଼ିକୁ ଆଦର୍ଶ ବୋଲି ଗ୍ରହଣ କରି ନେଇଛୁ। ସେହିମାନଙ୍କ ଢାଞ୍ଚାରେ ପୁଞ୍ଜିିବାଦର ଅବାଧ ବିକାଶକୁ ଆମେ ଦେଶର ଅବାଧ ବିକାଶକ ଏବଂ ଆମ ଦେଶର ଅଗ୍ରଗତି ପାଇଁ ମୁଖ୍ୟ ନୀତି ଓ ପ୍ରଧାନ ତତ୍ତ୍ୱ ରୂପେ ଗ୍ରହଣ କରି ବସିଲୁ। ଯେଉଁ ସମାଜରେ ପୁଞ୍ଜି ଲଗାଣ ଓ ଲାଭ ଦ୍ୱାରା ବିପୁଳ ଅର୍ଥ ଉପାର୍ଜନ କରାଯାଏ ସେଠାରେ ଏକ ଭୋଗ ସର୍ବସ୍ବ ସଭ୍ୟତା ଗଢ଼ି ଉଠେ। ଦେଶରେ ଅର୍ଥନୈତିକ ବୈଷମ୍ୟ ଦୂରକରିବାରେ କେହି ମୁଣ୍ଡ ଖେଳାଇଲେ ନାହିଁ। ଏହି ବିପଦ ସମ୍ପର୍କରେ ମହାନ୍‌ ଯୋଗୀ ଶ୍ରୀଅରବିନ୍ଦ ବହୁ ଆଗରୁ କହିଯାଇଛନ୍ତି, ଭାରତ ଆଗରେ କେତେକ ଗଭୀରତର ପ୍ରଶ୍ନ ରହିଛି। ଯେହେତୁ ପ୍ରଲୋଭନର ପଥ ଅନୁସରଣକରି ଅନ୍ୟ ଦେଶ ସମକକ୍ଷ ଦେଶରେ ପରିଣତ ହୋଇ ପାରେ। ଭାରତ ମଧ୍ୟ ବିପୁଳ ଶିଳ୍ପ, ବାଣିଜ୍ୟ,ସାମାଜିକ ତଥା ରାଜନୈତିକ ଜୀବନର ଏକ ଶକ୍ତିଶାଳୀ ସଙ୍ଗଠନକୁ ରୂପ ଦେଇପାରେ,ଏକ ବିପୁଳ ସାମରିକ ଶକ୍ତିରେ ସଜ୍ଜିତ ହୋଇ ବିଶ୍ୱର କ୍ଷମତାସମ୍ପନ୍ନ ରାଜନୀତିରେ ଅଂଶ ଗ୍ରହଣ କରିପାରେ। କିନ୍ତୁ ଏହି ଆଡ଼ମ୍ବର ଓ ଅଗ୍ରଗତି ଭିତରେ ନିଜର ସ୍ବଧର୍ମ ଲୋପପାଇବାର ବିପଦ ପ୍ରତୀୟମାନ ହୁଏ। ଆଜିର ଶାସକମାନେ ପାଶ୍ଚାତ୍ୟ ଦେଶକୁ ଅନୁସରଣକରି ଚାଲୁଛନ୍ତି। କିନ୍ତୁ ଭାରତୀୟ ଗଣତନ୍ତ୍ରରେ ଏକ ସ୍ବତନ୍ତ୍ରତା ରହିଛି। ତାହା ହେଲା ରାଷ୍ଟ୍ରମଙ୍ଗଳ ଚିନ୍ତା, ଏହି ଚିନ୍ତାଧାରାରେ ଶାସକମାନେ ପରିଚାଳିତ ହେବା କଥା। ପାଶ୍ଚାତ୍ୟ ଆଦର୍ଶରେ ଅନୁପ୍ରାଣୀତ ଶାସକ ରାଷ୍ଟ୍ରମଙ୍ଗଳ କଥାକୁ ଭୁଲିଯିବା ସ୍ବାଭାବିକ। ବିଶ୍ୱ ରାଜନୀତିରେ ପାଦଦେବା ପାଇଁ ଭାରତର ଶାସକମାନେ ବାର୍ଷିକ ବଜେଟକୁ ବୃଦ୍ଧିକରି ଚାଲିଛନ୍ତି। କିନ୍ତୁ ସେମାନେ ଚିନ୍ତା କରନ୍ତି ନାହିଁ ଋଣ କରି ଘିଅ ପିଇବାରେ କୌଣସି ମାନେ ନ ଥାଏ। ତାହା ଭାରତବାସୀଙ୍କ ପାଇଁ ଦୁଃଖର ବିଷୟ। ଦେଶର ବିକାଶ, ଏକତା, ପ୍ରଗତିର ଆବଶ୍ୟକତା ଅଛି। କିନ୍ତୁ ଏହି ଚିନ୍ତାଧାରା ଆମ ମଧ୍ୟରେ ଯେଉଁ ଉଦ୍ଦୀପନା ସୃଷ୍ଟି କରିବା କଥା ତାହା କରିପାରୁ ନାହିଁ। ସେଥିପାଇଁ ପ୍ରତ୍ୟେକ ସରକାରଙ୍କ ଅମଳରେ ଗୋଟିଏ ଗୋଟିଏ ନୂଆ କୌଶଳ ଅବଲମ୍ବନ କରାଯାଉଥିବା ଅନୁଭୂତ ହୁଏ। ସେହି କୌଶଳଟି ହେଉଛି କିପରି କେଉଁ ଉପାୟ ବା ପ୍ରଲୋଭନରେ ଭୋଟ ବ୍ୟାଙ୍କ ତିଆରି ହୋଇ ପାରିବ। ଏଥିପାଇଁ ପ୍ରତ୍ୟେକ ସରକାର ଗୋଟିଏ ଶଗଡ଼ଗୁଳା ଭିତରେ ଗତି କରିଥାଆନ୍ତି। ଦଳୀୟ ସ୍ବାର୍ଥ, କୌଶଳ, ପ୍ରଲୋଭନ ବ୍ୟତିରେକେ ସରକାର ରାଷ୍ଟ୍ରମଙ୍ଗଳ କଥା ଚିନ୍ତା କରିବା ଓ କାର୍ଯ୍ୟ କରିବା ଉପରେ ଶାସକମାନଙ୍କ ଇଜ୍ଜତ ନିର୍ଭରକରେ।
ସମ୍ପାଦକ, ଅଖିଳଚକ୍ର,ଓଡ଼ିଶା
ମୋ-୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?