Posted inଜାତୀୟ

ଡିଜେ ଜେନେରେଟରରୁ ଲାଗିଲା କରେଣ୍ଟ: ୧୦ କାଉଡିଆ ମୃତ

କୋଲକାତା,୧ ।୮: ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଜଳଲାଗି କରିବାକୁ ଯାଉଥିବା ୧୦ ଶିବଭକ୍ତ(କାଉଡିଆ)ଙ୍କର କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଶ୍ରାବଣ ସୋମବାରରେ ଶିବଙ୍କୁ ଜଳଲାଗି କରିବାକୁ କାଉଡିଆମାନେ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ଯାଉଥିବା ଗାଡିରେ ଡିଜେ ଲାଗାଯିବା ସହ ଜେନେରେଟର ଲଗାଯାଇଥିଲା । ଜେନେରେଟର ପାୱାରରେ ସର୍ଟ ସର୍କିଟ ହେବାରୁ ଗାଡିରେ କରେଣ୍ଟ ଆସିଯାଇଥିଲା । ଫଳରେ ପିକଅପରେ ଥିବା ଯାତ୍ରୀଙ୍କୁ କରେଣ୍ଟ ଲାଗିଥିଲା । ଏଥିରେ ଥିବା ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ୧୬ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି ।
ଏଏନଆଇର ରିପୋର୍ଟ ଅନୁଯାୟୀ, ପିକଅପରେ ୨୭ଜଣ ଯାତ୍ରା କରୁଥିଲେ । ୧୬ ଆହତଙ୍କୁ ଜଲପାଇଗୁଡି ହସ୍ପିଟାଲକୁ ରେଫର କରି ଦିଆଯାଇଛି । ପୋଲିସର ସୂଚନା ଅନୁଯାୟୀ, ପିକଅପରେ କରେଣ୍ଟ ଆସିଯିବାରୁ ଏହି ଦୁର୍ଘଟଣା ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ...

ଟିଏମ୍‌ସି ହାତ ଧରିଲେ ଏହି କ୍ରିକେଟର, ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

କୋଲକାତା,୨୪।୨: ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ହୁଗୁଳୁ ଜିଲାରେ ହୋଇଥିବା ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ...

ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ

ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬...

ଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କୋଲକାତା/ନୂଆଦିଲ୍ଲୀ,୨୩ା୪: ଭାରତ କୋଭିଡ୍‌-୧୯କୁ ପରାଜିତ କରିଦେଇଛି ବୋଲି ଅନେକଙ୍କ ଭ୍ରାନ୍ତ ଧାରଣା ଥିଲା। ଏବେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସରିଯାଇଛି ଆଉ ଶବାଗାରରେ ଗଦାଗଦା ମୃତଦେହ ପଡ଼ିରହିଛି।...

ଉନ୍ନାଓ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ସିବିଆଇ ଟିମ୍‌

ରାଏବରେଲି,୩୧।୭: ଏକ କାର୍‌ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାର ଯାଞ୍ଚ୍‌ ପାଇଁ ସିବିଆଇ ୧୨ ଜଣିଆ ଟିମ୍‌ ଘଟଣାସ୍ଥଳରେ...

୨୯ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ବନ୍ଦ କଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ,୧।୩: ସୁରକ୍ଷା ଦୃଷ୍ଟିରୁ ହ୍ବାଟ୍‌ସଆପ୍‌ ପ୍ରାୟ ୨୯ ଲକ୍ଷ ୧୮ ହଜାର ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତ ସରକାର ଏବଂ ହ୍ବାଟସଆପ୍‌ର ନୀତି ଉଲ୍ଲଂଘନ...

ପୂର୍ବାହ୍ନ ୯.୩୦ରେ ଶୁଣାଣି କଲେ ଜଷ୍ଟିସ୍‌ ଲଳିତ

ନୂଆଦିଲ୍ଲୀ,୧୬ା୭: ସୁପ୍ରିମକୋର୍ଟରେ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ମାମଲାଗୁଡ଼ିକର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟରେ...

କାରଖାନାରେ ନିଆଁ ଲାଗି ୪ମୃତ୍ୟୁ

ମହାରାଷ୍ଟ୍ର,୨୪।୪: ମହାରାଷ୍ଟ୍ରର ନାଗପୁର ଜିଲାର ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଆଉ ତିନିଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ...

Advertisement
Archives

Model This Week