Posted inଜାତୀୟ

‘ମନ କି ବାତ୍‌’ ନୁହେଁ ‘ପେଟ୍ରୋଲ କି ବାତ୍‌’ ଦରକାର

କୋଲକାତା,୭।୭: ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ଏଥି ନେଇ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦେଶବାସୀଙ୍କୁ ‘ମନ କି ବାତ୍‌’ ନୁହେଁ ପେଟ୍ରୋଲ ଓ ଭାକ୍ସିନ କି ବାତ୍‌ ଦରକାର ବୋଲି ମମତା କହିଛନ୍ତି।

ପେଟ୍ରୋଲ ଓ ଜିଜେଲ ବିକ୍ରି ଉପରେ ଟ୍ୟାକ୍ସ ଲଗାଇ କେନ୍ଦ୍ର ସରକାର ୩.୭୧ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ଏହି ଅର୍ଥକୁ କୋଭିଡ୍‌-୧୯ ଟିକାକରଣ କ୍ଷେତ୍ରରେ ବ୍ୟବହାର କରୁ ନାହାନ୍ତି। କ୍ୟାବିନେଟ୍‌ର ସମ୍ପ୍ରସାରଣ ବଦଳରେ ପ୍ରଧାନମନ୍ତ୍ରୀ ଦେଶର ସ୍ବାସ୍ଥ୍ୟସେବା ଓ ଅର୍ଥନୀତି ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କହିଛନ୍ତି ଟିଏମ୍‌ସି ସୁପ୍ରିମୋ।

” ମୋଦି ସରକାର ତୈଳ ଉପରେ ଟ୍ୟାକ୍ସ ବାବଦକୁ ୩.୭୧ ଲକ୍ଷ କୋଟି ଟଙ୍କା ଆୟ କରିଛି। ଏହି ଟଙ୍କା ଗଲା କୁଆଡ଼େ। ସେ କେବଳ ‘ମନ କି ବାତ୍‌’ କରୁଛନ୍ତି। କାହିଁକି ପେଟ୍ରୋଲ ଓ ଡିଜେଲ ଉପରେ କହୁନାହାନ୍ତି। ସେ କେବଳ ମୋତେ ଅପମାନ ଦିଅନ୍ତି। ଗ୍ୟାସ ଦର ଉପରେ ନଜର ପକାନ୍ତୁ। ଗତ ୧୪ ମାସରେ ଗ୍ୟାସ ଦର ୪୭ ପ୍ରତିଶତ ବଢ଼ିଛି। ପ୍ରଧାନମନ୍ତ୍ରୀ ଉଜ୍ୱାଲା ଯୋଜନର କ’ଣ ହେଲା। ଯଦି ଆମେ ସାମାଜିକ ଯୋଜନା ଆଣି ପାରୁଛୁ, ଆପଣ କାହିଁକି ଦେଇ ପାରିବେ ନାହିଁ। ସେ ଭାବୁଛନ୍ତି ସମ୍ପ୍ରସାରଣ କାମ ଦେବ। ‘ମନ କି ବାତ୍‌’ରେ ପେଟ୍ରୋଲ କଥା କୁହନ୍ତୁ। ମୁଁ ତୁମ ବିରୋଧରେ ନାହିଁ। କିନ୍ତୁ ଆମକୁ ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ ପଡ଼ିବ“ ବୋଲି ମମତା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ ପରେ କୋଲକାତାରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri