ମାର୍ଚ୍ଚରେ ବରିଷ୍ଠ ନାଗରିକଙ୍କୁ ମିଳିବ କରୋନା ଟିକା!

ନୂଆଦିଲ୍ଲୀ,୬ ।୨: କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଲୋକ ସଭାରେ କହିଥିଲେ କି ସାଧାରଣ ବଜେଟରେ କରୋନା ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯଦି ଆବଶ୍ୟକ ପଡେ ତେବେ ଏଥିପାଇଁ ଆହୁରି ଅଧିକ ଅର୍ଥ ଯୋଗାଇ ଦିଆଯିବ । ସେ ଆହୁରି ମଧ୍ୟ କହିଥିଲେ କି ଏବେ ପର୍ଯ୍ୟନ୍ତ ୨୨ଟି ଦେଶ ଭାରତରୁ କୋଭିଡ ଭ୍ୟାକ୍ସିନ ନେବାକୁ କହିଛନ୍ତି । ଏଥିମଧ୍ୟରୁ ୧୫ ଦେଶକୁ କିଛି କିଛି ଭ୍ୟାକ୍ସିନ ପଠାଇ ଦିଆଯାଇଛି । ଏହାସହ ଦେଶରେ ଏବେ ପର୍ଯ୍ୟନ୍ତ ପାଖାପାଖି ୫୨ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆ ସରିଲାଣି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହା ମିଳିଛି । ତେବେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମାର୍ଚ୍ଚ ସୁଦ୍ଧା ଟିକା ମିଳିଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏହି କାର୍ଯ୍ୟ ଆରମ୍ଭ ହୋଇପାରେ । ଏବେ ପ୍ରାୟ ୭ଟି କୋଭିଡ ଭ୍ୟାକ୍ସିନ ଉପରେ କାମ ଚାଲିଛି । ଏଥିମଧ୍ୟରୁ ୩ଟି ଟିକା କ୍ଲିନିକାଲ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ରହିଛନ୍ତି । ଆଉ ଦୁଇଟି ଦ୍ୱିିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଛନ୍ତି । ଅନ୍ୟପଟେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କି ପ୍ରଥମ ର୍ପ୍ୟାୟରେ ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ

ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍‌’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ...

ସୋରେନ୍‌ଙ୍କ ବିବାଦୀୟ ମନ୍ତବ୍ୟ:ଇସିଙ୍କୁ ଫେରାଦ ହେଲା ଭାଜପା

ରାଞ୍ଚତ୍, ୨୦।୧୨(ପି.ଟି.):ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଏକ ନିର୍ବାଚନୀ ରାଲିରେ ଭାଜପା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡିଯାଇଛନ୍ତି। ପାକୁର...

ଦେଶଦ୍ରୋହ ମାମଲାରେ ଉତ୍ତର ପାଇଁ ସମୟ ଲୋଡିଲେ କେନ୍ଦ୍ର ସରକାର..

ନୂଆଦିଲ୍ଲୀ, ୫।୫ : ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଗୁରୁବାର କରାଯାଇଛି। ଶୁଣାଣି କରାଯାଇଥିଲା। ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କେନ୍ଦ୍ର...

କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ ପଟେଲ

ଗାନ୍ଧିନଗର,୧୮।୫: ଗୁଜୁରାଟ ନିର୍ବାଚନର କିଛି ମାସ ପୂର୍ବରୁ କଂଗେସକୁ ବଡ଼ ଝଟକା। କଂଗ୍ରେସ ଛାଡିଲେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳର ପ୍ରାଥମିକ ସଦସ୍ୟ...

୧୫ ଲକ୍ଷ ଟଙ୍କା କାର୍‌ରେ ଆସି ୧୫୦ ଟଙ୍କାର ଫୁଲ କୁଣ୍ଡ ଚୋରି କଲେ ବ୍ୟକ୍ତି

ଲକ୍ଷ୍ନୌ,୨୩।୧: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୪୧ରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୧୫ ଲକ୍ଷ ଟଙ୍କାର ଏକ କାର୍‌...

ଅଧା ବାଟରେ ଅଟକିଲା ରୋପଓ୍ବେ: ମଝି ଆକାଶରେ ଝୁଲିଲେ ପର୍ଯ୍ୟଟକ

ଶିମଲା,୨୦।୬: ମଝି ଆକାଶରେ ରୋପଓ୍ବେ ବନ୍ଦ ହୋଇଯିବା ଘଟଣା ପୁଣି ସାମ୍ନାକୁ ଆସିଛି। ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।...

ଅନ୍ୟ କଥାରେ ଆନ୍ଦୋଳନ କରୁଛନ୍ତି କୃଷକ, ଆଇନର ସମସ୍ୟା ବିଷୟରେ ସେମାନଙ୍କୁ ଜଣାନାହିଁ: ହେମା

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ଓ ସକାରଙ୍କ ମଧ୍ୟରେ ଏବେବି ତୁତୁମେମେ ଲାଗି ରହିଛି । ସୁପ୍ରିମକୋର୍ଟ...

ପକୁଡ଼ି ଛାଣି ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ

ଅସାନସୋଲ,୧୦।୨: ରାଜ୍ୟରେ ବେକାରି ସମସ୍ୟା ବଢିଚାଲିଥିବା ବେଳେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗର ଆସାନସୋଲରେ କଂଗ୍ରେସ କର୍ମୀମାନେ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ...

Advertisement
Archives

Model This Week