Posted inଖେଳ

ରୋହିତ ଖେଳିବେନି, ନେତୃତ୍ୱ ନେବେ ରାହୁଲ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଲୋକେଶ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ନ ଥିବା ଅଧିନାୟକ ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିଛନ୍ତି। ତେବେ ରାହୁଲଙ୍କୁ ଉପଅଧିନାୟକ ଭାବେ ସହାୟତା କରିବେ ଯଶପ୍ରୀତ ବୁମରା। ଭାରତୀୟ ପେସର ତାଙ୍କ କ୍ରିକେଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଦାୟିତ୍ୱ ପାଇଛନ୍ତି।

ସୁବୁଠୁ ବଡ଼ କଥା ହେଲା, ଦଳକୁ ବରିଷ୍ଠ ଓପନର ଶିଖର ଧାଓ୍ବନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଜୟ ହଜାରେ ଟ୍ରଫି ଚମତ୍କାର ପ୍ରଦର୍ଶନ କରିଥିବା ରୁତୁରାଜ ଗାଏକ୍ୱାଡ ଓ ଭେଙ୍କଟଶ ଆୟାରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ଚଳିତ ମାସରେ ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଉଭୟ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱ ଭାର ଦିଆଯାଇଥିଲା। କିନ୍ତୁ ଟେଷ୍ଟ ସିରିଜ୍‌ ପୂର୍ବରୁ ଟ୍ରେନିଂ ସେସନରେ ତାଙ୍କ ମାଂସପେଶୀ ଟାଣି ହୋଇଥିଲା। ଏହି ସମସ୍ୟା ସହ ସେ ଏବେ ବି ସଂଘର୍ଷ କରୁଛନ୍ତି। ତାଙ୍କ ଭଳି ଫିଟ୍‌ନେସ ଅଭାବରୁ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଦଳରେ ସ୍ଥାନ ପାଇ ନାହାନ୍ତି। ପେସର ମହମ୍ମଦ ଶାମିଙ୍କୁ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ଜାନୁୟାରୀ ୧୯ ତାରିଖରୁ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଆରମ୍ଭ ହେବ।

ଦିନିକିଆ ଦଳ: ଲୋକେଶ ରାହୁଲ(ଅଧିନାୟକ), ଶିଖର ଧାଓ୍ବନ, ରୁତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଶ୍ରେୟାସ ଆୟାର, ସୂର୍ଯ୍ୟ କୁମାର ଯାଦବ, ଭେଙ୍କଟଶ ଆୟାର, ରିଷଭ ପନ୍ତ, ଇଶାନ କିଷନ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା (ଉଅଧିନାୟକ), ଭୁବନେଶ୍ୱର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫଶିଲେ ବିରାଟ କୋହଲି, ଗିରଫ ପାଇଁ ହାଇକୋର୍ଟରେ ଆବେଦନ

ଚେନ୍ନାଇ,୨।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଅନଲାଇନ୍‌ ଜୁଆ ଖେଳକୁ ନେଇ ବଡ ବିବାଦରେ ଫଶିଯାଇଛନ୍ତି। ମାଡ୍ରାସ ହାଇକୋର୍ଟରେ ବିରାଟଙ୍କୁ ଗିରଫ ପାଇଁ ଏକ ପିଟିଶନ...

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ...

ଯୁବତୀଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚିନ୍ତାରେ ଏହି କ୍ରିକେଟର୍‌: କ୍ରିକେଟ୍‌ରୁ ନେଲେ ବ୍ରେକ୍‌

ସିଡନୀ,୨୬।୧୧: ମାନସିକ ସ୍ବାସ୍ଥ୍ୟକୁ ଦର୍ଶାଇ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଟିମ ପେନ କ୍ରିକେଟରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି। ସମ୍ପ୍ରତି, ଜଣେ...

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୯।୫: ଭାରତରେ ଖେଳାଯାଉଥିବା ଆଇପିଏଏଲ୍‌ ୨୦୨୨ ଉପରେ ଏବେ ସମଗ୍ର କ୍ରିକେଟ୍‌ ଜଗତର ଆଖି ରହିଛି। ଏହି ଲିଗ ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ...

ଫାଇନାଲରେ ବୋଲିଂ କରିବେ କି କୋହଲି

ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାର ସ୍ବସ୍ତିଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୪ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଦୀନେଶ କୁମାର ସ୍ବର୍ଣ୍ଣ ପଦକ ଜିତିବାର ଗୋଟିଏ...

ଚେନ୍ନାଇନ ସହ ଡ୍ର’ ରଖିଲା ଓଡ଼ିଶା

ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ...

ଭାଙ୍ଗିଗଲା ବିଶ୍ୱର ନମ୍ବର ୧ ଅଲରାଉଣ୍ଡରଙ୍କ ବିବାହ

ଅଷ୍ଟ୍ରେଲିଆ କ୍ରିକେଟର ଏଲିସ୍‌ ପେରିଙ୍କ ବିବାହ ବିଚ୍ଛେଦ ଘଟିଛି। ସ୍ବାମୀ ତଥା ରଗବୀ ଖେଳାଳି ମ୍ୟାଟ୍‌ ଟୋମୁଆଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ପେରି। ୨୦୧୫ରେ...

Advertisement
Archives

Model This Week