ଡରାଇ ଚାଲିଛି କରୋନା: ୨୪ ଘଣ୍ଟାରେ ୨୪ହଜାର ଅତିକ୍ରମ କରି ପୁଣି କଲା ରେକର୍ଡ

ନୂଆଦିଲ୍ଲୀ,୫।୭: ସମସ୍ତଙ୍କ ଚିନ୍ତା ବଢାଇ ଚାଲଛି କରୋନା ସଂକ୍ରମଣ। ଦେଶରେ ସଂକ୍ରମଣର ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୨୪,୮୫୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୬୧୩। ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଞ୍ଚିଥିବା ବେଳେ ଏବେ ୨,୪୪,୮୧୪ ଜଣଙ୍କର ଚିକିତ୍ସା ଚାଲିଛି ଓ ୪,୦୯,୦୮୩ ଜଣ ସୁସ୍ଥ ହୋଇ ସାରିଲେଣି। ତେବେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏବେ ସୁଦ୍ଧା ଦେଶରେ ୧୯,୨୬୮ ଜଣଙ୍କର କରୋନା ମହାମାରୀରେ ଜୀବନ ଗଲାଣି। ଦିନକୁ ଦିନ ଦେଶରେ କରୋନା ପରୀକ୍ଷା ବୃଦ୍ଧି ପାଇଥିବା ବେଳେ ଏପଟେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ନ କମୁ ଥିବାରୁ ଏହା ସରକାର ଓ ସାଧାରଣ ଜନତା ଉଭୟଙ୍କୁ ଚିନ୍ତାରେ ପକାଇ ଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ଆଉ ୭୬ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ରେ ପହଞ୍ଚିଲା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୧୦ଜଣ ରହିଥିବା ବେଳେ ବାଲେଶ୍ୱର ୨,...

CORONAVIRUS UPDATE: ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୦୭

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦ଜଣ ଗଞ୍ଜାମ ଜିଲାର ରହିଥିବା ବେଳେ କେନ୍ଦ୍ରାପଡ଼ାର ୫, ଭଦ୍ରକର...

କର୍ନାଟକ: ୯ ମୁସଲମାନ ବିଧାୟକ କଂଗ୍ରେସର

ନୂଆଦିଲ୍ଲୀ,୧୫ା୫: ସଦ୍ୟ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ ୯ ଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ସମସ୍ତେ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ଶନିବାର ଆସିଥିବା...

ମାସ୍କ ନ ପିନ୍ଧିବାରୁ ବ୍ୟାଙ୍କ୍‌ରେ ଗ୍ରାହକଙ୍କୁ ଗୁଳି

ବରେଲି,୨୫।୬: ମାସ୍କ ପିନ୍ଧି ନ ଥିବାରୁ ଜଣେ ଗ୍ରାହକଙ୍କୁ ଗୁଳି କରିଛନ୍ତି ଏକ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ। ଉତ୍ତର ପ୍ରଦେଶର ବରେଲି ଜିଲାରେ ଘଟିଛି ଏଭଳି...

ଭାରତଠାରୁ ୧.୯ ବିଲିୟନ୍‌ ଡଲାର ଅଟୋ ପାଟର୍‌ସ କିଣିବ ଟେସ୍‌ଲା

ନୂଆଦିଲ୍ଲୀ,୧୩।୯: ଏଲନ ମସ୍କଙ୍କ ଇଲେକ୍ଟ୍ରିକ ଯାନ କମ୍ପାନୀ ଟେସଲା ଚଳିତ ବର୍ଷ ଭାରତୀୟ ଅଟୋ ପାର୍ଟସ ଉତ୍ପାଦନକାରୀ କମ୍ପାନୀଗୁଡିକରୁ ୧.୭ ରୁ ୧.୯ ବିଲିୟନ ଡଲାର...

କର୍ନାଟକ ଆଣିଲା ଗୋହତ୍ୟା ନିରୋଧୀ ଆଇନ

ବେଙ୍ଗାଲୁରୁ,୧୦ା୧୨(ଆଇଏଏନ୍‌ଏସ୍‌): ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଭାଜପା ଶାସିତ କର୍ନାଟକ ବିଧାନସଭାରେ ବୁଧବାର ଗୋହତ୍ୟା ନିରୋଧୀ ବିଲ୍‌ ଗୃହୀତ ହୋଇଛି। ୟେଦୁରପ୍ପା ସରକାରଙ୍କ...

କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ...

ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିବା ଘଟଣା: ୫ ମହିଳା ଗିରଫ

ଥିରୁଭାନନ୍ତପୁରମ୍‌,୨୦ା୭: କେରଳର କୋଲାମ ଜିଲାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ଏନ୍‌ଇଇଟି ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ସେଠାରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲି...

Advertisement
Archives

Model This Week