Posted inଜାତୀୟ

ଏନ୍‌ଡିଏ ଦି ଫାଳ! ବଡ଼ ଗେମ୍‌ ଖେଳିପାରେ କଂଗ୍ରେସ

ବେଙ୍ଗାଲୁରୁ,୧।୮: କର୍ନାଟକରେ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ଲୋକ ସଭା ନିର୍ବାଚନରେ କର୍ନାଟକର ଦୁଇଜଣ ଏମ୍‌ପିଙ୍କୁ ଦେବା ସତ୍ତ୍ୱେ କୁମାରସ୍ବାମୀ କ୍ୟାବିନେଟ ମନ୍ତ୍ରଣାଳୟ ପାଇଛନ୍ତି। ସେ ଶିଳ୍ପ ଏବଂ ଇସ୍ପାତ ପରି ମନ୍ତ୍ରଣାଳୟ ପାଇଲେ। ଏହା ସତ୍ତ୍ୱେ କୁମାରସ୍ବାମୀ ଭାରତୀୟ ଜନତା ପାର୍ଟିରେ ଉପରେ ରାଗିଛନ୍ତି।
ଖବର ଅନୁଯାୟୀ, କର୍ନାଟକରେ କୁମାରସ୍ବାମୀଙ୍କ ରାଗ ପାଇଁ ଭାଜପାର ପଦଯାତ୍ରା ବ୍ୟାହତ ହୋଇପାରେ। କୁମାରସ୍ବାମୀ ସ୍ପଷ୍ଟ ଭାବେ କହିଛନ୍ତି, ଜେଡିଏସ ଭାଜପାର ପଦଯାତ୍ରାକୁ ଅଂଶଗ୍ରହଣ କରିବ ନାହିଁ କିମ୍ବା ସମର୍ଥନ କରିବ ନାହିଁ।
କୁମାରସ୍ବାମୀ ଏହାର କାରଣ ଦର୍ଶାଇଛନ୍ତି ଯେ, ଗୋଟିଏ ପଟେ ଭାଜପା ତାଙ୍କ ଉପରେ ବିଶ୍ୱାସ କରୁନାହିଁ ଏବଂ ଅନ୍ୟ ପଟେ ପ୍ରିତମ ଗୌଡାଙ୍କୁ ପଦଯାତ୍ରାରେ ସାଙ୍ଗରେ ନେବାକୁ ବାଛିଛି। ଏକଦା ପ୍ରିତମ ଦେବ ଗୌଡା ଏବଂ କୁମାରସ୍ବାମୀଙ୍କୁ ଉଠାଇ ଫୋପାଡି ଦେବାକୁ ସୁପାରି ଦେଇଥିଲେ। କୁମାରସ୍ବାମୀ ଦେଇଥିବା ତୃତୀୟ କାରଣ ହେଉଛି, ପଦଯାତ୍ରା ପାଇଁ ଭୁଲ ସମୟ ବାଛିଛି ଭାଜପା।
କୁମାରସ୍ବାମୀ କହିଛନ୍ତି, ଏହା ହେଉଛି ବର୍ଷା ସମୟ। ଶହ ଶହ ଗାଁ ଉଜୁଡି ଯାଇଛି।ଏବଂ ହଜାର ହଜାର ଲୋକ ଭୂମିହୀନ ହୋଇଯାଇଛନ୍ତି। ତେବେ କିଏ ଏହି ପଦଯାତ୍ରାକୁ ସମର୍ଥନ କରିବ।
କର୍ନାଟକ କଂଗ୍ରେସ ସରକାର ନାଁରେ ଘୋଟାଲା ଅଭିଯୋଗ ଆଣିଛି ଭାଜପା। ସିଦ୍ଧରମୈୟାଙ୍କ ସ୍ତ୍ରୀ ମହୀଶୁର ସହରୀ ବିକାଶ ପ୍ରାଧିକରଣର ଜମି ଚୁକ୍ତିରେ ଅଭିଯୋଗ ହୋଇଛି। ଏହି କାରଣରୁ ଭାଜପା ୩ ରୁ ୧ବ୦ ଅଗଷ୍ଟ ମଧ୍ୟରେ ଏକ ପଦଯାତ୍ରା କରୁଛି, କିନ୍ତୁ ଏମ୍‌ଡି କୁମାରସ୍ବାମୀଙ୍କ ଅସନ୍ତୋଷ ହେତୁ କଂଗ୍ରେସ ବଡ ଗେମ୍‌ ଖେଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri