Advertisement

ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ୩ ପାଠ୍ୟକ୍ରମରେ ସାମିଲ ହେବ ଏନ୍‌ସିସି

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ଯୁକ୍ତ ୩ରେ ସାମିଲ ହେବ ଏନ୍‌ସିସି ପାଠ୍ୟକ୍ରମ। ଏନେଇ ଶନିବାର ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି। ଯୁକ୍ତ ୩ ପିଲା ଏନ୍‌ସିସିକୁ ଏକ ଇଲେକ୍ଟିଭ୍‌ ଭାବେ ନେଇ ପାରିବେ। ଏନ୍‌ସିସି କିପରି ଭାବେ ପାଠ୍ୟକ୍ରମରେ ସାମିଲ ହେବ ସେନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ପୂର୍ବରୁ ଏନ୍‌ସିସି କେବଳ ପ୍ରାକ୍ଟିକାଲ ଓ ଫିଲ୍ଡ ଥିଓରୀରେ ଚାଲିଥିଲା। ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ପାଠ୍ୟକ୍ରମ ଭାବେ କ୍ଲାସ ରୁମ୍‌ରେ ପଢ଼ାଯିବ ବୋଲି ସେ କହିଛନ୍ତି।

ରାଜ୍ୟର ୧୮୩ କଲେଜରେ ଏହା ଆରମ୍ଭ ହେବ। ସ୍ଥାୟୀ କିମ୍ବା ଗେଷ୍ଟ ଫ୍ୟାକଲ୍ଟି ଏହି କାର୍ଯ୍ୟ ତୁଲାଇବେ। ଏନ୍‌ସିସି ନିର୍ଦ୍ଦେଶକ ଏହି ନିଯୁକ୍ତି କାର୍ଯ୍ୟ କରିବେ। ଏନ୍‌ସିସି କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା, ଫଳାଫଳ ଓ ସାର୍ଟିଫିକେଟ ପ୍ରଦାନ କରିବେ। ଅନ୍ୟ ବିଷୟ ଭଳି ଏଥିରେ ମଧ୍ୟ ଫୁଲ ମାର୍କ, ପାସ ମାର୍କ ଓ ସିଲାବସ୍‌ ରହିବ। ସବୁ କଲେଜରେ ୨ ଜଣ ଲେଖାଏ ଏଏନ୍‌ଓଙ୍କୁ ତାଲିମ ଦେବା ନିମନ୍ତେ ମଧ୍ୟ ଚେଷ୍ଟା କରାଯିବ। ପିପିପି ମୋଡ୍‌ରେ ଏହା ଆରମ୍ଭ କରାଯାଉଛି, ଯାହାକି ପିଲାମାନଙ୍କ ବ୍ୟକ୍ତିତ୍ୱ ଗଠନ ସହିତ ନିଯୁକ୍ତି କ୍ଷେତ୍ରକୁ ସୁଦୂର ପ୍ରସାର କରିବ ବୋଲି ଉପାଧ୍ୟକ୍ଷ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୀଟନାଶକ ପିଇ ଜଣେ ମୃତ

ପୁରୁଣା ଭୁବନେଶ୍ୱର, ୧୩।୧୦(ଡି.ଏନ୍‌.ଏ.): ପାରିବାରିକ କଳହରୁ କୀଟନାଶକ ଔଷଧ ପିଇଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଧଉଳି ଥାନା...

ମୌସୁମୀ ପୂର୍ବରୁ ସଫା ହେବ ସମସ୍ତ ଡ୍ରେନ୍‌ : ୨୩୦ ଶ୍ରମିକ ନିୟୋଜିତ, ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ମୁଖ୍ୟ ଓ ସବ୍‌ ଡ୍ରେନ୍‌ ସଫା କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର...

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ବିଜ୍ଞପ୍ତି: ଆବେଦନର ଶେଷ ତାରିଖ ଜୁଲାଇ ୮

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ଛାତ୍ରୀଛାତ୍ରମାନେ ଆସନ୍ତା ୨୪ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ...

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ନଥିପତ୍ର ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୮।୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର...

ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହିତ ୮ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ୨୦୨୧ ଜାନୁୟାରୀ ୧ରୁ ପଦୋନ୍ନତି...

୧୬ରୁ ବକେୟା ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କର ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍‌ କାଟ କରାଯିବ ବୋଲି ପୂର୍ବରୁ ସେସୁ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ତେବେ...

ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ପରଲୋକ। ହୃଦ୍‌ଘାତରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ପୁଅ...

ଆଇଟିଆଇ ପ୍ରସ୍ତୁତ କଲା କୋଭିଡ୍‌-୧୯ ସୁରକ୍ଷା କବଚ

ବ୍ରହ୍ମପୁର ଅଫିସ,୨୮ା୪-କୋଭିଡ୍‌-୧୯(କରୋନା)ଭାଇରସ ସଂକ୍ରମଣକୁ ରୋକିବା ତଥା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ନେଇ ବ୍ରହ୍ମପୁର ସରକାରୀ...

Advertisement
Archives

Model This Week