ନୟାପଲ୍ଲୀ ଶ୍ମଶାନ, ଖେଳପଡ଼ିଆକୁ ନେଇ ମୁହାଁମୁହିଁ

ଭୁବନେଶ୍ୱର,୧୯।୬: ବିଏମ୍‌ସି ଓ୍ବାର୍ଡ ନଂ.୩୭ରେ ଥିବା ନୟାପଲ୍ଲୀ ଶ୍ମଶାନ ଓ ଖେଳ ପଡ଼ିଆ ସତ୍ତା ହରାଇବାକୁ ବସିଛି। କଳିିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଷ୍ଟାଡିୟମ ପ୍ରଶାସନ ଶୁକ୍ରବାର ଉକ୍ତ ଜମିକୁ ଦଖଲ କରିବାକୁ ଆସିଥିବାବେଳେ ବେହେରାସାହି, ଭୋଇସାହି ଓ ଶବରସାହିର ଶତାଧିକ ଗ୍ରାମବାସୀ ତୀବ୍ର ବିରୋଧ କରିବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ପୋଲିସ ପ୍ରଶାସନ ସପକ୍ଷରେ କହିବାରୁ ସ୍ଥିତି ଆହୁରି ବିଗିଡି ଯାଇଥିଲା। ଉକ୍ତ ଜମିକୁ ସ୍ଥାନୀୟ ଅଞ୍ଚଳର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଓ ପିଲା ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ହେଲେ କଳିଙ୍ଗ ଷ୍ଟାଡିୟମକୁ କେବେ ଆଉ କିପରି ଏହି ଜମି ହସ୍ତାନ୍ତର କରାଯାଇଛି ତାହାର କାଗଜପତ୍ର ଦେଖାଇବାକୁ ଗ୍ରାମବାସୀ ଜିଦ୍‌ କରିଥିଲେ। ସେମାନେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୭୮ରେ ଶ୍ମଶାନ ଓ ଖେଳ ପଡ଼ିଆ ଭାବେ ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ଦେଇଥିଲେ। କଳିଙ୍ଗ ଷ୍ଟାଡିୟମକୁ ପ୍ରାତଃ ଭ୍ରମଣରେ ଯିବାକୁ ବାରଣ କରାଯିବା ପରେ ସ୍ଥାନୀୟ ବାସିନ୍ଦା ଉକ୍ତ ପଡ଼ିଆ ଉପରେ ନିର୍ଭର କରୁଛନ୍ତି। ଆଦିବାସୀ ପିଲାମାନେ ପ୍ରତିଦିନ ଫୁଟବଲ ଓ ବିଭିନ୍ନ ଖେଳ ଖେଳୁଛନ୍ତି। ଉକ୍ତ ଜମିକୁ କାହାକୁ ହସ୍ତାନ୍ତର ନ କରିବାକୁ ଗ୍ରାମବାସୀ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ସାମାଜିକ କର୍ମୀ ଅର୍ଜୁନ ବେହେରା, ମନୋରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରଦୀପ କୁମାର ଦାସ, ସଂଯୁକ୍ତା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଓ ଭୁବନେଶ୍ୱର ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri