ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ

ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ । ନିର୍ଦ୍ଦେଶକ ଅକ୍ଷୟ ଅଜୟ ଶର୍ମାଙ୍କ ଆଗାମୀ ଫିଲ୍ମ ‘ହଡ୍ଡି’ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଲେବଲକୁ ବଢାଇବାରେ ଲାଗିଛି । କାରଣ ଏହାର ମୋଶନ ପୋଷ୍ଟରରେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ କେବେ ଦେଖି ନ ଥିବା ଚରିତ୍ରରେ ଦେଖିବାକୁ ମିଳିଛି । ତାଙ୍କର ପ୍ରଥମ ଲୁକ୍ ଦର୍ଶକଙ୍କୁ ଇମ୍ପ୍ରେସ କରିଛି । କାରଣ ଏଥିରେ ସେ ଜଣେ ମହିଳା ଭାବେ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି । ଜି ଷ୍ଟୁଡିଓଜ ଓ ଆନନ୍ଦିତା ଷ୍ଟୁଡିଓଜ ଦ୍ୱାରା ନିର୍ମିତ ଓ ଅକ୍ଷୟ ଅଜୟ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନୋୟର ରିଭେଞ୍ଜ ଡ୍ରାମା ହେଉଛି ‘ହଡ୍ଡି’ । ଏହି ଫିଲ୍ମର ଲେଖକ ଅକ୍ଷୟ ଅଜୟ ଶର୍ମା ଓ ଅଦମ୍ୟ ଭଲ୍ଲା ।
ନିର୍ଦ୍ଦେଶକ କହିଥିଲେ ହଡ୍ଡି ମୋ ପାଇଁ ଦୋହରା ମାଡ ହେବ । କାରଣ ମୋତେ ନୱାଜୁଦ୍ଦିନ ସିଦ୍ଦିକଙ୍କ ସହ ସହଯୋଗ କରିବାର ଅବସର ମିଳିବ । ଆମ ଟିମ ଆଶା ରଖିଛି ଯେ ମୋଶନ ପୋଷ୍ଟର ଦର୍ଶକଙ୍କ ରୁଚିକୁ ଆକର୍ଷିତ କରିବ । ହଡ୍ଡିର ଶୁଟିଂ ନଏଡା, ଗାଜିଆବାଦ ଓ ପଶ୍ଚିମ ଉତ୍ତର ପ୍ରଦେଶର ଆଖପାଖରେ କରାଯିବ । ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରିଲିଜ ହେବ । ଏହାର ଶୁଟିଂ ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ସାରିଥିବା ବେଳେ ନୱାଜୁଦ୍ଦିନ ସିଦ୍ଦିକି ଟିକେ ଅଧିକ ଏକ୍ସାଇଟେଡ ଅଛନ୍ତି । କାରଣ ସେ କହିବା କଥା ଆଜି ପର୍ଯ୍ୟନ୍ତ ସେ ନିଜକୁ ଅନେକ ଚରିତ୍ରରେ ଦେଖିଥିଲେ ବି ଏଥର ସେ ଯେଉଁ ଲୁକରେ ନଜର ଆସିବେ ତାହା ସେ ପୂର୍ବରୁ କେବେ କରି ନାହାନ୍ତି । ତେଣୁ ଫିଲ୍ମର ଶୁଟିଂକୁ ନେଇ ସେ ଏକ୍ସାଇଟେଡ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?