ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ

ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ । ନିର୍ଦ୍ଦେଶକ ଅକ୍ଷୟ ଅଜୟ ଶର୍ମାଙ୍କ ଆଗାମୀ ଫିଲ୍ମ ‘ହଡ୍ଡି’ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଲେବଲକୁ ବଢାଇବାରେ ଲାଗିଛି । କାରଣ ଏହାର ମୋଶନ ପୋଷ୍ଟରରେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ କେବେ ଦେଖି ନ ଥିବା ଚରିତ୍ରରେ ଦେଖିବାକୁ ମିଳିଛି । ତାଙ୍କର ପ୍ରଥମ ଲୁକ୍ ଦର୍ଶକଙ୍କୁ ଇମ୍ପ୍ରେସ କରିଛି । କାରଣ ଏଥିରେ ସେ ଜଣେ ମହିଳା ଭାବେ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି । ଜି ଷ୍ଟୁଡିଓଜ ଓ ଆନନ୍ଦିତା ଷ୍ଟୁଡିଓଜ ଦ୍ୱାରା ନିର୍ମିତ ଓ ଅକ୍ଷୟ ଅଜୟ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନୋୟର ରିଭେଞ୍ଜ ଡ୍ରାମା ହେଉଛି ‘ହଡ୍ଡି’ । ଏହି ଫିଲ୍ମର ଲେଖକ ଅକ୍ଷୟ ଅଜୟ ଶର୍ମା ଓ ଅଦମ୍ୟ ଭଲ୍ଲା ।
ନିର୍ଦ୍ଦେଶକ କହିଥିଲେ ହଡ୍ଡି ମୋ ପାଇଁ ଦୋହରା ମାଡ ହେବ । କାରଣ ମୋତେ ନୱାଜୁଦ୍ଦିନ ସିଦ୍ଦିକଙ୍କ ସହ ସହଯୋଗ କରିବାର ଅବସର ମିଳିବ । ଆମ ଟିମ ଆଶା ରଖିଛି ଯେ ମୋଶନ ପୋଷ୍ଟର ଦର୍ଶକଙ୍କ ରୁଚିକୁ ଆକର୍ଷିତ କରିବ । ହଡ୍ଡିର ଶୁଟିଂ ନଏଡା, ଗାଜିଆବାଦ ଓ ପଶ୍ଚିମ ଉତ୍ତର ପ୍ରଦେଶର ଆଖପାଖରେ କରାଯିବ । ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରିଲିଜ ହେବ । ଏହାର ଶୁଟିଂ ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ସାରିଥିବା ବେଳେ ନୱାଜୁଦ୍ଦିନ ସିଦ୍ଦିକି ଟିକେ ଅଧିକ ଏକ୍ସାଇଟେଡ ଅଛନ୍ତି । କାରଣ ସେ କହିବା କଥା ଆଜି ପର୍ଯ୍ୟନ୍ତ ସେ ନିଜକୁ ଅନେକ ଚରିତ୍ରରେ ଦେଖିଥିଲେ ବି ଏଥର ସେ ଯେଉଁ ଲୁକରେ ନଜର ଆସିବେ ତାହା ସେ ପୂର୍ବରୁ କେବେ କରି ନାହାନ୍ତି । ତେଣୁ ଫିଲ୍ମର ଶୁଟିଂକୁ ନେଇ ସେ ଏକ୍ସାଇଟେଡ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶାର୍ଦ୍ଦୁଳଙ୍କ ପ୍ରେମରେ ନେହା, ଖୁବ୍‌ଶୀଘ୍ର କରିପାରନ୍ତି ବିବାହ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବଲିଉଡ୍‌ ଅଭିନେତ୍ରୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିଂଙ୍କୁ ସେ ନିର୍ବନ୍ଧ କରିଥିବା ଖବର ପ୍ରଚାରିତ ହେବା ପରେ ଏବେ...

ଚର୍ଚ୍ଚାରେ ସାରାଙ୍କ ଲୁକ୍‌

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଇପିଏଲ ୨୦୨୨ରେ ପ୍ରାୟତଃ ଚର୍ଚ୍ଚାରେ ରହିଆସିଛନ୍ତି। ଚଳିତ ସିଜିନରେ ମୁମ୍ବାଇ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥାଇପାରେ,...

ହାତକୁ ଦି’ ହାତ ହେଲେ ଏହି ଅଭିନେତ୍ରୀ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଲକ୍‌ଡାଉନ୍‌ ସମୟରେ ବିବାହ କରିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ପ୍ରଣିଥା...

ରିଲିଜ୍‌ ପରେ ଧୁମ୍‌ ମଚାଉଛି ଇମରାନ୍‌ ହାସମୀଙ୍କ ‘ଲୁଟ୍‌ ଗୟେ’: ଦେଖନ୍ତୁ ଭିଡିଓ

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି ଅଭିନେତା ଇମରାନ୍‌ ହାସମୀ। ୟୁଟ୍ୟୁବ୍‌ରେ ତାଙ୍କର ଏକ ନୂଆ ଗୀତ ‘ଲୁଟ୍‌ ଗୟେ’ ବୁଧବାର ରିଲିଜ ହୋଇଛି।...

ସୋନାକ୍ଷୀଙ୍କ ପରେ ଟୁଇଟର ଛାଡିଲେ ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଜଣକ ପରେ ଜଣେ ଟୁଇଟର ଆକାଉଣ୍ଟରୁ ଦୂରେଇ ଯାଉଥିବା ଦେଖାଯାଇଛି। କିଛିଦିନ ତଳେ ନାୟିକା ସୋନାକ୍ଷୀ ସିହ୍ନା ଟୁଇଟରକୁ ବାଏ...

ଆପଣ ଗରିବ ଲୋକଙ୍କୁ କାହିଁକି ଦାନ କରୁନାହାନ୍ତି, ପ୍ରଶ୍ନରେ ଏମିତି ଜବାବ ଦେଲେ ଅମିତାଭ ବଚ୍ଚନ

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ନିକଟରେ କରୋନାକୁ ହରାଇ ଘରକୁ ଫେରିଛନ୍ତି। ସୋସିଆଲ ମିଡିଆରେ ବିଗ୍‌ ବି ବେଶ୍‌ ସକ୍ରିୟ ରହୁଛନ୍ତି। ନିଜ ସ୍ବାସ୍ଥ୍ୟ ବିଷୟରେ...

ରାହୁଲ-ଆଥିଆଙ୍କ ବିବାହକୁ ମୋବାଇଲ୍‌ ମନା

ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ...

ପ୍ରଶଂସିକାରୁ ଜୀବନସାଥୀ: ଶ୍ରୀତମ ଦାସ

ପ୍ରଶଂସିକାରୁ ଜୀବନସାଥୀ – ଶ୍ରୀତମ ଦାସ (ଅଭିନେତା) ପ୍ରଶଂସିକାରୁ ପ୍ରେମିକା ଏବଂ ପରେ ଜୀବନସାଥୀ। ବିବାହର ୬/୭ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ମୋ ସହ ପୁନମ୍‌ଙ୍କର...

Advertisement
Archives

Model This Week