Posted inଜାତୀୟ

‘ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌’

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ ରହିଛି। ସେ ଓ ତାଙ୍କ ପରିବାର ସଦସ୍ୟମାନେ ଅଣ୍ଡରଓ୍ବାଲର୍‌ଡ ସହିତ ଜଡ଼ିତ ଲୋକଙ୍କଠାରୁ ଜମି କିଣିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ପ୍ରଭାବଶାଳୀ ନେତା ନଓ୍ବାବ ମଲିକଙ୍କ ବିରୋଧରେ ମଙ୍ଗଳବାର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌। ଅନ୍ୟପକ୍ଷେ ଏହି ଅଭିଯୋଗକୁ ମଲିକ ଖଣ୍ଡନ କରିବା ସହ ବୁଧବାର ହାଇଡ୍ରୋଜେନ ବୋମା ଫୁଟାଇବେ ବୋଲି ଭାଜପା ନେତା ଫଡ୍‌ନବିସ୍‌ଙ୍କୁ ଚେତାବନୀ ଦେଇଛନ୍ତି।
କଥା ଯାଇ କେଉଁଠି ପହଞ୍ଚତ୍ଲାଣି। ରାଜନୀତି ପାଇଁ ସବୁକିଛିକୁ ଘାଣ୍ଟିଚକଟି ଲୋକଙ୍କ ଆଗରେ ଥୋଇବାରେ ଲାଗିଛନ୍ତି ମହାରାଷ୍ଟ୍ରର ଶାସକ ଓ ବିରୋଧୀ ନେତା। ଆର୍ୟନ ଶାହରୁଖ ଖାନ୍‌ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ଗୋଟିଏ ପରେ ଗୋଟିଏ କାରନାମା ଉପରୁ ନଓ୍ବାବ ମଲିକ ପରଦା ହଟାଇବାରେ ଲାଗିଛନ୍ତି। ଆର୍ୟନଙ୍କୁ ଗିରଫ ନୁହେଁ, ବରଂ ଅପହରଣ ଉଦ୍ୟମ କରାଯାଇଥିଲା। ୨୫ କୋଟି ଟଙ୍କା ରାନ୍‌ସମ୍‌ ଅସୁଲ ପାଇଁ ହୋଇଥିବା ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାଜପା ନେତା ମୋହିତ କାମ୍ବୋଜ ହୋଇଥିବାବେଳେ ଏଥିରେ ଓ୍ବାଙ୍ଖଡେ ସାମିଲ ଥିଲେ ବୋଲି ରବିବାର ମଲିକ ଅଭିଯୋଗ ଆଣିଥିଲେ। ମଲିକ ଏହା ପୂର୍ବରୁ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ତାଙ୍କ ସ୍ତ୍ରୀ ଅମୃତା ଫଡ୍‌ନବିସ୍‌ଙ୍କ ସହ ଜଣେ ଡ୍ରଗ୍ସ ଡିଲରଙ୍କ ଦୁଇଟି ପୃଥକ୍‌ ଫଟୋକୁ ଟ୍ୟାଗ୍‌ କରି ଟୁଇଟ୍‌ କରିଥିଲେ। ଉଦ୍ଦେଶ୍ୟ ଥିଲା, ଡ୍ରଗ୍ସ ଡିଲରଙ୍କ ସହ ଭାଜପା ନେତାଙ୍କ ସମ୍ପୃକ୍ତି ପଦାକୁ ଆଣିବା। ଏହାର ଜବାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡ୍‌ନବିସ୍‌ ସେତେବେଳେ କହିଥିଲେ, ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଡିଲ୍‌କୁ ନେଇ ଦୀପାବଳି ପରେ ବୋମା ଫୁଟିବ। ଫଡ୍‌ନବିସ୍‌ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମଲିକ ଓ ତାଙ୍କ ପରିବାର ସଦସ୍ୟମାନେ ଏକ କମ୍ପାନୀର ଅଂଶୀଦାର ଥିଲେ। ଉକ୍ତ କମ୍ପାନୀ ଜାଲ୍‌ ଦସ୍ତାବିଜ ବଳରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଅତି କମ୍‌ ମୂଲ୍ୟରେ ଜମି କିଣିଛି। ଏପରି ୪ଟି ଜମି କିଣାଯାଇଛି, ଯହିଁରେ ନଓ୍ବାବ ମଲିକ ଅଣ୍ଡରଓ୍ବାଲର୍‌ଡ ସହ ଡିଲ୍‌ କରିଛନ୍ତି। ୧୯୯୩ ସିରିଏଲ୍‌ ବ୍ଲାଷ୍ଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସର୍ଦ୍ଦାର ଶାହଓ୍ବାଲି ଖାନ୍‌ ଓ ସଲିମ୍‌ ଇଶାକ୍‌ ପଟେଲଙ୍କଠାରୁ ଏହି ଜମି କିଣାଯାଇଛି। ଶାହଓ୍ବାଲି ଓ ସଲିମ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଭଉଣୀ ହସିନା ପାର୍କରଙ୍କ ପାଇଁ କାମ କରୁଥିବାବେଳେ ମୁମ୍ବାଇବାସୀଙ୍କ ହତ୍ୟାକାରୀଙ୍କ ସହ ମଲିକ କାହିଁକି କାରବାର କରିଥିଲେ ବୋଲି ଫଡ୍‌ନବିସ୍‌ ପ୍ରଶ୍ନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ମଲିକଙ୍କ ବିଷୟରେ ଏହି ଗୋପନ କଥା ଜାଣି ନ ଥିଲେ। ଯଦି ଜାଣିଥାନ୍ତେ ତେବେ ତାକୁ ପ୍ରଘଟ କରିଥାଆନ୍ତେ। ଏବେ ସେ ଉକ୍ତ ଦସ୍ତାବିଜଗୁଡ଼ିକୁ ସିବିଆଇ, ଇଡି ଏବଂ ଏନ୍‌ଆଇଏ ଭଳି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ମଲିକ ମଧ୍ୟ ପ୍ରତିକ୍ରିୟା ଦେବାରେ ବିଳମ୍ବ ନ କରି କହିଛନ୍ତି, ଅଣ୍ଡରଓ୍ବାଲର୍‌ଡ ସହ ଜଡ଼ିତ ବ୍ୟକ୍ତି କିମ୍ବା ବମ୍ବେ ବିସ୍ଫୋରଣର ଦୋଷୀଙ୍କଠାରୁ ସେ ଜମି କିଣିନାହାନ୍ତି। ଫଡ୍‌ନବିସ୍‌ ତାଙ୍କ ଛବି ମଳିନ ଲାଗି ଉଦ୍ୟମ କରୁଛନ୍ତି। ସେ ବୁଧବାର ହାଇଡ୍ରୋଜେନ ବୋମା ନିକ୍ଷେପ କରି ଭାଜପା ନେତାଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ର ପର୍ଦ୍ଦାଫାଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?