Posted inଜାତୀୟ

ପୋଷାକ ବଦଳାଇବାରେ ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଓ୍ବାଙ୍ଖଡେ

ମୁମ୍ବାଇ,୨।୧୧: ମୁମ୍ବାଇର ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ପୁଣି ବର୍ଷିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡକାଇ ସେ ଭାଜପା ନେତା ଦେବେନ୍ଦ୍ର ଫଡନଭିସ ଏବଂ ଏନସିବି ଜୋନାଲ ନିର୍ଦ୍ଦେଶକ ସବୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରିଥିତ୍ଲେ। ସେ କହିଛନ୍ତି, ଆମେ ଶୁଖିଲାରେ କାହାକୁ ଦୋଷାରୋପ କରିନାହୁଁ କିନ୍ତୁ ଏହାକୁ ତଥ୍ୟ ସହ ଆଣିଛୁ। ମୁଁ ପୁଣି ଥରେ କହିବାକୁ ଚାହେଁ ଯେ ସମୀର ୱାଙ୍ଖଡେ ଦେବେନ୍ଦ୍ର ଫଡନାଭିସଙ୍କ ନିକଟତର। ୱାଙ୍ଖଡେ ଡ୍ରଗ୍ସ ଖେଳ ଖେଳି କୋଟି ଟଙ୍କା ସଂଗ୍ରହ କରନ୍ତି। ତାଙ୍କର ଅବଶିଷ୍ଟ ଅଧିକାରୀମାମାନେ କେବଳ ୭୦୦ରୁ ୧୦୦୦ଟଙ୍କା ମୂଲ୍ୟର ଶର୍ଟ ପିନ୍ଧନ୍ତି, କିନ୍ତୁ ୱାଙ୍ଖଡେ ୭୦ ହଜାର ଟଙ୍କା ମୂଲ୍ୟର ଶର୍ଟ ପିନ୍ଧନ୍ତି। ୱାଙ୍ଖଡେ ପ୍ରତିଦିନ ଏକ ନୂଆ ଶର୍ଟ ବଦଳାଇ ଆସନ୍ତି। ସେ ପୋଷାକ ବଦଳାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। କେବଳ ଏତିକି ନୁହେଁ,ୱାଙ୍ଖଡେ ଦୁଇ ଲକ୍ଷ ମୂଲ୍ୟର ଜୋତା ପିନ୍ଧନ୍ତି, ୨୫ ଲକ୍ଷ ମୂଲ୍ୟର ଘଣ୍ଟା ପିନ୍ଧନ୍ତି। ଜଣେ ସାଧାରଣ ଅଧିକାରୀଙ୍କ ନିକଟକୁ ଏସବୁ କେଉଁଠୁ ଆସିଲା ବୋଲି ନବାବ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ନବାବ ମଲିକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି। ଡ୍ରଗ୍ସ ପେଡ୍ଲରଙ୍କ ସହ ତାଙ୍କ ସମ୍ପର୍କ ଥିବା ସେ ଅଭିଯୋଗ ଆଣିଛନ୍ତି। ଟୁଇଟ୍‌ କରି ନୱାବ ମଲିକ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଦେବେନ୍ଦ୍ର ଫଡନାଭିସ, ତାଙ୍କ ସ୍ତ୍ରୀ ଅମୃତା ଫଡନଭିସ ଏବଂ ଡ୍ରଗ୍ସ କାରବାର ମାମଲାରେ ବର୍ତ୍ତମାନ ଜେଲରେ ଥିବା ଜୟଦୀପ ରାଣା ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri