Posted inଜାତୀୟ

ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କଲା ନୌସେନା…

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ନୌସେନା ପକ୍ଷରୁ ଏକ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ନୌସେନା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ନୌସେନା ଏକ ସେକିଂ ହେଲିକପ୍ଟରରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ପ୍ରଥମ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରିଛି।

ଏହି ପରୀକ୍ଷା ଓଡିଶାର ବାଲେଶ୍ୱର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ଚାନ୍ଦିପୁରରେ ଡିଆର୍‌ଡିଓ ଦ୍ୱାରା କରାଯାଇଛି। ଡିଆର୍‌ଡିଓ ସୂତ୍ରରୁ ପ୍ରକାଶ ଯେ ଏହା ସଫଳ ହୋଇଛି। ଏହି କ୍ଷେପଣାସ୍ତ୍ର ପୂର୍ବ ନିର୍ଦ୍ଧାରିତ ପଥରେ ଅଗ୍ରସର ହୋଇଥିଲା ଏବଂ ସମ୍ପୂର୍ଣ୍ଣ ସଠିକତା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା । ସମସ୍ତ ସିଷ୍ଟମର କାର୍ଯ୍ୟଦକ୍ଷତାକୁ ସନ୍ତୋଷଜନକ ବୋଲି ବର୍ଣ୍ଣନା କରି ଡିଆର୍‌ଡିଓ କହିଛି ଯେ ପରୀକ୍ଷଣ ପରିସରରେ ସେନ୍ସର ସ୍ଥାପନ କରାଯାଇଥିଲା ଏବଂ କ୍ଷେପଣାସ୍ତ୍ରର ଟ୍ରାଜେକ୍ଟୋରୀ ଉପରେ ନଜର ରଖାଯାଇଥିଲା।

କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଭାରତୀୟ ନୌସେନାର ସ୍ବଦେଶୀକରଣ ପ୍ରତିବଦ୍ଧତାକୁ ଏହା ପୁଣିଥରେ ପ୍ରମାଣିତ କରିଛି ବୋଲି ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଟୁଇଟରରେ ଭାରତୀୟ ନୌସେନା ସେକିଂ ୪୨-ବି ହେଲିକପ୍ଟରରୁ କ୍ଷେପଣାସ୍ତ୍ର ଚଳାଇବାର ଏକ କ୍ଷୁଦ୍ର ଭିଡିଓ ଜାରି କରିଛି। ଏହି କ୍ଷେପଣାସ୍ତ୍ରରେ ହେଲିକପ୍ଟର ପାଇଁ ଏକ ସ୍ବଦେଶୀ ବିକଶିତ ଲଞ୍ଚର୍‌ ସହିତ ଅନେକ ନୂତନ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ କରାଯାଇଛି। ଏହି ମିଜାଇଲ ସିଷ୍ଟମରେ ଅତ୍ୟାଧୁନିକ ନାଭିଗେଶନ ଏବଂ ଇଣ୍ଟିଗ୍ରେଟେଡ ଆଭିଏନିକ୍ସ ମଧ୍ୟ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି ଶ୍ରୀବାଙ୍କେବିହାରିଙ୍କ ସମ୍ପତ୍ତି, ହେଲେ ହୋଇପାରୁନି ଉଚିତ ସଂରକ୍ଷଣ

ମଥୁରା,୨ ।୯: ଆରାଧ୍ୟ ଠାକୁର ଶ୍ରୀ ବାଙ୍କେବିହାରିଜି ମହାରାଜଙ୍କର କେବଳ ବୃନ୍ଦାବନ ନୁହେଁ ତାଙ୍କର ମନ୍ଦିର ଓ ଏକର ଏକର ସମ୍ପତ୍ତି ଦେଶର ବିଭିନ୍ନ ସ୍ଥାନରେ...

କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ବଳାତ୍କାରୀ ପୀଡ଼ିତା

ଜୟପୁର,୨୯।୭: ଜୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସହରର ବୈଶାଳୀ ନଗର ଥାନାରେ ଏକ ବଳାତ୍କାର ମାମଲାରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବଳାତ୍କାରୀ ପୀଡ଼ିତା...

ଚା’ ଆମନ୍ତ୍ରଣ ବଦଳରେ ଭୋଜନ ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ପଠାଇଲେ ଏମ୍‌ପି

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚା’ ନିମନ୍ତ୍ରଣରେ ରାଜ୍ୟସଭା ସଦସ୍ୟ ଅନୀଲ ବଲୁନି ପୂରା ଭଦ୍ରତାର ସହ କିଛି ସମୟ ପାଇଁ ଏହାକୁ...

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ...

ଲାଲୁଙ୍କୁ ଦଣ୍ଡିତ କରିଥିବା ବିଚାରପତି ଅବସର ନେବା ପୂର୍ବରୁ କଲେ ବିବାହ

ଗୋଡ୍ଡା,୫।୯: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରେ ଏକ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଉକ୍ତ ଅଞ୍ଚଳର ଜଣେ ଓକିଲଙ୍କ ସହ ବିଚାରପତି ପ୍ରେମ ବିବାହ କରିଛନ୍ତି।...

ଆଉ ହୋଇ ପାରିବନି ଫେକ୍‌ ଭୋଟିଂ, ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା…

ନୂଆଦିଲ୍ଲୀ,୧୪।୮: ଏଣିକି ଫେକ୍‌ ଭୋଟିଂ ଆଉ କରାଯାଇ ପାରିବ ନାହିଁ। ଖୁବ୍‌ ଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଜୈଶର ୩ ଆତଙ୍କବାଦୀ ନିହତ

ଶୋପିଆନ,୫।୧୦: ଜମ୍ମୁ-କଶ୍ମୀର ଶୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।...

୪ ରାଜନେତାଙ୍କ ଉପରୁ ହଟିଲା ନଜରବନ୍ଦୀ

ଶ୍ରୀନଗର,୨।୨: ଜମ୍ମୁ-କଶ୍ମୀରରେ ୪ ଜଣ ରାଜନେତାଙ୍କ ଉପରୁ ନଜରବନ୍ଦୀ ହଟାଇ ନିଆଯାଇଛି। ସେମାନଙ୍କ ମଧ୍ୟରେ ନ୍ୟାସନାଲ୍‌ କନଫରେନ୍ସ୍‌ର ଅବଦୁଲ୍‌ ମଜିଦ୍‌ ଲାରମୀ, ଗୁଲାମ ନବୀ ଭଟ୍ଟ,...

Advertisement
Archives

Model This Week