ଜେଲ ଜୀବନ: କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ସିଦ୍ଧୁ, ମିଳିବ ନାହିଁ ୩ ମାସର ପାରିଶ୍ରମିକ

ଚଣ୍ଡିଗଡ଼,୨୫ ।୫: ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ହୋଇଯାଇଛନ୍ତି । ୩୪ ବର୍ଷ ପୂର୍ବର ରୋଡ ରେଜ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ସିଦ୍ଧୁ ଏବେ ଜେଲ କାର୍ଯ୍ୟାଳୟରେ କ୍ଲରିକାଲ କାମ କରିବେ । ଜେଲର ସୁରକ୍ଷା ଦୃଷ୍ଟିରୁ ସିଦ୍ଧୁଙ୍କୁ କ୍ଲରିକାଲ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲା ବେଳେ ଜେଲ ବିଭାଗ ପକ୍ଷରୁ ତାଙ୍କର ସଜା ସମୟ ମଧ୍ୟରେ ଜେଲରେ କ୍ଲରିକାଲ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ସଜା ଶୁଣାଇବା ପରେ ସେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରଠାରୁ ତାଙ୍କୁ ପଟିଆଲା ଜେଲର ବାରାକ ନମ୍ବର ୧୦ରେ ରଖାଯାଇଛି । ତେବେ ଜେଲ ଅଧିକ୍ଷକ ମନଜିତ ସିଂ ଟିୱାଣା କହିଛନ୍ତି ସିଦ୍ଧୁ ଉଚ୍ଚ ଶିକ୍ଷିତ ହୋଇଥିବାରୁ ତାଙ୍କୁ ଜେଲର କ୍ଲରିକାଲ କାମ ଦିଆଯାଇଛି । ଏଥିପାଇଁ ତାଙ୍କୁ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ । ବାରାକ ନମ୍ବର ୧୦ରେ ସବୁଦିନ ଫାଇଲ ତାଙ୍କ ନିକଟରେ ପହଞ୍ଚିଯିବ । ସେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଯେତେବେଳେ ଚାହିଁବେ ଅଫିସ କାମ କରିପାରିବେ ଓ ଯେତେବେଳେ ଚାହିଁବେ ବିଶ୍ରାମ ନେଇ ପାରିବେ । ପ୍ରଥମ ୩ ମାସ ତାଙ୍କର ଟ୍ରେନିଂ ପରିୟଡ ହୋଇଥିବାରୁ ଏଥିପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳିବ ନାହିଁ । ତିନି ମାସ ପରେ ସେହି ସମୟର ପାରିଶ୍ରମିକ ଅନୁଯାୟୀ ତାଙ୍କୁ ତାଙ୍କର ପାରିଶ୍ରମିକ ପ୍ରଦାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ପନ୍ତ, ପାଣ୍ଡ୍ୟା: ସିରିଜ ଜିତିଲା ଭାରତ

ମାଞ୍ଚେଷ୍ଟର, ୧୭ା୭: ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ...

ସୋସିଆଲ ମିଡିଆ କିଙ୍ଗ ‘କୋହଲି’; ଟୁଇଟରରେ ଏବେ ୫୦ ମିଲିୟନ୍‌ ଫଲୋଅର୍ସ…

ନୂଆଦିଲ୍ଲୀ,୧୩।୯: ଦୀର୍ଘ ଏକ ମାସର ବିଶ୍ରାମ ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ନିକଟରେ ଖେଳାଯାଇଥିବା ଏସିଆ କପ୍‌...

ବ୍ଲାକ୍‌ ଫଙ୍ଗସ୍‌: ସରକାରଙ୍କୁ ଔଷଧ ଚିନ୍ତା

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି...

ଛେତ୍ରୀଙ୍କ ସ୍ଥାନ ପୁରଣ କରିବେ ସାହାଲ

କୋଲକାତା, ୩୧ା୫ (ପି.ଟି.)-ଅଧିନାୟକ ସୁନୀଲ ଛେତ୍ରୀଙ୍କ ଅବସର ପରେ କେରଳ ବ୍ଳାଷ୍ଟର୍ସର ଯୁବ ଖେଳାଳି ସାହାଲ ଅବ୍‌ଦୁଲ ସମାଦ ତାଙ୍କ ସ୍ଥାନ ପୁରଣ କରିବେ ବୋଲି...

ଚେନ୍ନାଇକୁ ବଡ ଝଟ୍‌କା

ଦୁବାଇ,୨୧।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର...

ଓ୍ବାର୍ନର, ତାହିରଙ୍କ ଚମକ

ଦୀର୍ଘ ୪୫ ଦିନରୁ ଅଧିକ ସମୟ ଏବଂ ୬୦ଟି ମ୍ୟାଚ୍‌ର ପରିସମାପ୍ତି ପରେ ଏକ ରୋମାଞ୍ଚକର ଫାଇନାଲରେ ୨ ରନ୍‌ରେ େନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଚକ୍‌ମା...

ମେଲବୋର୍ନରେ ଟେଷ୍ଟ ଡେବ୍ୟୁ କରି ଭାବବିହ୍ବଳ ହେଲେ ଏହି କ୍ରିକେଟର: ବାପାଙ୍କ ମୃତ୍ୟୁ ପରେ ବି ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ

ମେଲବୋର୍ନ,୨୬।୧୨: ବିଶ୍ୱର ପ୍ରତ୍ୟେକ କ୍ରିକେଟ ଖେଳାଳି ଦିନେ ନା ଦିନେ ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ସ୍ବପ୍ନ ଦେଖିଥାନ୍ତି। ଏହା ପୂରଣ ହେବା ବେଶ୍‌...

‘ସିନ୍ଦେ ଭାଇ ମାତୋଶ୍ରୀ ଫେରି ଚାଲ’

ଗୁଆହାଟୀ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନାର ସତାରା ଜିଲା ଉପମୁଖ୍ୟ ସଞ୍ଜୟ ଭୋସଲେ ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ସେ...

Advertisement
Archives

Model This Week