ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା

ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି।

‘ଏକ୍ସ’ ଜରିଆରେ ଭାଜପା ପକ୍ଷରୁ ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ଦେଇଛନ୍ତି। ‘ଏକ୍ସ’ ପୋଷ୍ଟରେ ସେ ଲେଖିଛନ୍ତି, ସେ ୨୪ ବର୍ଷ ଶାସନରେ ଥିଲେ, କନ୍ଧମାଳ ଦଙ୍ଗା ବେଳେ କିଏ ମୁଖ୍ୟମନ୍ତ୍ରୀ ଥିଲେ।?  ୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ ବେଳେ କିଏ ଶାସନ କରୁଥିଲେ ବୋଲି କଡ଼ା ପ୍ରଶ୍ନ କରିଛନ୍ତି ଅନିଲ। ସେ କହିଛନ୍ତି, ନବୀନ ବାବୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ। ରାଜନୈତିକ ରୁଟି ସେକିବାକୁ ନବୀନ ସାଂପ୍ରଦାୟିକ ବୟାନବାଜି କରିବା ନିନ୍ଦନୀୟ ବୋଲି ସେ କଡ଼ା ଆକ୍ଷେପ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭଦ୍ରକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କ ଫଟୋ ବିଜେଡି ବିଧାୟକଙ୍କ ସହ ରହିଛି। ଏଥିସହିତ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନବୀନ ରାଜ୍ୟ ସଭା ଏମ୍‌ପି ବି କରିଛନ୍ତି। ଏହା କଣ ନବୀନ ବାବୁଙ୍କ ସୁଶାସନର ପ୍ରତୀକ ବୋଲି ପ୍ରଶ୍ନ କରିଛି ଭାଜପା।

ସୂଚନାଯୋଗ୍ୟ, ନବୀନ ଏକ୍ସରେ ଲେଖିଥିଲେ, ଭଦ୍ରକ ଓ ସୋନପୁରର ସାଙ୍ଗଠନିକ ପଦାଧିକାରୀ ଏବଂ ନେତୃବୃନ୍ଦଙ୍କୁ ଭେଟିଲି। ତିନି ମାସରେ ୪ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଯୋଗଦାନ ସହ ଶାନ୍ତି ଓ ସଦଭାବ ପାଇଁ ସମସ୍ତେ କାମ କରିବାକୁ ଆହ୍ୱାନ ଦେଲି।

ଏହି କଥାକୁ ନେଇ ଭାଜପା ଆଜି ନବୀନଙ୍କୁ କଡ଼ା ଟାର୍ଗେଟ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?