ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଯୁଦ୍ଧ ଲାଗି ୟୁକ୍ରେନରୁ ଅଧାରୁ ପାଠପଢ଼ା ଛାଡ଼ି ଭାରତ ଫେରି ଆସିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ କ୍ୟାରିୟର ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ୟୁକ୍ରେନ୍‌ରେ ସଂକଟ ପରିସ୍ଥିତି ଉପୁଜିଛି। ଓଡ଼ିଶା ସମେତ ଭାରତର ହଜାର ହଜାର ମେଡିକାଲ ଛାତ୍ରୀଛାତ୍ର ୟୁକ୍ରେନ୍‌ରୁ ନିଜ ଘରକୁ ଫେରି ଆସୁଛନ୍ତି। ଫଳରେ ସେମାନଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ଭବିଷ୍ୟତ ନେଇ ମଧ୍ୟ ସେମାନେ ଚିନ୍ତାରେ ଅଛନ୍ତି। ତେଣୁ ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରୀଛାତ୍ରଙ୍କ ପାଠପଢ଼ା ପାଇଁ ଭାରତରେ ବ୍ୟବସ୍ଥା କରାଯିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ମେଡିକାଲ କଲେଜରେ ପାଠ୍ୟ ଗ୍ରହଣର ବ୍ୟବସ୍ଥା ଲାଗି ପଦକ୍ଷେପ ନେବା ଲାଗି ନ୍ୟାଶନାଲ ମେଡିକାଲ କମିଶନ ଓ ମନ୍ତ୍ରାଳୟ ସହିତ ଆଲୋଚନା କରିବାକୁ ନବୀନ ଅନୁରୋଧ କରିଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ଯୋଗୁ ସେଠାରେ ଡାକ୍ତରୀ ପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରି ଆସିଥିବାବେଳେ ସେମାନଙ୍କ ପାଠପଢ଼ା ଅଧା ରହିଛି। ଏମାନଙ୍କ ମଧ୍ୟରେ ବହୁ ଓଡ଼ିଆ ଛାତ୍ରୀଛାତ୍ର ଅଛନ୍ତି। ଏବେ ଏହି ୟୁକ୍ରେନ୍‌ ଫେରନ୍ତା ଛାତ୍ରୀଛାତ୍ରଙ୍କୁ ଭାରତରେ ପାଠ ପଢ଼ାଯାଉ। ଦେଶର ବିଭିନ୍ନ ମେଡିକାଲ କଲେଜରେ ସେମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦିଆଯାଉ। ଓଡ଼ିଶା ସରକାର ମଧ୍ୟ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେବେ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ କୋର୍ସ ଶେଷ ଲାଗି ଅନୁମତି ଦେବା ପାଇଁ ପୂର୍ବରୁ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। ସଂଘର କହିବା କଥା, ୱାର୍‌ ଏକ ଲାଇଫ୍‌ ଟାଇମ୍‌ କ୍ରାଇସିସ୍‌। ଯୁଦ୍ଧ ସ୍ଥିତି ଯୋଗୁ ବାଧ୍ୟ ହୋଇ ସେମାନଙ୍କୁ ସ୍ବଦେଶ ଫେରିବାକୁ ପଡ଼ିଛି। ତେଣୁ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନଜରରେ ରଖି ଭାରତୀୟ ମେଡିକାଲ୍‌ କଲେଜରେ ପଢ଼ିବା ଲାଗି ସେମାନଙ୍କୁ ସୁଯୋଗ ମିଳିବା ଉଚିତ। ଏଥିଲାଗି ନ୍ୟାଶନାଲ ମେଡିକାଲ କମିଶନ ନୂଆ ନିୟମ ଆଣୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଜିଲା ସଭାପତି ତାଲିକା ଘୋଷଣା: ୧୪ ପୁରୁଣା, ୧୯ ନୂଆମୁହଁଙ୍କୁ ଦାୟିତ୍ୱ; ସବିଶେଷ ଜାଣନ୍ତୁ..

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଶୁକ୍ରବାର ବିଜେଡି ଜିଲା ସଭାପତି ତାଲିକା ଘୋଷଣା କରାଯାଇଛି। ମୋଟ ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ପୁରୁଣା ନେତା ଥିବା ବେଳେ ୧୯ଜଣ ନୂଆମୁହଁଙ୍କୁ...

ଏକାମ୍ର କ୍ଷେତ୍ରର ବିକାଶ ଲାଗି ୧୩ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ୧୦୩ କୋଟି

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଏକାମ୍ର ଅଞ୍ଚଳର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୧୩ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିଲାଗି ୧୦୩ କୋଟି ଟଙ୍କା ବିନିଯୋଗ କରାଯିବ।...

ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ଅଭିଭାବକ

ବରଗଡ଼ ଅଫିସ,୨୫ା୨: ରାଜ୍ୟ ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ମାତ୍ର ସରକାରଙ୍କ ଏହି ଘୋଷଣା ବାଟବଣା ହୋଇପଡ଼ିଛି। ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ...

ଟୁଇଟରରେ ୨,୫୦୦ ସମସ୍ୟା ସମାଧାନ

ଭଦ୍ରକ ଅଫିସ,୨୫।୩: ଛାତ୍ର ଜୀବନରୁ ଅସହାୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଟୁଇଟ୍‌ କରି ସରକାରଙ୍କ ପାଖରେ ପହଞ୍ଚାଇବା ଓ ସେମାନଙ୍କୁ ସାହାଯ୍ୟ କରିବା ତାଙ୍କର ଏକପ୍ରକାର...

କନ୍ଧମାଳ ଲୋକସଭା, ଫୁଲବାଣୀ ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ

ଫୁଲବାଣୀ/ଜି.ଉଦୟଗିରି,୨୩।୫(ଡି.ଏନ୍‌.ଏ.)- ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୧୯୨୯ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ଐରଖାରବେଳ ସ୍ବାଇଁ...

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା: ରାଜ୍ୟର ସାଙ୍ଗଠନିକ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଆସନ୍ତା ୨୯ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା। ଓଡ଼ିଶାରେ ପହଞ୍ଚିବା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ...

ଶଯ୍ୟାଶାୟୀଙ୍କୁ ଘରେ ଟିକା

କଟକ ଅଫିସ,୧୧ା୧୦: ବାର୍ଦ୍ଧକ୍ୟ ଜନିତ ହେଉ କିମ୍ବା କୌଣସି ରୋଗରେ ଶଯ୍ୟାଶାୟୀ ଥିଲେ, ସେମାନେ ଘରେ ଟିକା ନେଇପାରିବେ। ଏ ନେଇ ସୋମବାର କଟକ ମହାନଗର...

ପରକୀୟା ପ୍ରୀତି ସନ୍ଦେହ ନେଲା ଛବିରାଣୀଙ୍କ ଜୀବନ

ଭଦ୍ରକ ଅଫିସ,୨୪।୭: କୁରାଢ଼ିରେ ଅତି ନୃଶଂସ ଭାବେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ଏଭଳି ଏକ ଅଭାବନୀୟ ଘଟଣା...

Advertisement
Archives

Model This Week