‘ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ’, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, ୨୦।୬ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍‌ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍‌ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ସମସ୍ତଙ୍କୁ ତୁରନ୍ତ ଏହା ପ୍ରଦାନ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୩ ମାସ ଧରି ପେନ୍‌ସନ ବନ୍ଦ ରହିବା କାରଣରୁ ସେମାନେ ଚରମ ଅସୁବିଧା, ଅଭାବ ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ଏପରିକି ଗଞ୍ଜାମ ଜିଲାର ବେଗୁନିଆପଡ଼ା ଅଞ୍ଚଳର ସାବିତ୍ରୀ ଡୋରା ପେନ୍‌ସନ ନ ମିଳିବା କାରଣରୁ ଜୀବନ ହାରିଥିବା ଖବର ଗ୍ରହଣଯୋଗ୍ୟ ନୁହେଁ। ସଫ୍ଟଓ୍ବେରଜନିତ ତ୍ରୁଟି କାରଣରୁ ପେନ୍‌ସନ ଟଙ୍କା ମିଳିନାହିଁ ବୋଲି କହିବା ଆଶ୍ଚର୍ଯ୍ୟଜନକ। ଏହା ସରକାରଙ୍କ ଅବହେଳା ଓ ମୌଳିକ ଦାୟିତ୍ୱ ପାଳନରେ ବିଫଳତାକୁ ପ୍ରତିଫଳିତ କରୁଛି। ବିଜେଡି ସରକାର ସମୟରେ ପ୍ରତ୍ୟେକ ମାସର ୧୫ ତାରିଖରେ ‘ଜନସେବା ଦିବସ’ ଅବସରରେ ନିୟମିତ ଭାବେ ଲୋକମାନଙ୍କୁ ପେନ୍‌ସନ ଦିଆଯାଉଥିଲା। ଏହି ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ସେହି ବ୍ୟବସ୍ଥାର ଗୁରୁତ୍ୱକୁ ପୁଣି ଥରେ ପ୍ରମାଣିତ କରିଛି। ସରକାର ତୁରନ୍ତ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଜରିଆରେ ପେନ୍‌ସନ ହିତାଧିକାରୀଙ୍କ ପାଖରେ ପହଞ୍ଚାଉ। ଏଥିଲାଗି ଦାୟୀ ଅଧିକାରୀମାନଙ୍କୁ ବିଳମ୍ବ ହେବାକୁ ନେଇ ଜବାବ ମାଗୁ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଲାଗି ସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଭାଜପା ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ଭତ୍ତା ନ ମିଳିବା ବିଷୟକୁ ନେଇ ଅନେକ କଥା ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଭତ୍ତା ନ ପାଇ ବ୍ୟାଙ୍କ ଓ ପଞ୍ଚାୟତ ଅଫିସ୍‌ ଦୌଡ଼ି ଦୌଡ଼ି ଗଞ୍ଜାମର ୬୬ ବର୍ଷୀୟ ଅସହାୟ ମହିଳା ସାବିତ୍ରୀ ଡୋରା ବିଷ ପିଇ ଆତ୍ମହତ୍ୟା କରିବା ହୃଦୟବିଦାରକ। ସଫ୍ଟଓ୍ବେର ସମସ୍ୟା କାରଣରୁ ଗଞ୍ଜାମ ଜିଲାରୁ କେବଳ ୧.୪୯ ଲକ୍ଷରୁ ଅଧିକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଡିଜିଟାଲ କିମ୍ବା ଅନ୍‌ଲାଇନ ସଫ୍ଟଓ୍ବେର ଅପ୍‌ଡେଟ୍‌ ନାଁରେ ଅସହାୟ ଗରିବ ଲୋକଙ୍କୁ ଭୋକିଲା ରଖାଯାଇପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଦୀପଙ୍କ ଏହି ପୋଷ୍ଟପରେ ରାଜନୈତିକ ଏବଂ ପ୍ରଶାସନିକ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?