ଏକଘରିକିଆ ହୋଇଗଲେଣି ନବୀନ-ପାଣ୍ଡିଆନ: ମୂଳ ଲକ୍ଷ୍ୟ କଂଗ୍ରେସକୁ ନ ଯାଆନ୍ତୁ

ଭୁବନେଶ୍ୱର,୯ା୪(ସୁନିତ୍‌ ମିଶ୍ର):କେନ୍ଦ୍ରୀୟ ଭାଜପା ନେତୃତ୍ୱ ବୁଝିସାରିଲେଣି ନବୀନ-ପାଣ୍ଡିଆନ ବର୍ତ୍ତମାନ ଏକଘରିକିଆ ହୋଇଗଲେଣି। ତୃଣମୂଳସ୍ତର କର୍ମୀ ଆଉ ତାଙ୍କ ଉପରେ ଭରସା ରଖୁନାହାନ୍ତି କି ସେମାନଙ୍କ ପାଖରେ ରହିବେ ନାହିଁ। ୨୦୨୪ ସାଧାରଣ ନିର୍ବାଚନରେ ୨୪ ବର୍ଷୀୟ ବିଜେଡି ସରକାରର ବିପର୍ଯ୍ୟୟ ହେଲା। ଏହାପରେ ମଧ୍ୟ କେନ୍ଦ୍ର ଭାଜପା ବିଜେଡି ସବଳ ରହୁ ବୋଲି ଚାହଁୁଥିଲା। ଓଡ଼ିଶାରେ କଂଗ୍ରେସର ଯେପରି ଉତ୍ଥାନ ନ ହେବ ସେଥିଲାଗି ବିଜେଡିକୁ ସବଳ ରଖିବା ଭାଜପା ଶୀର୍ଷ ନେତୃତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିଲାଗି ରାଜ୍ୟରେ ଭାଜପା ସରକାରକୁ ୧୦ ମାସ ପୂରିବା ସତ୍ତ୍ୱେ ବିଜେଡିର ଦୁର୍ନୀତି ବିରୋଧରେ ସେଭଳି କୌଣସି ତଦନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ହେଲେ ପ୍ରଥମେ ଗତ ବିଧାନସଭା ଅଧିବେଶନ ସମୟରେ କଂଗ୍ରେସ ପକ୍ଷରୁ ଓଡ଼ିଶାରେ ସରକାର ବିରୋଧରେ ମାତ୍ରାଧିକ କାର୍ଯ୍ୟକ୍ରମ କରାଯିବା, ଓ୍ବକ୍‌ଫ ବିଲ୍‌କୁ ନେଇ ପ୍ରଥମେ ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବିବୃତି ୨ୟରେ ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖଁାଙ୍କ ସମର୍ଥକମାନେ ନବୀନ ନିବାସ ଭିତରେ ପାଣ୍ଡିଆନ ବିରୋଧୀ ସ୍ଲୋଗାନ ଦେବା ପରେ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କ ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଛି। ସେମାନେ ବୁଝିଲେଣି ବିଜେଡିର ଆଉ ପୂରୁଣା ସ୍ଥିତି ନାହିଁ। ଦଳକୁ ନବୀନ-ପାଣ୍ଡିଆନ ଆଉ ସମ୍ଭାଳିପାରିଲା ଭଳି ସମ୍ଭାବନା ସେମାନେ ଦେଖିପାରୁ ନାହାନ୍ତି। ଏହି ପରିସ୍ଥିତି ଗତ ୪୮ରୁ ୭୨ ଘଣ୍ଟା ଭିତରେ ଘଟିବା ଆରମ୍ଭ ହୋଇଯାଇଛି। ୧୯୯୭ ମସିହା ଭଳି ବିଜେଡିକୁ ଭାଙ୍ଗି ଆଉ ଏକ ଆଞ୍ଚଳିକ ଦଳ ସୃଷ୍ଟି କରିବା ନିମନ୍ତେ ଏକ ବିଧିବଦ୍ଧ ପ୍ରକ୍ରିୟା ଭାଜପାର କେନ୍ଦ୍ର ସ୍ତରରୁ ଆରମ୍ଭ କରାଯାଇଛି।

୧୯୯୭ରେ ବିଜେଡିର ଜନ୍ମ ଯେପରି ହୋଇଥିଲା, ସେହି ଢାଞ୍ଚାରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧୯୯୭ରେ ଭାଜପାର କେନ୍ଦ୍ରୀୟ ନେତା ପ୍ରମୋଦ ମହାଜନ ଓଡ଼ିଶାରେ ଦଳର ଏକ ସ୍ବତନ୍ତ୍ର ରାଜନୈତିକ ରାସ୍ତା ତିଆରି କରିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇଥିଲେ। ସେହି ସମୟରେ ରାଜ୍ୟ ରାଜନୀତିରେ ପ୍ରଭାବ ରଖୁଥିବା କେତେଜଣ ନେତାଙ୍କ ଜରିଆରେ ଭାଜପାର ପଇସା ଲଗାଇ ନବୀନଙ୍କ ଭାବମୂର୍ତ୍ତି ସୃଷ୍ଟି କରାଯାଇଥିଲା। ସେତେବେଳେ ସେହି ନେତାମାନେ ସ୍ବପ୍ନରେ ଚିନ୍ତା କରି ନ ଥିଲେ ଯେ, ନବୀନଙ୍କ ଭାବମୂର୍ତ୍ତି ଏତେବଡ଼ ହୋଇଯିବ, ଅନ୍ୟମାନେ ସବୁ ଲିଭିଯିବେ। ବର୍ତ୍ତମାନ ସେହିଭଳି ପ୍ରତ୍ୟାଖ୍ୟାତ ନେତାଙ୍କ ଜରିଆରେ ଭାଜପା କେନ୍ଦ୍ରୀୟ ନେତାମାନେ ସମାନ ଢଙ୍ଗରେ ଗୋଟି ଚଳାଇବାକୁ ଯୋଜନା କରିଛନ୍ତି। ବିଜେଡି ଭାଙ୍ଗିଗଲେ ବିଜେଡିର ଯେଉଁ ବିଧାୟକ କି ନେତାମାନେ ଭାଜପାରେ କେବେହେଲେ ସାମିଲ ହେବେ ନାହିଁ, ସେମାନଙ୍କୁ ଏହି ୪ର୍ଥ ସାମ୍ମୁଖ୍ୟ ଜରିଆରେ ବାନ୍ଧିରଖିବା ହେଉଛି ମୂଳ ଲକ୍ଷ୍ୟ। କୌଣସି ପରିସ୍ଥିତିରେ ଯେପରି ରାଜ୍ୟରେ କଂଗ୍ରେସ ସବଳ ନ ହେବ ତାହା ହେଉଛି ବାସ୍ତବ ଉଦ୍ଦେଶ୍ୟ। ବିଜେଡିର ଏଭଳି ସ୍ଥିତିରେ ସେମାନଙ୍କ ଦଳର ବହୁ ନେତା କଂଗ୍ରେସ ଆଡ଼କୁ ମଧ୍ୟ ଢଳିବାର ସମ୍ଭାବନା ସୃଷ୍ଟି ହେଉଛି। କାରଣ ଓଡ଼ିଶାର ଗ୍ରାମାଞ୍ଚଳରେ କଂଗ୍ରେସର ସ୍ଥିତି ଦୃଢ ହେଉଥିବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତରଫରୁ ଦିଲ୍ଲୀକୁ ଗତ ୨ ଦିନ ଭିତରେ ଏକାଧିକ ରିପୋର୍ଟ ଯାଇଛି। ଏହାକୁ ପ୍ରତିରୋଧ କରିବା ଲାଗି ରାଜ୍ୟର କେତେଜଣ ପ୍ରତ୍ୟାଖ୍ୟାତ ନେତାଙ୍କୁ ଭାଜପାର ଉପରସ୍ତରରୁ ବ୍ୟବହାର କରିବା ଆରମ୍ଭ ହୋଇଛି। ଏହି ଦାୟିତ୍ୱ ତୁଲାଇବା ଲାଗି ଭାଜପା ବାଛିଥିବା ନେତାମାନଙ୍କ ପାଇଁ ସାଧାରଣ ଜୀବନରେ ଆଉ ଆଗଭଳି ସେତେଟା ସୁଯୋଗ ନ ଥିବାବେଳେ ସେମାନଙ୍କୁ ଏଭଳି ଏକ ରଣନୀତି ଉପହାର ସଦୃଶ ହୋଇଛି। ରାଜ୍ୟରେ ଥିବା ଅଣଭାଜପା ଭୋଟ ଯେପରି କଂଗ୍ରେସ ଖାତାକୁ ନ ଯିବ ସେଥିପାଇଁ ଏତେବଡ଼ ଯୋଜନା ଆରମ୍ଭ ହୋଇଯାଇଛି। ନବୀନ-ପାଣ୍ଡିଆନଙ୍କୁ ଯେଉଁମାନେ ଛାଡ଼ିକି ଯାଇପାରନ୍ତି ସେମାନଙ୍କୁ ଅନ୍ୟ ଏକ ଆଞ୍ଚଳିକ ଦଳ ଜରିଆରେ ଗୋଠ ବାନ୍ଧି ରଖିବା ହେଉଛି ଏହାର ମୂଳ ଲକ୍ଷ୍ୟ। ବିହାରରେ ଭାଜପାକୁ ବଞ୍ଚାଇ ରଖିବା ପାଇଁ ନୀତୀଶ କୁମାରଙ୍କ ଦଳ ଏକ ବଡ଼ ଭୂମିକା ତୁଲାଇଆସୁଛି। ବିହାରରେ କିଛି ଭୋଟ ରହିଛି, ଯାହା ଆର୍‌ଜେଡିକୁ ନ ଗଲେ ମଧ୍ୟ କେବେହେଲେ ଭାଜପାକୁ ଯିବନାହିଁ। ହେଲେ ସେଥିରୁ ବହୁ ଭୋଟ ଜେଡିୟୁ ଜରିଆରେ ଭାଜପା ପରୋକ୍ଷରେ ନିଜ ସପକ୍ଷରେ ଆଣିପାରିଛି। ଯଦି ତାମିଲନାଡୁ କଥା ଦେଖିବା ସେଠାରେ ମଧ୍ୟ ସମାନ ସ୍ଥିତି। ସେଠାରେ ଡିଏମ୍‌କେ ଦଳର ଭୋଟ ପ୍ରତିଶତ ହ୍ରାସ କରାଇବା ଲାଗି ଏଆଇଏଡିଏମ୍‌କେକୁ ଭାଜପା ପରୋକ୍ଷରେ ସହଯୋଗ କରୁଛି। ଓଡ଼ିଶାରେ ମଧ୍ୟ ସମାନ ଢାଞ୍ଚା ଆପଣାଇବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ବର୍ତ୍ତମାନର ସ୍ଥିତି ଉପରେ ଯଦି ନଜର ପକାଇବା, ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ନବୀନ ନିବାସ ସହଯୋଗରେ ଯେଉଁ ଅଯଥା ଦ୍ୱନ୍ଦ ସୃଷ୍ଟି କଲା ସେଥିଯୋଗୁ ଦଳର ସଂଖ୍ୟାଲଘୁ ଭୋଟର ଅସନ୍ତୁଷ୍ଟ ହୋଇଛନ୍ତି। କେବଳ ସଂଖ୍ୟାଲଘୁ ନୁହେଁ, ତାଙ୍କ ବ୍ୟତୀତ ଓଡିଶାରେ ଏକ ବଡ଼ ପ୍ରତିଶତ ଭୋଟ ଏବେ ମଧ୍ୟ ଭାଜପାକୁ ଯାଉନାହିଁ, ଯାହାକି ୨୦୨୪ ନିର୍ବାଚନରେ ଜଣାପଡ଼ିଥିଲା। ସଂଖ୍ୟାଲଘୁ ଭୋଟ ଯଦି ବିଜେଡି ଖାତାକୁ ନ ଯାଏ, ତାହା କେବେ ହେଲେ ଭାଜପାକୁ ମିଳିବନି। ତେଣୁ ସେହି ଭୋଟରମାନେ ପୁନର୍ବାର କଂଗ୍ରେସମୁହାଁ ହେବା ସ୍ବଭାବିକ। ବିଜେଡି ଭାଙ୍ଗିଲେ ସେହି ଭୋଟକୁ କେବଳ ଆଉ ଏକ ଆଞ୍ଚଳିକ ଦଳ ଜରିଆରେ କଂଗ୍ରେସ ପାଖକୁ ଯିବାରୁ ରୋକାଯାଇପାରିବ। ଏହିଭଳି ଆହୁରି ବହୁତ ଭୋଟ ଅଛି, ବିଜେଡି ନ ରଖିପାରିଲେ ତାହା ସିଧାସଳଖ କଂଗ୍ରେସ ଖାତାକୁ ଚାଲିଯିବ। ତାହା ଏବେ ଭାଜପା କେନ୍ଦ୍ରୀୟ ନେତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ବିରୋଧୀ ଦଳ ଉପନେତା ତଥା ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ତାଙ୍କ ଦଳ କାହିଁକି ଭାଙ୍ଗିବ, ଏବେ ମଧ୍ୟ ତାଙ୍କ ଦଳରେ ବଳ ଅଛି। ସେ ନବୀନ-ପାଣ୍ଡିଆନଙ୍କୁ ତ୍ୟାଗକରି ଆଗକୁ ବଢ଼ିବେ କି ବୋଲି ପଚାରିବାରୁ ପ୍ରସନ୍ନ କହିଛନ୍ତି, ସେ ସନ୍ନ୍ୟାସ ତ ନେଇନାହାନ୍ତି କାହାକୁ ଛାଡ଼ିବା କଥା କ’ଣ ପାଇଁ ପଡ଼ିଛି। ରାଜନୀତି କେତେବେଳେ ସ୍ଥିର ନୁହେଁ। ପରିବର୍ତ୍ତନ ଗଣତନ୍ତ୍ରର ଲକ୍ଷଣ ବୋଲି ସେ କହିଛନ୍ତି। ପ୍ରତାପ ଜେନାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ  (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି,…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri