ଏକଘରିକିଆ ହୋଇଗଲେଣି ନବୀନ-ପାଣ୍ଡିଆନ: ମୂଳ ଲକ୍ଷ୍ୟ କଂଗ୍ରେସକୁ ନ ଯାଆନ୍ତୁ

ଭୁବନେଶ୍ୱର,୯ା୪(ସୁନିତ୍‌ ମିଶ୍ର):କେନ୍ଦ୍ରୀୟ ଭାଜପା ନେତୃତ୍ୱ ବୁଝିସାରିଲେଣି ନବୀନ-ପାଣ୍ଡିଆନ ବର୍ତ୍ତମାନ ଏକଘରିକିଆ ହୋଇଗଲେଣି। ତୃଣମୂଳସ୍ତର କର୍ମୀ ଆଉ ତାଙ୍କ ଉପରେ ଭରସା ରଖୁନାହାନ୍ତି କି ସେମାନଙ୍କ ପାଖରେ ରହିବେ ନାହିଁ। ୨୦୨୪ ସାଧାରଣ ନିର୍ବାଚନରେ ୨୪ ବର୍ଷୀୟ ବିଜେଡି ସରକାରର ବିପର୍ଯ୍ୟୟ ହେଲା। ଏହାପରେ ମଧ୍ୟ କେନ୍ଦ୍ର ଭାଜପା ବିଜେଡି ସବଳ ରହୁ ବୋଲି ଚାହଁୁଥିଲା। ଓଡ଼ିଶାରେ କଂଗ୍ରେସର ଯେପରି ଉତ୍ଥାନ ନ ହେବ ସେଥିଲାଗି ବିଜେଡିକୁ ସବଳ ରଖିବା ଭାଜପା ଶୀର୍ଷ ନେତୃତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିଲାଗି ରାଜ୍ୟରେ ଭାଜପା ସରକାରକୁ ୧୦ ମାସ ପୂରିବା ସତ୍ତ୍ୱେ ବିଜେଡିର ଦୁର୍ନୀତି ବିରୋଧରେ ସେଭଳି କୌଣସି ତଦନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ହେଲେ ପ୍ରଥମେ ଗତ ବିଧାନସଭା ଅଧିବେଶନ ସମୟରେ କଂଗ୍ରେସ ପକ୍ଷରୁ ଓଡ଼ିଶାରେ ସରକାର ବିରୋଧରେ ମାତ୍ରାଧିକ କାର୍ଯ୍ୟକ୍ରମ କରାଯିବା, ଓ୍ବକ୍‌ଫ ବିଲ୍‌କୁ ନେଇ ପ୍ରଥମେ ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବିବୃତି ୨ୟରେ ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖଁାଙ୍କ ସମର୍ଥକମାନେ ନବୀନ ନିବାସ ଭିତରେ ପାଣ୍ଡିଆନ ବିରୋଧୀ ସ୍ଲୋଗାନ ଦେବା ପରେ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କ ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଛି। ସେମାନେ ବୁଝିଲେଣି ବିଜେଡିର ଆଉ ପୂରୁଣା ସ୍ଥିତି ନାହିଁ। ଦଳକୁ ନବୀନ-ପାଣ୍ଡିଆନ ଆଉ ସମ୍ଭାଳିପାରିଲା ଭଳି ସମ୍ଭାବନା ସେମାନେ ଦେଖିପାରୁ ନାହାନ୍ତି। ଏହି ପରିସ୍ଥିତି ଗତ ୪୮ରୁ ୭୨ ଘଣ୍ଟା ଭିତରେ ଘଟିବା ଆରମ୍ଭ ହୋଇଯାଇଛି। ୧୯୯୭ ମସିହା ଭଳି ବିଜେଡିକୁ ଭାଙ୍ଗି ଆଉ ଏକ ଆଞ୍ଚଳିକ ଦଳ ସୃଷ୍ଟି କରିବା ନିମନ୍ତେ ଏକ ବିଧିବଦ୍ଧ ପ୍ରକ୍ରିୟା ଭାଜପାର କେନ୍ଦ୍ର ସ୍ତରରୁ ଆରମ୍ଭ କରାଯାଇଛି।

୧୯୯୭ରେ ବିଜେଡିର ଜନ୍ମ ଯେପରି ହୋଇଥିଲା, ସେହି ଢାଞ୍ଚାରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧୯୯୭ରେ ଭାଜପାର କେନ୍ଦ୍ରୀୟ ନେତା ପ୍ରମୋଦ ମହାଜନ ଓଡ଼ିଶାରେ ଦଳର ଏକ ସ୍ବତନ୍ତ୍ର ରାଜନୈତିକ ରାସ୍ତା ତିଆରି କରିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇଥିଲେ। ସେହି ସମୟରେ ରାଜ୍ୟ ରାଜନୀତିରେ ପ୍ରଭାବ ରଖୁଥିବା କେତେଜଣ ନେତାଙ୍କ ଜରିଆରେ ଭାଜପାର ପଇସା ଲଗାଇ ନବୀନଙ୍କ ଭାବମୂର୍ତ୍ତି ସୃଷ୍ଟି କରାଯାଇଥିଲା। ସେତେବେଳେ ସେହି ନେତାମାନେ ସ୍ବପ୍ନରେ ଚିନ୍ତା କରି ନ ଥିଲେ ଯେ, ନବୀନଙ୍କ ଭାବମୂର୍ତ୍ତି ଏତେବଡ଼ ହୋଇଯିବ, ଅନ୍ୟମାନେ ସବୁ ଲିଭିଯିବେ। ବର୍ତ୍ତମାନ ସେହିଭଳି ପ୍ରତ୍ୟାଖ୍ୟାତ ନେତାଙ୍କ ଜରିଆରେ ଭାଜପା କେନ୍ଦ୍ରୀୟ ନେତାମାନେ ସମାନ ଢଙ୍ଗରେ ଗୋଟି ଚଳାଇବାକୁ ଯୋଜନା କରିଛନ୍ତି। ବିଜେଡି ଭାଙ୍ଗିଗଲେ ବିଜେଡିର ଯେଉଁ ବିଧାୟକ କି ନେତାମାନେ ଭାଜପାରେ କେବେହେଲେ ସାମିଲ ହେବେ ନାହିଁ, ସେମାନଙ୍କୁ ଏହି ୪ର୍ଥ ସାମ୍ମୁଖ୍ୟ ଜରିଆରେ ବାନ୍ଧିରଖିବା ହେଉଛି ମୂଳ ଲକ୍ଷ୍ୟ। କୌଣସି ପରିସ୍ଥିତିରେ ଯେପରି ରାଜ୍ୟରେ କଂଗ୍ରେସ ସବଳ ନ ହେବ ତାହା ହେଉଛି ବାସ୍ତବ ଉଦ୍ଦେଶ୍ୟ। ବିଜେଡିର ଏଭଳି ସ୍ଥିତିରେ ସେମାନଙ୍କ ଦଳର ବହୁ ନେତା କଂଗ୍ରେସ ଆଡ଼କୁ ମଧ୍ୟ ଢଳିବାର ସମ୍ଭାବନା ସୃଷ୍ଟି ହେଉଛି। କାରଣ ଓଡ଼ିଶାର ଗ୍ରାମାଞ୍ଚଳରେ କଂଗ୍ରେସର ସ୍ଥିତି ଦୃଢ ହେଉଥିବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତରଫରୁ ଦିଲ୍ଲୀକୁ ଗତ ୨ ଦିନ ଭିତରେ ଏକାଧିକ ରିପୋର୍ଟ ଯାଇଛି। ଏହାକୁ ପ୍ରତିରୋଧ କରିବା ଲାଗି ରାଜ୍ୟର କେତେଜଣ ପ୍ରତ୍ୟାଖ୍ୟାତ ନେତାଙ୍କୁ ଭାଜପାର ଉପରସ୍ତରରୁ ବ୍ୟବହାର କରିବା ଆରମ୍ଭ ହୋଇଛି। ଏହି ଦାୟିତ୍ୱ ତୁଲାଇବା ଲାଗି ଭାଜପା ବାଛିଥିବା ନେତାମାନଙ୍କ ପାଇଁ ସାଧାରଣ ଜୀବନରେ ଆଉ ଆଗଭଳି ସେତେଟା ସୁଯୋଗ ନ ଥିବାବେଳେ ସେମାନଙ୍କୁ ଏଭଳି ଏକ ରଣନୀତି ଉପହାର ସଦୃଶ ହୋଇଛି। ରାଜ୍ୟରେ ଥିବା ଅଣଭାଜପା ଭୋଟ ଯେପରି କଂଗ୍ରେସ ଖାତାକୁ ନ ଯିବ ସେଥିପାଇଁ ଏତେବଡ଼ ଯୋଜନା ଆରମ୍ଭ ହୋଇଯାଇଛି। ନବୀନ-ପାଣ୍ଡିଆନଙ୍କୁ ଯେଉଁମାନେ ଛାଡ଼ିକି ଯାଇପାରନ୍ତି ସେମାନଙ୍କୁ ଅନ୍ୟ ଏକ ଆଞ୍ଚଳିକ ଦଳ ଜରିଆରେ ଗୋଠ ବାନ୍ଧି ରଖିବା ହେଉଛି ଏହାର ମୂଳ ଲକ୍ଷ୍ୟ। ବିହାରରେ ଭାଜପାକୁ ବଞ୍ଚାଇ ରଖିବା ପାଇଁ ନୀତୀଶ କୁମାରଙ୍କ ଦଳ ଏକ ବଡ଼ ଭୂମିକା ତୁଲାଇଆସୁଛି। ବିହାରରେ କିଛି ଭୋଟ ରହିଛି, ଯାହା ଆର୍‌ଜେଡିକୁ ନ ଗଲେ ମଧ୍ୟ କେବେହେଲେ ଭାଜପାକୁ ଯିବନାହିଁ। ହେଲେ ସେଥିରୁ ବହୁ ଭୋଟ ଜେଡିୟୁ ଜରିଆରେ ଭାଜପା ପରୋକ୍ଷରେ ନିଜ ସପକ୍ଷରେ ଆଣିପାରିଛି। ଯଦି ତାମିଲନାଡୁ କଥା ଦେଖିବା ସେଠାରେ ମଧ୍ୟ ସମାନ ସ୍ଥିତି। ସେଠାରେ ଡିଏମ୍‌କେ ଦଳର ଭୋଟ ପ୍ରତିଶତ ହ୍ରାସ କରାଇବା ଲାଗି ଏଆଇଏଡିଏମ୍‌କେକୁ ଭାଜପା ପରୋକ୍ଷରେ ସହଯୋଗ କରୁଛି। ଓଡ଼ିଶାରେ ମଧ୍ୟ ସମାନ ଢାଞ୍ଚା ଆପଣାଇବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ବର୍ତ୍ତମାନର ସ୍ଥିତି ଉପରେ ଯଦି ନଜର ପକାଇବା, ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ନବୀନ ନିବାସ ସହଯୋଗରେ ଯେଉଁ ଅଯଥା ଦ୍ୱନ୍ଦ ସୃଷ୍ଟି କଲା ସେଥିଯୋଗୁ ଦଳର ସଂଖ୍ୟାଲଘୁ ଭୋଟର ଅସନ୍ତୁଷ୍ଟ ହୋଇଛନ୍ତି। କେବଳ ସଂଖ୍ୟାଲଘୁ ନୁହେଁ, ତାଙ୍କ ବ୍ୟତୀତ ଓଡିଶାରେ ଏକ ବଡ଼ ପ୍ରତିଶତ ଭୋଟ ଏବେ ମଧ୍ୟ ଭାଜପାକୁ ଯାଉନାହିଁ, ଯାହାକି ୨୦୨୪ ନିର୍ବାଚନରେ ଜଣାପଡ଼ିଥିଲା। ସଂଖ୍ୟାଲଘୁ ଭୋଟ ଯଦି ବିଜେଡି ଖାତାକୁ ନ ଯାଏ, ତାହା କେବେ ହେଲେ ଭାଜପାକୁ ମିଳିବନି। ତେଣୁ ସେହି ଭୋଟରମାନେ ପୁନର୍ବାର କଂଗ୍ରେସମୁହାଁ ହେବା ସ୍ବଭାବିକ। ବିଜେଡି ଭାଙ୍ଗିଲେ ସେହି ଭୋଟକୁ କେବଳ ଆଉ ଏକ ଆଞ୍ଚଳିକ ଦଳ ଜରିଆରେ କଂଗ୍ରେସ ପାଖକୁ ଯିବାରୁ ରୋକାଯାଇପାରିବ। ଏହିଭଳି ଆହୁରି ବହୁତ ଭୋଟ ଅଛି, ବିଜେଡି ନ ରଖିପାରିଲେ ତାହା ସିଧାସଳଖ କଂଗ୍ରେସ ଖାତାକୁ ଚାଲିଯିବ। ତାହା ଏବେ ଭାଜପା କେନ୍ଦ୍ରୀୟ ନେତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ବିରୋଧୀ ଦଳ ଉପନେତା ତଥା ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ତାଙ୍କ ଦଳ କାହିଁକି ଭାଙ୍ଗିବ, ଏବେ ମଧ୍ୟ ତାଙ୍କ ଦଳରେ ବଳ ଅଛି। ସେ ନବୀନ-ପାଣ୍ଡିଆନଙ୍କୁ ତ୍ୟାଗକରି ଆଗକୁ ବଢ଼ିବେ କି ବୋଲି ପଚାରିବାରୁ ପ୍ରସନ୍ନ କହିଛନ୍ତି, ସେ ସନ୍ନ୍ୟାସ ତ ନେଇନାହାନ୍ତି କାହାକୁ ଛାଡ଼ିବା କଥା କ’ଣ ପାଇଁ ପଡ଼ିଛି। ରାଜନୀତି କେତେବେଳେ ସ୍ଥିର ନୁହେଁ। ପରିବର୍ତ୍ତନ ଗଣତନ୍ତ୍ରର ଲକ୍ଷଣ ବୋଲି ସେ କହିଛନ୍ତି। ପ୍ରତାପ ଜେନାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?