ପାଣ୍ଡିଆନଙ୍କୁ ବଞ୍ଚାଇବାକୁ ଉଦ୍ୟମ: ମଞ୍ଚରୁ ନବୀନ ଉଭାନ

ଭୁବନେଶ୍ୱର,୯ା୪(ସୁନିତ୍‌ ମିଶ୍ର):ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭିତରେ ଛନ୍ଦିହୋଇପଡ଼ିଥିବା ଭି.କେ. ପାଣ୍ଡିଆନ୍‌ଙ୍କୁ ବଞ୍ଚାଇବାକୁ ଦଳ ଭିତରେ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ସମ୍ଭାଳିିବାକୁ ପାଣ୍ଡିଆନ୍‌ଙ୍କ ଜଣେ ସହଯୋଗୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ୫ ଦିନ ଭିତରେ ବିଜେଡିରେ ଘଟିଥିବା ଘଟଣାକ୍ରମକୁ ଦେଖିଲେ ପାଣ୍ଡିଆନ୍‌ଙ୍କୁ କିପରି ସୁରକ୍ଷା ଦିଆଯାଉଛି ତାକୁ ନେଇ ସବୁଠାରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଓ୍ବାକ୍‌ଫ ବିଲ୍‌କୁ ନେଇ ଯେଉଁ ଦ୍ୱିମତ ଦେଖାଦେଇଥିଲା ତାକୁ ଦଳର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ରନେତା ବିରୋଧ କରିବା ସଙ୍ଗେ ସଙ୍ଗେ ପାଣ୍ଡିଆନ୍‌ଙ୍କୁ ହଟାଇବାକୁ ଦାବି ଜୋର୍‌ ଧରିଥିଲା। ହେଲେ ବହୁ ନେତାଙ୍କ ଦାବିକୁ ଅଣଦେଖା କରିଦେଇ ଏହାକୁ ଘୋଡ଼ାଇବା ସକାଶେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟକୁ ଅଗ୍ରାଧିକାର ଦେବାର ବାହାନା ଦଳ ଭିତରେ ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ବୋଲାଉଥିବା ନେତା ଗଣମାଧ୍ୟମ ଆଗରେ ନିଜକୁ ବଞ୍ଚାଇରଖିବା ଲାଗି ପାଣ୍ଡିଆନ୍‌ଙ୍କ ସହଯୋଗୀଙ୍କ ଗୋଟିଚାଳନାରେ ମୋଡ଼ିମକଚି ହୋଇଯାଇଥିବା ଚର୍ଚ୍ଚା ହେଉଛି। ଚଳିତ ମାସ ସୁଦ୍ଧା ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଶେଷହେବ ବୋଲି ଘୋଷଣା କରାଯାଇଛି। ସେହି କ୍ରମରେ ଦଳର ୩୩ଟି ସାଙ୍ଗଠନିକ ଜିଲା ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୬ଟି ଜିଲାର ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳୁଛି। ବବିଙ୍କ ଇଙ୍ଗିତରେ ପ୍ରାୟ ସବୁ ଜିଲାର ସଭାପତିଙ୍କ ନାଁ ଚୟନ କରାଯାଉଥିବା କେତେଜଣ ନେତା ବାହାରେ ଗପିବା ଆରମ୍ଭ କରିଦେଇଛନ୍ତି। ସାଙ୍ଗଠନିକ କ୍ଷେତ୍ରରେ ପାଣ୍ଡିଆନ୍‌ ଓ ବବି ଯୋଡ଼ି ଦଳକୁ ଏକରକମ ନିଜ ନିୟନ୍ତ୍ରଣକୁ ନେବାରେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।
ଶଙ୍ଖ ଭବନରେ ଘନ ଘନ ବୈଠକକରି ଗୋଟିଏ ପଟେ ପାଣ୍ଡିଆନ୍‌ଙ୍କୁ ସୁରକ୍ଷା ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଥିବା ବେଳେ ଅନ୍ୟପଟେ ଏକ ଭୟର ବାତାବରଣ ସୃଷ୍ଟିକରି ସାଙ୍ଗଠନିକ ପ୍ରକ୍ରିୟା ଶେଷ କରିଦେବାର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ନେତା ଗଣମାଧ୍ୟମ ଆଗରେ ନିଜକୁ ଉପସ୍ଥାପନ କରିବାକୁ ବହୁ ଉଦ୍ୟମ କରିଆସୁଥିଲେ। ଏହାର ସୁଯୋଗ ଏବେ ପାଣ୍ଡିଆନ୍‌ଙ୍କ ଟିମ୍‌ ଉଠାଇବା ଆରମ୍ଭ କରିଛନ୍ତି। ଯେଉଁମାନେ ଓ୍ବାକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିବାର ମୌକା ପାଇଯାଇଥିଲେ ସେମାନଙ୍କୁ ପୂର୍ବରୁ ଦଳର ଅନେକ କଥାରେ କେବେହେଲେ ଲୋଡ଼ାଯାଉ ନ ଥିଲା। ହେଲେ ଏବେ ସେହି ନିର୍ଦ୍ଦିଷ୍ଟ ନେତାମାନଙ୍କୁ ବାରମ୍ବାର ଶଙ୍ଖ ଭବନରେ ଦେଖିବାକୁ ମିଳୁଛି। ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ହେବ ସେମାନଙ୍କ ମତାମତ ଲୋଡ଼ାଯାଉଛି। ସେହି ନେତାମାନେ ମଧ୍ୟ ତାଙ୍କୁ ଦଳ ବହୁ ମାତ୍ରାରେ ଲୋଡୁଥିବା ଦେଖି ସନ୍ତୁଷ୍ଟ ହେବା ଆରମ୍ଭ କରିଛନ୍ତି। ଏହାପରେ ଗଣମାଧ୍ୟମ ଆଗରେ ଦଳୀୟ ପ୍ରସଙ୍ଗରେ ମତାମତ ରଖିଦେଇ ସେହି ନେତାମାନେ ମଧ୍ୟ କୃତକୃତ୍ୟ ହୋଇଯାଉଛନ୍ତି। ଖୁସି ହେଉଥିବା ନେତାଙ୍କୁ ବ୍ୟବହାରକରି ଏବେ ଆରମ୍ଭ କରାଯାଇଛି ପାଣ୍ଡିଆନ୍‌ ସୁରକ୍ଷା ଅଭିଯାନ। ଯେଉଁମାନେ ପାଣ୍ଡିଆନ୍‌ଙ୍କୁ ଓ୍ବାକ୍‌ଫ ବିଲ୍‌ କଥାରେ ଟାର୍ଗେଟ କରୁଛନ୍ତି ସେମାନଙ୍କ ବିରୋଧରେ ଖୁସି ହୋଇସାରିଥିବା ନେତାଏ ଓଲଟା ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବୈଠକରେ ଉପସ୍ଥିତ ରହୁଥିବା ନେତାଙ୍କ ମଧ୍ୟରୁ କେତେଜଣ ବାହାରେ ଆସି ଏବେ ବବିଙ୍କ ପୂର୍ବ ବ୍ୟବହାର ଦେଖିବାକୁ ପାଇଲେଣି ବୋଲି କୁହାକୁହି ଆରମ୍ଭ କରିିଛନ୍ତି। ଜଣେ ନେତା ନିଜ ନାମ ଗୋପନ ରଖି କହିଛନ୍ତି, ଯେତେବେଳେ କେଉଁ ଜିଲାର ସଭାପତି କାହାକୁ କରାଯିବ ଆଲୋଚନା ହେଉଛି ସେତେବେଳେ ବବି ତାଙ୍କ ଅନୁଗତଙ୍କୁ ଦାୟିତ୍ୱ ଦେବାକୁ କହୁଛନ୍ତି। ଯଦି ତାଙ୍କ କଥାକୁ ନେଇ କେହି କିଛି ପ୍ରଶ୍ନ କରୁଛନ୍ତି ତେବେ ବବି ଉଚ୍ଚ ସ୍ବରରେ ଅନ୍ୟମାନଙ୍କୁ ଦାବିଦେବାକୁ ଚେଷ୍ଟା କରିଛନ୍ତି। ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ କିଛିଦିନ ପର୍ଯ୍ୟନ୍ତ ବବି ଏକ ପ୍ରକାର ନିଜକୁ ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇଦେଇଥିବାର ଧାରଣା ସୃଷ୍ଟି କରାଯାଇଛି। ହେଲେ ଏବେ ତା’ର ଓଲଟା ଦୃଶ୍ୟ ଦେଖିବାକୁ ମିଳିଲାଣି।
କେବଳ ସେତିକି ନୁହେଁ, ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ବହୁ ବରିଷ୍ଠ ନେତା ଘଟଣାର ପରଦିନ ନବୀନ ନିବାସ ଆସିବାଠାରୁ ଆରମ୍ଭକରି ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଅଛି ବୋଲି ସେମାନେ ସିଧାସଳଖ କହିଥିଲେ। ଏହି ପ୍ରକ୍ରିୟାରୁ ବହୁ ନେତା ନିଜକୁ ଦୂରେଇ ରଖିଛନ୍ତି। ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା ପ୍ରମୁଖ ନେତାମାନେ ଏଯାଏଁ ଓ୍ବକ୍‌ଫ ବିଲ୍‌ କଥାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାର ସାହାସ ଜୁଟାଇପାରିଲା ଭଳି ଦେଖାଯାଉ ନ ଥିବା ତାଙ୍କ ଦଳର କେତେଜଣ ଛାତ୍ର ଓ ଯୁବନେତା ଚର୍ଚ୍ଚା କରୁଛନ୍ତି। ଏପରି ସ୍ଥିତିରେ ଆହୁରି ମଧ୍ୟ ପାଣ୍ଡିଆନ୍‌ଙ୍କ ସୁରକ୍ଷା ଲାଗି ଦଳ ଭିତରେ ନୂଆ ଯୋଜନା କରାଯାଇଛି। ଏମ୍‌ପି ଦେବାଶିଷ ସାମନ୍ତରାୟ ଖୋଲାଖୋଲି ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଥିଲେ। ତେଣୁ ଦେବାଶିଷଙ୍କୁ ଟାର୍ଗେଟ କରିବା ସକାଶେ ଦଳର ଶୀର୍ଷ ସ୍ତରରୁ ନୂଆ ଫନ୍ଦି କରାଯାଇଛି। ଏଇ କିଛିଦିନ ଭିତରେ ପ୍ରଥମେ ଦଳର ସବୁ ରାଜ୍ୟ ସଭା ସଦସ୍ୟଙ୍କୁ ନବୀନଙ୍କ ସହ ବସାଇ ଏକ ଫଟୋ ଗଣମାଧ୍ୟମକୁ ଦିଆଯିବାର ଯୋଜନା କରାଯାଇଛି। ଏହାଦ୍ୱାରା ଦେବାଶିଷ ଭୁଲ୍‌ ଥିଲେ ବୋଲି ଏକ ବାର୍ତ୍ତା ବାହାରକୁ ଯିବ। ଏହାପରେ ଧୀରେ ଧୀରେ ଦଳରେ ତାଙ୍କୁ ଅଣଦେଖା କରିବା ପ୍ରକ୍ରିୟା ଆରମ୍ଭ କରାଯିବାକୁ ଯୋଜନା କରାଯାଇଛି। ଜଣେ ଏମ୍‌ପି ନିଜ ନାମ ଗୋପନ ରଖି କହିଛନ୍ତି, ଯଦି ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ସେ ଯାହା କହୁଥିଲେ ତାହା ଠିକ୍‌ ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ସେ ରାଜନୀତିରେ ଏକ ସ୍ବତନ୍ତ୍ର ମାଇଲେଜ ପାଇଯିବେ ବୋଲି ଦଳର ଶୀର୍ଷସ୍ତରରେ ଚିନ୍ତା କରାଯାଉଛି। ଶେଷରେ ଏହିସବୁ ନାଟକ ରଚାଯାଉଥିବାବେଳେ ନିଜେ ନବୀନ ପଟ୍ଟନାୟକ ମଞ୍ଚରୁ ଉଭାନ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?