ବିଜେଡି ନୂଆ କାର୍ଯ୍ୟାଳୟର ଶୁଭ ଦେଲେ ନବୀନ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜେଡି ରାଜ୍ୟ କାର୍ଯ୍ୟାଳୟର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯିବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପବିତ୍ର ରଥଯାତ୍ରା ଅବସରରେ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ମୁଖ୍ୟାଳୟରେ ପହଞ୍ଚି ଭିତ୍ତିପ୍ରସ୍ତର ଶୁଭ ଦେଇଛନ୍ତି। ପାଖାପାଖି ଦେଢ଼ବର୍ଷ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେଣୁ ଏଠାରେ ବିଶେଷ ଗହଳି କରା ନ ଯାଇ ଅଳ୍ପ କେତେଜଣ ବରିଷ୍ଠ ଏବଂ ସାଙ୍ଗଠନିକ ଦାୟିତ୍ୱରେ ଥିବା ବିଜେଡି ନେତା ଉପସ୍ଥିତ ଥିଲେ।
ନିର୍ମାଣ ହେବାକୁ ଥିବା ବିଜେଡି ମୁଖ୍ୟାଳୟରେ ଦଳର ସମସ୍ତ ସଙ୍ଗଠନର ଶାଖା କାର୍ଯ୍ୟକ୍ଷମ ହେବ। ଏହାସହ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ବିଜେଡିର ଯୁବ ଓ ଛାତ୍ର ଗୋଷ୍ଠୀ ନିଜ ଘର ଭାବି ଏହି କାର୍ଯ୍ୟକ୍ରମରେ ଶ୍ରମ ଦାନ କରିବେ ବୋଲି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ଅନ୍ୟପଟେ ସୂଚନା ମୁତାବକ, ରାଜ୍ୟ କାର୍ଯ୍ୟାଳୟ ସମେତ ଓଡ଼ିଶାର ୩୦ ଜିଲା ସଦର ମହକୁମାରେ ଜିଲା କାର୍ଯ୍ୟାଳୟ ସ୍ଥାପନ କରାଯିବ। ଏଥିଲାଗି ପାଖାପାଖି ୧୦ଟି ଜିଲା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି। ଦଳ ପକ୍ଷରୁ ସବୁ ଜିଲାରେ ଜମି କିଣି ଦଳୀୟ କାର୍ଯ୍ୟାଳୟ ନିର୍ମାଣ ହେବ। ବର୍ତ୍ତମାନ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ କାର୍ଯ୍ୟାଳୟ ୩ ମହଲା ବିଶିଷ୍ଟ ହେବ। ଆଧୁନିକ ଜ୍ଞାନକୌଶଳ ସହ ଓଡ଼ିଶାର ସ୍ଥାପତ୍ୟ ଏବଂ କଳାକୁ ଏଥିରେ ଗୁରୁତ୍ୱ ଦିଆଯିବ। ଏହା ମଧ୍ୟରେ ଏକ ଅଡିଟୋରିୟମ ଓ ରିଟର୍ନିଂ ରୁମ୍‌ କରାଯିବାର ବ୍ୟବସ୍ଥା ରଖାଯାଇଥିବା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି। ୨୩ ବର୍ଷ ପରେ ଦଳର କାର୍ଯ୍ୟାଳୟ ପୁନଃ ନିର୍ମାଣ ହେଉଥିବା ବେଳେ ଓ୍ବାଇଫାଇ ବ୍ୟବସ୍ଥାଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ବ୍ୟବସ୍ଥା ଏହା ସହ ଯୋଡିହେବ।
ସମାନ ଭାବେ ଭାଜପା ନୂତନ ରାଜ୍ୟ କାର୍ଯ୍ୟାଳୟକୁ ନିର୍ମାଣ କରିବ ବୋଲି ଜଣାପଡିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟ ସମେତ କେତେ ଜିଲାରେ ଦଳ ସ୍ବତନ୍ତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା କରୁଛି। ଭାଜପା ନୂତନ ଭାବେ ନିର୍ମାଣ କରିବାକୁ ଯାଉଥିବା ରାଜ୍ୟ କାର୍ଯ୍ୟାଳୟ ପରିସର ମଧ୍ୟ ଅତ୍ୟାଧୁନିକ ହେବ। ଏହା ଭିତରେ ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିଲା ଭଳି ବ୍ୟବସ୍ଥା ମଧ୍ୟ କରାଯିବ। ଭାଜପା ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟ କାର୍ଯ୍ୟାଳୟ ଲାଗି ଜମି ଖୋଜା ଚାଲିଛି। ସରକାରଙ୍କୁ ମଧ୍ୟ ରାଜନୈତିକ ଦଳ ହିସାବରେ ଜମି ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି। ଯେଉଁଟା ପ୍ରଥମେ ହେବ ସେହି ଅନୁଯାୟୀ କାମ ହେବ। ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ପ୍ରାୟ ୧୫ ଜିଲାରେ ଦଳର ନିଜସ୍ବ କାର୍ଯ୍ୟାଳୟ ଆରମ୍ଭ ହୋଇଛି। ବାକି କେତେ ସ୍ଥାନରେ କାମ ଚାଲୁ ରହିଥିବା ବେଳେ ଆଉ କେତେକ ସ୍ଥାନ ଲାଗି ଜମି ଖୋଜା ହେଉଛି। ଏହା ୨୦୧୭ ମସିହାରୁ ଦଳ ଏହା ଆରମ୍ଭ କରିଥିବା ବକ୍ସିପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?