ଦେବୀପୀଠରେ ମା’ଙ୍କ ନବରାତ୍ର ପୂଜା

ଝାରସୁଗୁଡ଼ା ଅଫିସ,୨୭ା୯: ଜିଲାରେ ଥିବା ବିଭିନ୍ନ ଦେବୀ ପୀଠରେ ସୋମବାର ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ରବିବାର ଅମାବାସ୍ୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ଏହି ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା। ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମା’ଙ୍କ ଛତରଯାତ୍ରା ସହିତ କଳସଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଛି। ବନ୍ଧବାହାଲ ସମଲେଶ୍ୱରୀ ମନ୍ଦିରରେ ମନ୍ଦିର କମିଟି ତରଫରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ପୂର୍ବାହ୍ନରେ ମନ୍ଦିରରୁ ମା’ଙ୍କ ଛତରଯାତ୍ରା ଶୋଭାଯାତ୍ରାରେ ବାହାରି ମାର୍କେଟ ପରିକ୍ରମାକରି ଜଗନ୍ନାଥ ମନ୍ଦିର ଦୀନବାନ୍ଧବ କ୍ଷେତ୍ରରେ ପହଞ୍ଚତ୍ଥିଲା। ସେଠାରେ ମା’ଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପରିସର ନରେନ୍ଦ୍ର ପୁଷ୍କରିଣୀରୁ ୧୦୮କଳସରେ ଜଳ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇଥିଲା। ମନ୍ଦିର ପରିସରରେ ନବଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଇି ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମ ଦିବସରେ କଳସାଧିବାସ, ଦୀପପ୍ରଜ୍ଜ୍ୱଳନ, କଳ୍ପାରମ୍ଭ ପୂଜା, ସନ୍ଧ୍ୟା ଆଳତି ହୋଇଥିଲା। ଏଥିରେ କର୍ତ୍ତା ଭାବେ ସାଲେଗ୍ରାମ ନାୟକ, ସ୍ତ୍ରୀ ନଳିନୀ ନାୟକ, କୃଷ୍ଣଚନ୍ଦ୍ର ସିଂହ, ସ୍ତ୍ରୀ ଗାୟତ୍ରୀ ସିଂହ, ଇନ୍ଦ୍ରମଣି ପ୍ରଧାନ, ସ୍ତ୍ରୀ ଟୁଇଙ୍କିଲ ପ୍ରଧାନ, ତରଣୀସେନ ବେହେରା, ସ୍ତ୍ରୀ ଡିଲେଶ୍ୱରୀ ବେହେରା, ସୁବ୍ରତ ପ୍ରଧାନ, ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ପ୍ରଧାନ, ସନ୍ତୋଷ କିଷାନ, ସ୍ତ୍ରୀ ତପେଶ୍ୱରୀ କିଷାନ, ଦାମୋଦର ବଢେଇ, ସ୍ତ୍ରୀ ମଞ୍ଜୁଲତା ବଢେଇ, ଶୁଭେନ୍ଦୁ ମହାପାତ୍ର, ସ୍ତ୍ରୀ ମମତା ମହାପାତ୍ର, ବସନ୍ତ ପାଢୀ, ସ୍ତ୍ରୀ ସନ୍ତୋଷିନୀ ପାଢୀ, ପ୍ରଫୁଲ୍ଲ ରାୟ, ସ୍ତ୍ରୀ ଦୀପାଞ୍ଜଳି ରାୟ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି। ପୂଜକଭାବେ ବରଗଡର ନିରଞ୍ଜନ ପାଣିଗ୍ରାହୀ, ପିକେଶ ପୁରୋହିତ, ମନ୍ଦିର ପୂଜକ ଶୋଭାରାମ ରାୟ ଓ ତାଙ୍କ ସ୍ତ୍ରୀ ଶ୍ରୀମତି ରାୟ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଉଛନ୍ତି। ଏହି ଅବସରରେ ମନ୍ଦିର ପରିସରରେ ନୂଆଁଖାଇ ଭେଟ୍‌ଘାଟ୍‌ରେ ଅର୍କେଷ୍ଟ୍ରା, ସମ୍ବଲପୁରୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ଅତିଥିଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?