ଦେବୀପୀଠରେ ମା’ଙ୍କ ନବରାତ୍ର ପୂଜା

ଝାରସୁଗୁଡ଼ା ଅଫିସ,୨୭ା୯: ଜିଲାରେ ଥିବା ବିଭିନ୍ନ ଦେବୀ ପୀଠରେ ସୋମବାର ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ରବିବାର ଅମାବାସ୍ୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ଏହି ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା। ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମା’ଙ୍କ ଛତରଯାତ୍ରା ସହିତ କଳସଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଛି। ବନ୍ଧବାହାଲ ସମଲେଶ୍ୱରୀ ମନ୍ଦିରରେ ମନ୍ଦିର କମିଟି ତରଫରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ପୂର୍ବାହ୍ନରେ ମନ୍ଦିରରୁ ମା’ଙ୍କ ଛତରଯାତ୍ରା ଶୋଭାଯାତ୍ରାରେ ବାହାରି ମାର୍କେଟ ପରିକ୍ରମାକରି ଜଗନ୍ନାଥ ମନ୍ଦିର ଦୀନବାନ୍ଧବ କ୍ଷେତ୍ରରେ ପହଞ୍ଚତ୍ଥିଲା। ସେଠାରେ ମା’ଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପରିସର ନରେନ୍ଦ୍ର ପୁଷ୍କରିଣୀରୁ ୧୦୮କଳସରେ ଜଳ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇଥିଲା। ମନ୍ଦିର ପରିସରରେ ନବଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଇି ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମ ଦିବସରେ କଳସାଧିବାସ, ଦୀପପ୍ରଜ୍ଜ୍ୱଳନ, କଳ୍ପାରମ୍ଭ ପୂଜା, ସନ୍ଧ୍ୟା ଆଳତି ହୋଇଥିଲା। ଏଥିରେ କର୍ତ୍ତା ଭାବେ ସାଲେଗ୍ରାମ ନାୟକ, ସ୍ତ୍ରୀ ନଳିନୀ ନାୟକ, କୃଷ୍ଣଚନ୍ଦ୍ର ସିଂହ, ସ୍ତ୍ରୀ ଗାୟତ୍ରୀ ସିଂହ, ଇନ୍ଦ୍ରମଣି ପ୍ରଧାନ, ସ୍ତ୍ରୀ ଟୁଇଙ୍କିଲ ପ୍ରଧାନ, ତରଣୀସେନ ବେହେରା, ସ୍ତ୍ରୀ ଡିଲେଶ୍ୱରୀ ବେହେରା, ସୁବ୍ରତ ପ୍ରଧାନ, ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ପ୍ରଧାନ, ସନ୍ତୋଷ କିଷାନ, ସ୍ତ୍ରୀ ତପେଶ୍ୱରୀ କିଷାନ, ଦାମୋଦର ବଢେଇ, ସ୍ତ୍ରୀ ମଞ୍ଜୁଲତା ବଢେଇ, ଶୁଭେନ୍ଦୁ ମହାପାତ୍ର, ସ୍ତ୍ରୀ ମମତା ମହାପାତ୍ର, ବସନ୍ତ ପାଢୀ, ସ୍ତ୍ରୀ ସନ୍ତୋଷିନୀ ପାଢୀ, ପ୍ରଫୁଲ୍ଲ ରାୟ, ସ୍ତ୍ରୀ ଦୀପାଞ୍ଜଳି ରାୟ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି। ପୂଜକଭାବେ ବରଗଡର ନିରଞ୍ଜନ ପାଣିଗ୍ରାହୀ, ପିକେଶ ପୁରୋହିତ, ମନ୍ଦିର ପୂଜକ ଶୋଭାରାମ ରାୟ ଓ ତାଙ୍କ ସ୍ତ୍ରୀ ଶ୍ରୀମତି ରାୟ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଉଛନ୍ତି। ଏହି ଅବସରରେ ମନ୍ଦିର ପରିସରରେ ନୂଆଁଖାଇ ଭେଟ୍‌ଘାଟ୍‌ରେ ଅର୍କେଷ୍ଟ୍ରା, ସମ୍ବଲପୁରୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ଅତିଥିଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri