ନଭାଲନିଙ୍କୁ ଆଉ ୧୯ ବର୍ଷ ଜେଲ

ମସ୍କୋ,୫ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନିଙ୍କୁ ଏକ କୋର୍ଟ ଶୁକ୍ରବାର ୧୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ପୂର୍ବରୁ ନଭାଲନିଙ୍କୁ ସାଢ଼େ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ ସେ କାରାଗାରରେ ଦଣ୍ଡ ଭୋଗୁଛନ୍ତି। ନଭାଲନିଙ୍କ ଦୁର୍ନୀତି ନିରୋଧୀ ଫାଉଣ୍ଡେଶନ୍‌ ଏବଂ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମନ୍ତବ୍ୟ ସମ୍ପର୍କିତ ଏହି ମାମଲାକୁ ସେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିଛନ୍ତି।
ବର୍ଷୀୟ ଆଇନଜୀବୀ ତଥା ରାଜନେତା ନଭାଲନି ଏକଦା ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ବିରୋଧରେ ରାସ୍ତାରେ ବିକ୍ଷୋଭର ନେତୃତ୍ୱ ନେଉଥିଲେ। ସେ ଦେଶବ୍ୟାପୀ ଏକ ରାଜନୈତିକ ବିରୋଧୀ ମଞ୍ଚ ଗଢ଼ି କ୍ରେମ୍‌ଲିନ୍‌ରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ଜୀବନଶୈଳୀର ବିସ୍ତୃତ ବିବରଣୀ ଲୋକଙ୍କ ଆଗରେ ରଖିଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ରୁଷିଆ ତାଙ୍କୁ ମୋଟ ୩ ଦଶନ୍ଧି ପର୍ଯ୍ୟନ୍ତ ଜେଲରେ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ୭୦ ବର୍ଷୀୟ ପୁଟିନ୍‌ ଜୀବିତ ଥିବା ପର୍ଯ୍ୟନ୍ତ ନଭାଲନି ଆଉ ଜେଲରୁ ମୁକୁଳିପାରିବେ ନାହିଁ। ୨୦୫୦ରେ ନଭାଲନି ମୁକ୍ତ ହେବା ସମୟରେ ତାଙ୍କୁ ୭୪ ବର୍ଷ ହେଉଥିବ।
ଠକେଇ ଓ ଅନ୍ୟ କେତେକ ମାମଲାରେ ପୂର୍ବରୁ ମିଳିଥିବା ସାଢ଼େ ୧୧ ବର୍ଷ ଜେଲଦଣ୍ଡ ଭୋଗୁଥିବାବେଳେ ତାଙ୍କ ସମର୍ଥକମାନଙ୍କୁ କଠୋରପନ୍ଥୀ ଗତିବିଧିରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ ରଖାଯାଇଛି। ଶୁକ୍ରବାର ଜେଲ ୟୁନିଫର୍ମ ପିନ୍ଧି ହସ ହସ ମୁହଁରେ ମେଲେଖୋଭୋସ୍ଥିତ ଆଇକେ-୬ ପେନାଲ କଲୋନି କୋର୍ଟର ବିଚାରପତିଙ୍କ ସମ୍ମୁଖରେ ସେ ହାଜର ହୋଇଥିଲେ। ନଭାଲନିଙ୍କୁ ୨୦ ବର୍ଷ ଜେଲଦଣ୍ଡ ଦେବାକୁ ଅଭିଯୋଜନକାରୀ ପକ୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ। କୋର୍ଟ ରାୟ ଆସିବା ପରେ ନଭାଲନି କହିଛନ୍ତି, ଏହା ହେଉଛି ଷ୍ଟାଲିନିଷ୍ଟ ଧରଣର ଲମ୍ବା ଅବଧି। ଏହାକୁ ମିଶାଇ ନାଭାଲନିଙ୍କୁ ମୋଟ ୫ ଥର ଦୋଷୀ ସାବ୍ୟସ୍ତ କରାଗଲାଣି। ଏହାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଛନ୍ତି। ଏହାପୂର୍ବରୁ ୨୦୨୦ ଅଗଷ୍ଟ ୨୦ରେ ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ନଭାଲନିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri