Posted inଜାତୀୟ

ପ୍ରାକୃତିକ ବାଷ୍ପ ୪୦% ମହଙ୍ଗା

ନୂଆଦିଲ୍ଲୀ,୧।୧୦: ବିଦ୍ୟୁତ୍‌ ଉତ୍ପାଦନ, ସାର ପ୍ରସ୍ତୁତି ପାଇଁ ବ୍ୟବହୃତ ତଥା ଅଟୋମୋବାଇଲ୍ସକୁ ଗତି ଦେବା ପାଇଁ ସିଏନ୍‌ଜିରେ ପରିବର୍ତ୍ତିତ ହେଉଥିବା ପ୍ରାକୃତିକ ବାଷ୍ପ (ନାଚୁରାଲ ଗ୍ୟାସ୍‌) ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ହେତୁ ଶୁକ୍ରବାର ଭାରତରେ ଏହା ୪୦% ବଢ଼ିଛି। ଏହାକୁ ପାର୍ବଣ ଋତୁରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ବୋଲି କୁହାଯାଉଛି। ପୁରୁଣା କ୍ଷେତ୍ରଗୁଡ଼ିକରୁ ଭାରତର ପ୍ରାୟ ଦୁଇ-ତୃତୀୟାଂଶ ଗ୍ୟାସ୍‌ ଉତ୍ପାଦନ ହୋଇଥାଏ। ଏହି ଉତ୍ପାଦନ ଦର ପୂର୍ବରୁ ପ୍ରତି ନିୟୁତ ବ୍ରିଟିଶ୍‌ ଥର୍ମାଲ ୟୁନିଟ୍‌ ୬.୧ ଡଲାର ଥିବାବେଳେ ଏବେ ୮.୫୭ ଡଲାରକୁ ବୃଦ୍ଧି ପାଇଛି। ଏଥିଯୋଗୁ ପ୍ରାକୃତିକ ବାଷ୍ପ ମହଙ୍ଗା ହୋଇଥିବା ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ୍‌ ପ୍ଲାନିଂ ଆଣ୍ଡ ଅନାଲିସିସ୍‌ ସେଲ୍‌ (ପିପିଏସି) ପକ୍ଷରୁ ଜାରି ଏକ ଅର୍ଡରରେ କୁହାଯାଇଛି। ନାଚୁରାଲ ଗ୍ୟାସ୍‌ ଦର ବୃଦ୍ଧି ଫଳରେ ଲିକ୍ୱିଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ମୂଲ୍ୟ ମଧ୍ୟ ବଢ଼ିବା ଆଶଙ୍କା କରାଯାଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବଂ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ଅପରେଟ୍‌ କରୁଥିବା ନୂଆ ଗ୍ୟାସ୍‌ ଫିଲ୍ଡରେ ମଧ୍ୟ ଏହା ୯.୯୨ ଡଲାରରୁ ୧୨.୬ ଡଲାରକୁ ବଢ଼ିଛି। ଅଏଲ୍‌ ଆଣ୍ଡ ନାଚୁରାଲ ଗ୍ୟାସ୍‌ (ଓଏନ୍‌ଜିସି)ର ମୁମ୍ବାଇ କୋଷ୍ଟ୍‌ ଭଳି ବେସିନ୍‌ ଫିଲ୍ଡ ତଥା କେ.ଜି. ବେସିନ୍‌ ଭଳି ଫ୍ରି-ମାର୍କେଟ ଏରିଆରେ ଗ୍ୟାସ୍‌ ଦର ସର୍ବୋଚ୍ଚ ସୀମାରେ ପହଞ୍ଚତ୍ଛି। ୨୦୧୯ ଏପ୍ରିଲ ପରେ ଏହା ହେଉଛି ତୃତୀୟ ମୂଲ୍ୟ ବୃଦ୍ଧି। ଗ୍ୟାସ୍‌ ହେଉଛି ବିଦ୍ୟୁତ୍‌ ଉତ୍ପାଦନ ଓ ସାର ପ୍ରସ୍ତୁତି ପାଇଁ ଏକ କଞ୍ଚାମାଲ। ଏହାକୁ କମ୍ପୋଜ୍‌ଡ୍‌ ନାଚୁରାଲ ଗ୍ୟାସ୍‌ (ସିଏନ୍‌ଜି)ରେ ପରିବର୍ତ୍ତିତ କରି ଏବଂ ରୋଷେଇ ପାଇଁ ପାଇପ୍‌ଲାଇନ୍‌ରେ ଘରକୁ ପଠାଯାଇଥାଏ। ଏହି ଦର ବୃଦ୍ଧିର ପ୍ରଭାବ ସିଏନ୍‌ଜି ଏବଂ ପାଇପ୍‌ଡ ନାଚୁରାଲ ଗ୍ୟାସ୍‌ (ପିଏନ୍‌ଜି) ଉପରେ ପଡ଼ିବ, ଯାହାକି ଗତ ବର୍ଷକ ମଧ୍ୟରେ ୭୦%ରୁ ଅଧିକ ମହଙ୍ଗା ହୋଇସାରିଛି।
ପ୍ରକାଶ ଯେ, କେନ୍ଦ୍ର ସରକାର ପ୍ରତି ୬ ମାସରେ ଗ୍ୟାସ୍‌ ଦର ନିର୍ଦ୍ଧାରଣ କରିଥାଆନ୍ତି। ଗ୍ୟାସ୍‌ ବଳକା ରାଷ୍ଟ୍ର ଆମେରିକା, କାନାଡା ଓ ରୁଷିଆରୁ ଆମଦାନୀ ହେଉଥିବା ପ୍ରାକୃତିକ ବାଷ୍ପର ମୂଲ୍ୟ ଆଧାରରେ ଏପ୍ରିଲ ୧ ଓ ଅକ୍ଟୋବର ପହିଲାରେ ଏହାର ଦର ଧାର୍ଯ୍ୟ ହୋଇଥାଏ। ବିଶ୍ୱ ବଜାରରେ ଏହି ଦର ଆକାଶଛୁଅଁା ହୋଇଛି। ସଦ୍ୟ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri