ଆଫଗାନ୍‌ଙ୍କ ସୁରକ୍ଷା ନାଟୋର ଦାୟିତ୍ୱ

 ଏଦି ରାମା

ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ୟୁରୋପୀୟ ଇହୁଦୀମାନଙ୍କ ପତନ ବା ବିନାଶକୁ ଲକ୍ଷ୍ୟ କଲେ ଆଲ୍‌ବାନିଆର ବୀରତ୍ୱ ଗାଥା ସ୍ପଷ୍ଟ ପ୍ରତୀୟମାନ ହୁଏ। ଏହା ଏକମାତ୍ର ବୀରତ୍ୱ ନୁହେଁ, ଏହାବାଦ୍‌ ଆଲ୍‌ବାନିଆର ଇତିହାସରେ ବୀରତ୍ୱର ଆଉ କିଛି ସମୃଦ୍ଧ ପୃଷ୍ଠା ମଧ୍ୟ ଯୋଡି ହୋଇରହିଛି। ବହୁ ସମୟରେ ଆମ ପୂର୍ବଜମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ପ୍ରଳୟ ମୁହଁରୁ ଲୋକଙ୍କୁ ରକ୍ଷା କରିବାରେ ଯେଉଁ ତ୍ୟାଗ କରିଯାଇଛନ୍ତି ତାହା ଉପରେ କେହି ପ୍ରଶ୍ନ ଉଠାଇପାରିବେ ନାହିଁ। ଜାତି ବର୍ଣ୍ଣ ନିର୍ବିଶେଷରେ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ନାସ୍ତିକ ଆଦି ଅଗଣିତ ଆଲବେନୀୟ ବହୁ ତ୍ୟାଗ ,ବୀରତ୍ୱ ଓ ମହାନତା ପ୍ରଦର୍ଶନ କରିଯାଇଛନ୍ତି। ଏଥିପାଇଁ ଆଲବେନୀୟଙ୍କ ଉଚ୍ଚ ଭାବନା ତଥା କାର୍ଯ୍ୟ ପ୍ରଶାଂସାଯୋଗ୍ୟ। ଏହି ଭାବନା ଉପଯୁକ୍ତ ସମୟରେ ଅଜଣା ବା ବିଦେଶୀ ଲୋକଙ୍କୁ ଆଶ୍ରୟ ଦେବାକୁ ଆମ ସମସ୍ତଙ୍କୁ ପ୍ରେରଣାଦିଏ। ଦେଶ ଚାହେଁ ଆମ ସମସ୍ତଙ୍କ ଠାରୁ ଏଭଳି କାର୍ଯ୍ୟ। ଇହୁଦୀମାନଙ୍କୁ ଶରଣ ଦେବାରେ ଆଲବାନିଆ ଏକ ମାତ୍ର ଦେଶ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଧିକ ଇହୁଦୀଙ୍କୁ ଶରଣ ଦେଇଥିଲା। ଯୁଦ୍ଧ ଆରମ୍ଭରୁ ଆଲ୍‌ବାନିଆରେ ଇହୁଦୀଙ୍କ ସଂଖ୍ୟା ଯାହା ଥିଲା ଯୁଦ୍ଧ ଶେଷ ବେଳକୁ ତା’ଠାରୁ ଅଧିକ ରହିଥିଲା। ଏହା ପରେ ପରେ ଆମେ ପ୍ରତ୍ୟକ୍ଷ ଭାବେ ଉପତ୍ୀଡ଼ନ ଶିକାର ହେବା ଅନୁଭବ କଲୁ। ବାହ୍ୟ ଶତ୍ରୁମାନଙ୍କ ଉପରେ ଆମେ ବିଜୟ ହାସଲ କରିବା ପରେ ବି ଆମେ ନିଜ ଦେଶରେ ସମାନ ପ୍ରକାର ଭୟଙ୍କର ପରିସ୍ଥିତି ସାମ୍ନା କଲୁ। ଏକ ଅତ୍ୟାଚାରୀ,ସର୍ବସତ୍ତାବାଦୀ ଶାସକ ଯେଉଁମାନଙ୍କୁ ଶତ୍ରୁ ମନେ କଲା ସେମାନଙ୍କୁ ଜେଲରେ ରଖିଲା, ନିର୍ଯାତନ ଦେଲା ଓ ଅନେକଙ୍କୁ ମଧ୍ୟ ହତ୍ୟା କଲା। ତାଲିବାନ୍‌ ଆଫଗାନିସ୍ତାନରେ କ୍ଷମତା ଦୃଢ କରିବା ପରେ ସେଠାରେ ଲୋକମାନେ ଯେଭଳି ଭୟ, ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି , ଆମେ ସେମିତି ବଞ୍ଚୁଥିଲୁ। ଆମେ ଏଭଳି ଦେଶରେ ରହୁଥିଲୁ ଯାହାର ସୀମା ବନ୍ଦ ଥିଲା। ଯେଉଁମାନେ ଶାସକଙ୍କ କଥା ନ ମାନି ସର୍ବସାଧାରଣରେ ସମାଲୋଚନା କରୁଥିଲେ ସେମାନଙ୍କୁ ତଥା ସେମାନଙ୍କ ପରିବାରକୁ ଅତ୍ୟାଚାର କରାଯାଉଥିଲା, ଠିକ୍‌ ଯେମିତି ତାଲିବାନ୍‌ ସେମାନଙ୍କ ବିରୋଧୀଙ୍କୁ ଅତ୍ୟାଚାର କରିବାର ଦେଖାଯାଉଛି। ବିଗତ ୨୦ ବର୍ଷରେ ଆଫଗାନ୍‌ମାନେ ଯେଉଁ ସ୍ବାଧୀନତା ଅନୁଭବ କରୁଥିଲେ ସେଭଳି ସ୍ବାଧୀନତା ପାଇବା ଲାଗି ପ୍ରାୟ ୫୦ ବର୍ଷ ହେବ ଆମ ମନରେ ଅଭିଳାଷ ରହିଥିଲା। କିନ୍ତୁ ଆଫଗାନ୍‌ମାନେ ଏବେ ସେହି ସ୍ବାଧୀନତା ହରାଇବା ନିଶ୍ଚିତ ମନେହେଉଛି।
ଆଲ୍‌ବାନିଆ ଏବେ ନର୍ଥ ଆଣ୍ଟଲାଟିକ୍‌ ଟିଟ୍ରି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ। ଏହା ଦ୍ୱାରା କ’ଣ ଲାଭ ହେଉଛି ତାହା ଅନୁଭବ କରୁଛି। ବିଭିନ୍ନ କାର୍ଯ୍ୟରେ ସହଯୋଗର ହାତ ବଢ଼ାଉଛି। ଏଥିରେ ସାମ୍ନା କରୁଥିବା ବୋଝକୁ ସହଭାଗୀଭିତ୍ତିରେ ତୁଲାଇପାରୁଛି। ସବୁ ଦାୟିତ୍ୱକୁ ଗ୍ରହଣ କରୁଛି। ଆମ ଇତିହାସକୁ ଦେଖିଲେ ସତ ଲାଗେ ଯେ, ପୂର୍ବରୁ ଆଫଗାନିସ୍ତାନ ଛାଡି ଚାଲି ଆସିଥିବା ହଜାର ହଜାର ଶରଣାର୍ଥୀଙ୍କୁ ଶରଣ ଦେବାରେ ଆମେ ଥିଲୁ ବିଶ୍ୱରେ ପ୍ରଥମ ଦେଶ। ସାମ୍ପ୍ରତିକ ପରିସ୍ଥିତିରେ ନାଟୋର ସମସ୍ତ ସଦସ୍ୟ ସେମାନଙ୍କ ଦାୟିତ୍ୱବାଧକୁ ସ୍ବାୀକାର କରିବା ଉଚିତ। ହଁ, ଏହା କୁହାଯାଇପାରେ ଯେ, ଏବେ ଆଫଗାନିସ୍ତାନରେ ଯାହା ଘଟୁଛି ତାକୁ ନେଇ ନାଟୋ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି। ଆଫଗାନିସ୍ତାନର ଏବକାର ଘଟଣା କାହିଁକି ଓ କିପରି ନାଟୋର ଭବିଷ୍ୟତ ନିର୍ଦ୍ଧାରଣ କରିବ ତାକୁ ନେଇ ମଧ୍ୟ ଆଲୋଚନା ହେଉଛି। ଏସବୁ ଉପରେ ନିଷ୍ପକ୍ଷ ଆଲୋଚନା ଅନିବାର୍ଯ୍ୟ । ହେଲେ ଏବେ ଗୋଟିଏ କଥା କରିବାକୁ ହେବ। ଆମକୁ ଯଥା ଶକ୍ତି ଅଧିକ ଜୀବନ ବଞ୍ଚାଇକୁ ଏକାଠି କାର୍ଯ୍ୟ କରିବାକୁ ପଡ଼ିବ ଓ ନର୍ଥ ଆଣ୍ଟଲାଟିକ ଆଲାଏନ୍ସର ମୂଲ୍ୟବୋଧକୁ ବଜାୟ ରଖିବାକୁ ହେବ । ଏହା ସବୁ ଗଣତାନ୍ତ୍ରିକ ଦେଶଗୁଡ଼ିକର ସହଭାଗିତାରେ କରାଯିବ। ଅର୍ଥାତ୍‌ ଯେଉଁ ଲୋକମାନଙ୍କ ଜୀବନ ଏବେ ବିପଦରେ ସେମାନେ ଆମକୁ ବିଶ୍ୱାସ କରନ୍ତି। ଏଣୁ ସେମାନଙ୍କୁ ଅଣଦେଖା କରିବା ଉଚିତ ହେବ ନାହିଁ।
ଗତ କିଛି ଦିନ ପର୍ଯ୍ୟନ୍ତ ନାଟୋ ସଦସ୍ୟମାନେ ଆଫଗାନିସ୍ତାନ ଲୋକମାନଙ୍କ ପାଇଁ ମୁଖ୍ୟ ସମର୍ଥକ ଭାବେ ଉଭା ହୋଇଥିଲେ। ମନେ ରଖିବାକୁ ହେବ ଯେ, ଆମେ ଏବେ ସେଥିରୁ ଛାଇ ଭଳି ଅପସରି ଯାଇପାରିବା ନାହିଁ। ଏହାସହ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନକୁ ନେଇ ଆମ ବିଚାର, ସିଦ୍ଧାନ୍ତ ଏବଂ ସ୍ବତନ୍ତ୍ରତା ଓ ଗଣତନ୍ତ୍ରର ପ୍ରତିଶ୍ରୁତିରୁ ଦୂରେଇ ଯାଇପାରିବା ନାହିଁ। ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ମେଣ୍ଟ ତା’ଶକ୍ତି ବଳରେ ଏହି ସବୁ ଆଦର୍ଶଗୁଡ଼ିକ ବଜାୟ ରଖିବା ଲାଗି ଗଠନ କରାଯାଇଛି। ଆଫଗାନ୍‌ ତଥା ଏକ ମୁକ୍ତ ଏବଂ ଗଣତାନ୍ତ୍ରିକ ସମାଜରେ ବାସ କରିବାକୁ ଚାହଁୁଥିତ୍ବା ଲୋକମାନଙ୍କ ଦୃଷ୍ଟିରେ ନାଟୋ କେବେ ବି ଏକ ଅମେରୁଦଣ୍ଡୀ ସଂଗଠନ ହୋଇପାରିବ ନାହିଁ। ନାଟୋ ଉପରେ ଯେଉଁମାନେ ବିଶ୍ୱାସ ସ୍ଥାପନ କରିିଛନ୍ତି ଆମେ ସମସ୍ତେ ଓ ଆମ ଦେଶ ସମୂହ ସେମାନଙ୍କୁ ଆଶ୍ରୟ ଏବଂ ନୂଆ ଜୀବନ ଦେବାର ଭରସା ଦେବା ଆବଶ୍ୟକ।
ଆମେ ଆଫଗାନ୍‌ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ଏକମତ ହେଲୁ। ଆମେ ଏହା ମଧ୍ୟ କଲୁ। ମେଣ୍ଟ ପ୍ରତି ଥିବା ଆମ ଦାୟିତ୍ୱବୋଧକୁ ଗମ୍ଭୀରତାର ସହ ନେବା ଯୋଗୁ ଏହା ସମ୍ଭବ ହୋଇପାରିଲା। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛିି, ଆମେ ସବୁ ଏହି ମେଣ୍ଟରେ ରହିଛୁ ବୋଲି ଏହା କରିପାରିଲୁ। ୩୦ ବର୍ଷ ପୂର୍ବେ, ଆମ ଦେଶରେ ଆର୍ଡିଆଟିକ ଉପକୂଳରେ ଆଫଗାନମାନେ ରହିଥିଲେ। କୋଶେଭୋ ଯୁଦ୍ଧ ସମୟରେ ସର୍ବିଆରୁ ସ୍ଥାନାନ୍ତରିତ ହୋଇଥିତ୍ବା ଶରଣାର୍ଥୀଙ୍କ ପାଇଁ ଆମ ଦ୍ୱାର ବି ଖୋଲା ରହିଥିଲା। ବିଭିନ୍ନ ପ୍ରକାର ଅତ୍ୟାଚାର ସହନ ଓ ସାମ୍ନା କରିବାରେ ଆମେ ଭଲ ଭାବେ ଅଭ୍ୟସ୍ତ। ଏକ କ୍ରୂର ଶାସନରେ ହେଉ ଅବା ଅନ୍ୟ ଦେଶଗୁଡ଼ିକରେ ଶରଣାର୍ଥୀ ଭାବେ ନୂଆ ଜୀବନ ଗଢିବାରେ ହେଉ, ଆମେ ତାହାକୁ ଭଲ ଭାବେ ପାଖରୁ ଦେଖିଛୁ। ଏହି ସବୁ ଅଭିଜ୍ଞତା ଆମକୁ ଶିକ୍ଷା ଦେଇଛି ଯେ, ଯାହା ଭୟ ସୃଷ୍ଟି କରେ ତାହା ବିପଦ ନୁହେଁ, ବରଂ ଭୟ ହିଁ ବିପଦକୁ ଆମନ୍ତ୍ରଣ କରେ।
ଆଲ୍‌ବାନିଆ ଧନୀ ନୁହେଁ କି ବଡ଼ ଦେଶ ନୁହେଁ। ଏହା ୟୁରୋପର ଜଟିଳ ସମସ୍ୟାଠାରୁ କେବେ ବି ଦୂରେଇ ଯାଇନି। ଇମିଗ୍ରେଶନ ଭଳି ସମସ୍ୟାଠାରୁ ଦୂରେଇ ରହିନି। ଆମେ ଜାଣୁ ଯେ, ଶରଣାର୍ଥୀମାନେ ନିର୍ବାଚନକୁ ପ୍ରଭାବିତ କରନ୍ତି। ଏହା ରାଜନୈତିକ ଦଳର ପ୍ରତିବଦ୍ଧତା ଏବଂ କ୍ଷମତା ଦଖଲ କରିବାକୁ ଚାହଁୁଥିବା ରାଜନେତାଙ୍କୁ ମଧ୍ୟ ପ୍ରଭାବିତ କରେ। ତଥାପି ଆମେ ଏଭଳି କଷ୍ଟକର କାର୍ଯ୍ୟକୁ ଗ୍ରହଣ କରୁଛୁ, ଯାହା ଅନ୍ୟ ଦେଶଗୁଡ଼ିକ କରିବା ଦରକାର। ଯେଉଁଠି ଏହି ଲୋକମାନଙ୍କ ଜୀବନ ଓ ମରଣର ସଂଘର୍ଷ ମଧ୍ୟରେ ରହିଛି, ସେଠାରେ ଆମେ ସେମାନଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ। ଆମ ପଥ ଓ ଅଭିମୁଖ୍ୟ ସ୍ପଷ୍ଟ। ଏବେ ଏହା କରିବାରେ ବିଫଳ ହେବା ମାନେ ଆମେ ଆମ ନିଜ ଇତିହାସଠୁ ଦୂରେଇଯିବା। ଏହାର ମାନେ ଆମେ ବିଗତ ଶତାବ୍ଦୀରେ ବିପର୍ଯ୍ୟୟରୁ ଲାଭ କରିଥିବା ଶିକ୍ଷାଠାରୁ ଦୂରେଇ ଯିବା। ଶହୀଦ ହୋଇଥିବା ବହୁ ସୈନ୍ୟଙ୍କୁ ଉପେକ୍ଷା କରିବା। ଏବଂ ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷର ଯୁଦ୍ଧରେ ଅସୀମ ତ୍ୟାଗକୁ ଲିଭାଇ ଦେବା। ତାଲିବାନ୍‌ ଏବେ ଗ୍ରହଣ କରୁଥିବା ନିଷ୍ଠୁରତା ପୁଣି ଥରେ ମାନବ ସମାଜକୁ ସ୍ମରଣ କରିଦେଇଛି ଯେ, ଦୁଷ୍ଟତାର କେବେ ବି ଅନ୍ତ ନାହିଁ।
ଆଲ୍‌ବାନିଆ ଏବେ ସବୁ ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ। ସହଭାଗୀରେ ସବୁ ନାଟୋ ଦେଶଗୁଡ଼ିକ ଏହି ଦାୟିତ୍ୱକୁ ବହନ କରିବା ଉଚିତ। କିନ୍ତୁ ଏବେ ମଁୁ କହୁଛି, ନାଟୋର ଅନ୍ୟ ସଦସ୍ୟମାନେ ଯେଉଁ ଦାୟିତ୍ୱ ବହନ କରି ନ ପାରିବେ, ଏକ ଗରିବ ସଦସ୍ୟ ଭାବେ ଆଲବାନିଆକୁ ଯେଉଁ ଦାୟିତ୍ୱ ଦିଆଯିବ ତାହା କରିବ। ଏବେ ମାନବିକତା ପ୍ରତି ଅତ୍ୟଧିତ୍କ ଅଙ୍ଗଳି ଉଠୁଛି, କିନ୍ତୁ ଏହା ସପକ୍ଷରେ ସେଭଳି ସମର୍ଥନ ଆସୁନାହିଁ। ନାଟୋର ମୂଳ ସିଦ୍ଧାନ୍ତ ହେଉଛି, ଜଣଙ୍କ ଉପରେ ଆକ୍ରମଣ ମାନେ ସଭିଙ୍କ ଉପରେ ଆକ୍ରମଣ। ଏଣୁ ଆଫଗାନିସ୍ତାନରେ ମାନବୀୟ ଆହ୍ବାନକୁ ସମସ୍ତେ ଗ୍ରହଣ କରି ତାହାକୁ ସମାଧାନ କରିବା ଲାଗି ଚେଷ୍ଟିତ ହେବା ଉଚିତ।
ପ୍ରଧାନମନ୍ତ୍ରୀ ଆଲ୍‌ବାନିଆ


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri