ଆଜି ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକକୋଡ୍‌କୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ କରିବା ବିରୋଧରେ ଗୁରୁବାର ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯଥା ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଆଦି ଧର୍ମଘଟ ଡାକରା ଦେଇଛନ୍ତି। ଏଥିସହିତ ଏହି ଧର୍ମଘଟରେ ଏଆଇଏଫ୍‌, ଟିୟୁସିସି, ବ୍ୟାଙ୍କ, ବୀମା, ରାଜ୍ୟ ସରକାରୀ କର୍ମଚାରୀ, କେନ୍ଦ୍ର କୋଇଲା, ପ୍ରତିରକ୍ଷା ଆଦି ସଂସ୍ଥାର ସଂଗଠନଗୁଡ଼ିକ ସାମିଲ ହୋଇଛନ୍ତି। ସଂଗଠନର ନେତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ ଆଗରେ ପିକେଟିଂ କରିବା ସହ ଶୋଭାଯାତ୍ରାରେ ବିରୋଧ ପ୍ରଦର୍ଶନ କରିବେ। ଆୟକର ଦେଉ ନ ଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ ଟଙ୍କା, ୬ ମାସ ପାଇଁ ମାସିକ ୧୦ କି.ଗ୍ରା. ଚାଉଳ/ଗହମ, ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଦ୍ଧିତ ମଜୁରିରେ ୨୦୦ ଦିନ ପାଇଁ କାମ, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍‌ ଓ ଚାଷୀ ବିରୋଧୀ ୩ଟି ଫାର୍ମ ଆଇନକୁ ବାତିଲ କରିବା, ରେଳ, କୋଇଲା, ପ୍ରତିରକ୍ଷା ସମେତ ବ୍ୟାଙ୍କ, ବୀମା ଭଳି ଆର୍ଥିକ କ୍ଷେତ୍ର, ତୈଳ ଓ ବାଷ୍ପ ବନ୍ଦର ଆଦି ଲାଭଜନକ ରାଷ୍ଟ୍ରାୟତ୍ତ ଓ ସରକାରୀ ବିଭାଗଗୁଡ଼ିକର ବିକ୍ରି ଓ ଘରୋଇକରଣ ବନ୍ଦ କରିବା, ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କୁ ପେନ୍‌ସନ ଦେବା ଆଦିରେ ଏହି ଧର୍ମଘଟ ଡାକରା ଦିଆଯାଇଛି।
ରାଜ୍ୟରେ ବିଭିନ୍ନ ଶ୍ରମିକ ସଂଗଠନ ସହ ଏହି ଧର୍ମଘଟରେ କଂଗ୍ରେସ ସାମିଲ ହୋଇଛି। ଧର୍ମଘଟକୁ ସଫଳ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲା କଂଗ୍ରେସ କମିଟି, ରାଜ୍ୟର ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri