Posted inଖେଳ

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍:‌ ଓଡ଼ିଶା ପୁରୁଷ ଦଳର ହ୍ୟାଟ୍ରିକ ବିଜୟ

ଭୁବନେଶ୍ୱର, ୮।୩:  କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ କ୍ରମାଗତ ୩ ମ୍ୟାଚ ଜିତି ବିଜୟରେ ହ୍ୟାଟ୍ରିକ କରିଛି। ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ମଧ୍ୟପ୍ରଦେଶକୁ ୩-୦ ଓ ଛତିଶଗଡ଼କୁ ସମାନ ବ୍ୟବଧାନରେ ହରାଇଥିବା ଓଡ଼ିଶା ରବିବାର ଚଣ୍ଡିଗଡ଼କୁ ୩-୧ ସେଟ୍‌ରେ ପରାସ୍ତ କରିଛି। ପ୍ରଥମ ସେଟ୍‌କୁ ୨୨-୨୫ ପଏଣ୍ଟରେ ହାରିଥିଲେ ହେଁ ଓଡ଼ିଶା ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୩ ସେଟ୍‌କୁ ଯଥାକ୍ରମେ ୨୫-୨୦, ୨୯-୨୭ ଓ ୨୬-୨୪ ପଏଣ୍ଟରେ ଜିତିଥିଲା। ୧୦୫ ମିନିଟ ବିଶିଷ୍ଟ ଏହି ମୁକାବିଲାରେ ଓଡ଼ିଶା ୧୦୨-୯୬ ପଏଣ୍ଟରେ ବାଜି ମାରିଥିଲା। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ ୩-୦ରେ ଲଦାଖ, ଉତ୍ତରାଞ୍ଚଳ ୩-୦ରେ ଝାଡ଼ଖଣ୍ଡ, ଗୁଜରାଟ ୩-୦ରେ ତେଲେଙ୍ଗାନା, ଜମ୍ମୁକଶ୍ମୀର ୩-୦ରେ ତ୍ରିପୁରା, ଆନ୍ଧ୍ର ପ୍ରଦେଶ ୩-୧ରେ ହିମାଚଳ ପ୍ରଦେଶ ଏବଂ ପଣ୍ଡିଚେରୀ ୩-୦ରେ ଦିଲ୍ଲୀକୁ ପରାସ୍ତ କରିଛି।
ମହିଳାରେ ଛତିଶଗଡ଼କୁ ହରାଇଲା ଓଡ଼ିଶା
ପ୍ରତିଯୋଗିତାର ମହିଳା ବିଭାଗରେ ମଧ୍ୟ ଓଡ଼ିଶା ରବିବାର ପ୍ରଭାବୀ ପ୍ରଦର୍ଶନ କରି ଛତିଶଗଡ଼କୁ ୩-୦ ସେଟ୍‌ରେ ପରାସ୍ତ କରିଛି। ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିବା ଓଡ଼ିଶା ଦଳ ୨୫-୭, ୨୫-୧୩, ୨୫-୧୨ ପଏଣ୍ଟରେ ବିଜୟୀ ହୋଇଛି। ୫୦ ମିନିଟ ବିଶିଷ୍ଟ ଏହି ମୁକାବିଲା ଓଡ଼ିଶା ସପକ୍ଷରେ ୭୫-୩୨ ପଏଣ୍ଟରେ ଶେଷ ହୋଇଥିଲା। ଅନ୍ୟ ମହିଳା ମ୍ୟାଚଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୩-୦ରେ ତାମିଲନାଡ଼ୁ, ମଧ୍ୟପ୍ରଦେଶ ୩-୦ରେ ଜମ୍ମୁ କଶ୍ମୀର, ଚଣ୍ଡିଗଡ଼ ୩-୦ରେ ଲଦାଖ, ଉତ୍ତର ପ୍ରଦେଶ ୩-୦ରେ ପଞ୍ଜାବ, ଗୁଜରାଟ ୩-୦ରେ ଝାଡ଼ଖଣ୍ଡ, କର୍ନାଟକ ୩-୦ରେ ମିଜୋରାମ, ଉତ୍ତରାଞ୍ଚଳ ୩-୧ରେ ପଣ୍ଡିଚେରୀ ଓ ରାଜସ୍ଥାନ ୩-୦ରେ ମଣିପୁରକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ରାଜସ୍ଥାନଠାରୁ ହାରିଥିବା ଓଡ଼ିଶାର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ପୂର୍ବ ମ୍ୟାଚରେ ଦଳ ମଣିପୁରକୁ ୩-୦ରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟର୍ଲାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

କାନ୍ସାସ ସିଟି,୨୬ା୬: ବ୍ରିଆନ ବ୍ରୋବେଙ୍କ ଗୋଲ ବଳରେ ନେଦରଲାଣ୍ଡ୍ସ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ଗ୍ରୁପ୍‌-ଏଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri