Posted inଖେଳ

ଜାତୀୟ ସିନିୟର ଚୟନ ପ୍ୟାନେଲ: ପୂର୍ବାଞ୍ଚଳରୁ ଦେବାଶିଷ, ଶିବସୁନ୍ଦର ଆଗରେ

ନୂଆଦିଲ୍ଲୀ, ୧୬ା୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନ୍ୟାଶନାଲ ସିଲେକ୍ସନ ପ୍ୟାନେଲ ନୂଆରୂପ ନେବାକୁ ଯାଉଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଲାଗି ପୂର୍ବାଞ୍ଚଳରୁ ଓଡ଼ିଶାର ଶିବ ସୁନ୍ଦର ଦାସ, ଉତ୍ତରାଞ୍ଚଳରୁ ଚେତନ ଶର୍ମା ଓ ମନିନ୍ଦର ସିଂ ଏବଂ ପଶ୍ଚିମାଞ୍ଚଳରୁ ଅଜିତ ଅଗରକରଙ୍କ ଭଳି କେତେଜଣ ପୂର୍ବତନ ଭାରତୀୟ ଖେଳାଳି ସେମାନଙ୍କ ଜୋନ୍‌ରୁ ଆବେଦନ କରିଛନ୍ତି। ପୂର୍ବାଞ୍ଚଳରୁ ଆବେଦନ କରିଥିବା ପୂର୍ବତନ ଓପନର ଶିବ ସୁନ୍ଦର ଜଣେ ବିଶ୍ୱ ଶ୍ରେଣୀୟ କ୍ଲୋଜ୍‌-ଇନ୍‌ ଫିଲ୍ଡର ଥିଲେ। ୨୩ଟି ଟେଷ୍ଟ ମ୍ୟାଚରେ ସେ ୧୩୨୬ ରନ ସଂଗ୍ରହ କରିଛନ୍ତି। ପୂର୍ବାଞ୍ଚଳରୁ ସେ କ୍ଲିଅର ଫେଭରାଇଟ୍‌। ତେବେ ତାଙ୍କ ରାଜ୍ୟ ସାଥୀ ଖେଳାଳି ତଥା ଭାରତର ପୂର୍ବତନ ପେସ୍‌ ବୋଲର ଦେବାଶିଷ ମହାନ୍ତି ଜୁନିୟର ପ୍ୟାନେଲରେ ରହିଛନ୍ତି। ଜୁନିୟର ଓ ସିନିୟର ସିଲେକ୍ସନ କମିଟିରେ ଗୋଟିଏ ରାଜ୍ୟରୁ ୨ଜଣ ରହିବାକୁ ବିସିସିଆଇ ସମ୍ଭବତଃ ପସନ୍ଦ କରିବ ନାହିଁ। ଏକ୍ଷେତ୍ରରେ ବିସିସିଆଇ ଦେବାଶିଷଙ୍କୁ ଆସନ୍ତା ଦୁଇ ବର୍ଷ ପାଇଁ ସିନିୟର ସିଲେକ୍ଟର କରିବା ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବତନ ବେଙ୍ଗଲ ପେସ୍‌ ବୋଲର ରଣଦେବ ବୋଷ ପୂର୍ବାଞ୍ଚଳରୁ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି। ଯଦି ଶିବସୁନ୍ଦର ଓ ରଣଦେବଙ୍କ ପ୍ରାର୍ଥିତ୍ୱକୁ ଦେଖାଯାଏ ତେବେ ଓଡ଼ିଶା ଖେଳାଳି ଫେଭରାଇଟ ରହିବେ। ଯଦି ବିସିସିଆଇ ଦେବାଶିଷଙ୍କୁ ସିନିୟର ପ୍ୟାନେଲକୁ ନିଏ ତେବେ ରଣଦେବ ଜୁନିୟର ପ୍ୟାନେଲରେ ସ୍ଥାନ ପାଇବା ସମ୍ଭାବନା ରହିଛି ବୋଲି ଜଣେ ଅଫିସିଆଲ ନିଜ ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି।
୨୩୧ ଅନ୍ତର୍ଜାତୀୟ ମ୍ୟାଚ୍‌ (୧୯୧ ଦିନିକିଆ, ୨୬ ଟେଷ୍ଟ ଏବଂ ୪ ଅନ୍ତର୍ଜାତୀୟ ଟି୨୦) ଖେଳିଥିବା ଅଜିତ୍‌ ଅଗରକର ସିଲେକ୍ସଟର ପାଇଁ ପୁନର୍ବାର ଆବେଦନ କରିବାକୁ ଥିବାରୁ ଚେୟାରମ୍ୟାନ ପଦବୀ ପାଇଁ ଦୌଡ଼ରେ ସେ ସବୁଠାରୁ ଆଗରେ ରହିବେ। ଅଗରକର ୩ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୦୭ରେ ଗୋଟିଏ ଟି୨୦ ବିଶ୍ୱକପ୍‌ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ପ୍ରଚୁର ଅଭିଜ୍ଞତା ରହିଛି। ସେ ଆବେଦନ କରିବେ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ଚେତନ ଚୌହାନଙ୍କର ୮୮ ଅନ୍ତର୍ଜାତୀୟ ଗେମ୍‌ର ଅଭିଜ୍ଞତା ରହିଛି। ୧୯୮୭ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏକ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସୁନୀଲ ଗାଭାସ୍କର, କପିଳ ଦେବ, ଦିଲୀପ ଭେଙ୍ଗସରକାରଙ୍କ ଭଳି କିମ୍ବଦନ୍ତୀଙ୍କ ସହ ସେ ଖେଳିଛନ୍ତି। ପ୍ୟାନେଲର ଜଣେ ସାଧାରଣ ସଦସ୍ୟଭାବେ କାର୍ଯ୍ୟ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ। ଭାରତୀୟ କ୍ରିକେଟ ପାଇଁ କାର୍ଯ୍ୟକରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ୫୪ ବର୍ଷୀୟ ଏହି ପୂର୍ବତନ କ୍ରିକେଟର ଗତ ଜାନୁୟାରୀରେ ମଧ୍ୟ ଆବେଦନ କରିଥିଲେ। ମାତ୍ର ବିସିସିଆଇ ସେତେବେଳେ ଦକ୍ଷିଣାଞ୍ଚଳରୁ ଏମ୍‌.ଏସ୍‌.କେ ପ୍ରସାଦଙ୍କ ସ୍ଥାନରେ ସୁନୀଲ ଯୋଶି ଏବଂ ଗଗନ ଖୋଡ଼ାଙ୍କ ସ୍ଥାନରେ ସେଣ୍ଟ୍ରାଲ ଜୋନ୍‌ର ହରବିନ୍ଦର ସିଂଙ୍କୁ ନିଯୁକ୍ତି ଦେଇଥିଲା। ଉତ୍ତରାଞ୍ଚଳରୁ ଆବେଦନ କରିଥିବା ଅନ୍ୟ ଜଣେ ହେଲେ ପୂର୍ବତନ ବାମହାତୀ ସ୍ପିନର ମନିନ୍ଦର ସିଂ (୯୪ଗେମ୍‌, ୩୫ ଟେଷ୍ଟ ଏବଂ ୫୯ ଅନ୍ତର୍ଜାତୀୟ ଦିନିକିଆ)। ଅଶୀ ଦଶକରେ ମନିନ୍ଦରଙ୍କୁ ବିଶେନ ସିଂଙ୍କ ବିକଳ୍ପ ବିବେଚନା କରାଯାଉଥିଲା। ଉତ୍ତରାଞ୍ଚଳର ଜଣେ ବରିଷ୍ଠ ପ୍ରଶାସକ କହିଛନ୍ତି ସେମାନଙ୍କ ଅଞ୍ଚଳରୁ ଦୁଇ ପ୍ରତିଷ୍ଠିତ ପୂର୍ବତନ କ୍ରିକେଟର ମନିନ୍ଦର ଓ ଚେତନ ଆବେଦନ କରିବା ସ୍ବାଗତଯୋଗ୍ୟ। ଗତଥର ସରଣଦୀପ ସିଂ ଏହି ଜୋନରୁ ପ୍ରତିନିଧିତ୍ୱ କରିଥିଲେ, ଯାହାଙ୍କର ୧୦ ଅନ୍ତର୍ଜାତୀୟ ଗେମ୍‌ରୁ କମ୍‌ ଅଭିଜ୍ଞତା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?