Posted inଖେଳ

ଜାତୀୟ ସିନିୟର ଏକଦିବସୀୟ ମହିଳା କ୍ରିକେଟ: ସୁଶ୍ରୀ, ମଧୁସ୍ମିତା ଓଡ଼ିଶାକୁ ବିଜୟୀ କଲେ

ଭୁବନେଶ୍ୱର,୧୭।୩(ସ୍ପୋଟର୍‌ସ ବ୍ୟୁରୋ): ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରଧାନଙ୍କ ଚମତ୍କାର ବ୍ୟାଟିଂ ଏବଂ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ୫ ଉଇକେଟ ସଫଳତା ବଳରେ ଓଡ଼ିଶା ସୁରଟ୍‌ର ସି.କେ. ପିଥାଓ୍ବାଲା ଗ୍ରାଉଣ୍ଡରେ ଚାଲିଥିବା ଜାତୀୟ ସିନିୟର ଏକଦିବସୀୟ ମହିଳା କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ତ୍ରିପୁରାକୁ ୪୩ ରନରେ ପରାସ୍ତ କରିଛି। ପୂର୍ବ ମ୍ୟାଚରେ ହାଇଦ୍ରାବାଦକୁ ୯ ଉଇକେଟରେ ହରାଇଥିବା ଓଡ଼ିଶାର ଏହା କ୍ରମାଗତ ଦ୍ୱିତୀୟ ବିଜୟ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ୫୦ ଓଭରରେ ୮ ଉଇକେଟ ହରାଇ ୧୬୩ ରନ କରିଥିଲା। ଟପ୍‌ ଅର୍ଡରର ବ୍ୟାଟ୍ସଓମ୍ୟାନମାନେ ପ୍ରଭାବହୀନ ରହିଥିବାବେଳେ ଅଲରାଉଣ୍ଡର ସୁଶ୍ରୀ ୮୨ ବଲ୍‌ରୁ ୫୯ ରନରେ ଅପରାଜିତ ରହି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାଥୁରୀ ମେହେଟା ୫୨ ବଲ୍‌ରୁ ୨୯ ଓ କାଜଲ ଜେନା ୫୯ ବଲ୍‌ରୁ ୨୮ ରନ କରିଥିଲେ। ବିପକ୍ଷ ଦଳର ଏ.ବି. ଦାସ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ୧୬୪ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ତ୍ରିପୁରା ମଧୁସ୍ମିତାଙ୍କ ଚମତ୍କାର ବୋଲିଂ ଯୋଗୁ ୪୮.୨ ଓଭରରେ ୧୨୦ ରନରେ ସୀମିତ ରହି ଯାଇଥିଲା। ଦଳ ପକ୍ଷରୁ ମୌଚାଲି ଦେବନାଥ ସର୍ବାଧିକ ୩୧ ଓ ଏନ.ଏନ. ଦେବନାଥ ୨୨ ରନ କରିଥିଲେ। ଓଡ଼ିଶା ଅଧିନାୟିକା ମଧୁସ୍ମିତା ନିଜ ୯ ଓଭର ସ୍ପେଲ୍‌ରେ ୨ଟି ମେଡେନ ନେବାସହ ମାତ୍ର ୧୫ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ। ସୁଜାତା ମଲିକଙ୍କୁ ୨ଟି ଓ ରସନାରା ପରବିନଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ୧୮ ତାରିଖରେ ଛତିଶଗଡ଼ ବିପକ୍ଷରେ ଖେଳିବ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୫୦ ଓଭରରେ ୧୬୩/୮(ସୁଶ୍ରୀ ଦିବ୍ୟଦର୍ଶିନୀ-୫୯*, ମାଧୁରୀ ମେହେଟା-୨୯, କାଜଲ ଜେନା-୨୮, ଏ.ବି. ଦାସ-୩/୧୪)। ତ୍ରିପୁରା ୪୮.୨ ଓଭରରେ ୧୨୦/ଅଲଆଉଟ( ମୌଚାଲି ଦେବନାଥ-୩୧, ମଧୁସ୍ମିତା-୫/୧୫, ସୁଜାତା ୨/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri