Posted inଖେଳ

ଜାତୀୟ ସିନିୟର ଏକଦିବସୀୟ ମହିଳା କ୍ରିକେଟ: ସୁଶ୍ରୀ, ମଧୁସ୍ମିତା ଓଡ଼ିଶାକୁ ବିଜୟୀ କଲେ

ଭୁବନେଶ୍ୱର,୧୭।୩(ସ୍ପୋଟର୍‌ସ ବ୍ୟୁରୋ): ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରଧାନଙ୍କ ଚମତ୍କାର ବ୍ୟାଟିଂ ଏବଂ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ୫ ଉଇକେଟ ସଫଳତା ବଳରେ ଓଡ଼ିଶା ସୁରଟ୍‌ର ସି.କେ. ପିଥାଓ୍ବାଲା ଗ୍ରାଉଣ୍ଡରେ ଚାଲିଥିବା ଜାତୀୟ ସିନିୟର ଏକଦିବସୀୟ ମହିଳା କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ତ୍ରିପୁରାକୁ ୪୩ ରନରେ ପରାସ୍ତ କରିଛି। ପୂର୍ବ ମ୍ୟାଚରେ ହାଇଦ୍ରାବାଦକୁ ୯ ଉଇକେଟରେ ହରାଇଥିବା ଓଡ଼ିଶାର ଏହା କ୍ରମାଗତ ଦ୍ୱିତୀୟ ବିଜୟ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ୫୦ ଓଭରରେ ୮ ଉଇକେଟ ହରାଇ ୧୬୩ ରନ କରିଥିଲା। ଟପ୍‌ ଅର୍ଡରର ବ୍ୟାଟ୍ସଓମ୍ୟାନମାନେ ପ୍ରଭାବହୀନ ରହିଥିବାବେଳେ ଅଲରାଉଣ୍ଡର ସୁଶ୍ରୀ ୮୨ ବଲ୍‌ରୁ ୫୯ ରନରେ ଅପରାଜିତ ରହି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାଥୁରୀ ମେହେଟା ୫୨ ବଲ୍‌ରୁ ୨୯ ଓ କାଜଲ ଜେନା ୫୯ ବଲ୍‌ରୁ ୨୮ ରନ କରିଥିଲେ। ବିପକ୍ଷ ଦଳର ଏ.ବି. ଦାସ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ୧୬୪ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ତ୍ରିପୁରା ମଧୁସ୍ମିତାଙ୍କ ଚମତ୍କାର ବୋଲିଂ ଯୋଗୁ ୪୮.୨ ଓଭରରେ ୧୨୦ ରନରେ ସୀମିତ ରହି ଯାଇଥିଲା। ଦଳ ପକ୍ଷରୁ ମୌଚାଲି ଦେବନାଥ ସର୍ବାଧିକ ୩୧ ଓ ଏନ.ଏନ. ଦେବନାଥ ୨୨ ରନ କରିଥିଲେ। ଓଡ଼ିଶା ଅଧିନାୟିକା ମଧୁସ୍ମିତା ନିଜ ୯ ଓଭର ସ୍ପେଲ୍‌ରେ ୨ଟି ମେଡେନ ନେବାସହ ମାତ୍ର ୧୫ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ। ସୁଜାତା ମଲିକଙ୍କୁ ୨ଟି ଓ ରସନାରା ପରବିନଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ୧୮ ତାରିଖରେ ଛତିଶଗଡ଼ ବିପକ୍ଷରେ ଖେଳିବ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୫୦ ଓଭରରେ ୧୬୩/୮(ସୁଶ୍ରୀ ଦିବ୍ୟଦର୍ଶିନୀ-୫୯*, ମାଧୁରୀ ମେହେଟା-୨୯, କାଜଲ ଜେନା-୨୮, ଏ.ବି. ଦାସ-୩/୧୪)। ତ୍ରିପୁରା ୪୮.୨ ଓଭରରେ ୧୨୦/ଅଲଆଉଟ( ମୌଚାଲି ଦେବନାଥ-୩୧, ମଧୁସ୍ମିତା-୫/୧୫, ସୁଜାତା ୨/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri