ଜାତୀୟ ଗଣମାଧ୍ୟମ ଦିଲ୍ଲୀ କୈନ୍ଦ୍ରିକ

ଭୁବନେଶ୍ୱର,୨୫।୮(ବ୍ୟୁରୋ)- ୨୦୧୪ ମସିହାରେ ଆଫଗାନ୍‌ରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଖବର ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ ମହିଳା ଖବରଦାତା ଆର୍ଫା ଖାନମ୍‌ ଶେର୍‌ୱାନି। ସେହି ସମୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେଠାରୁ ରିପୋର୍ଟିଂ କରିବାରେ ଆର୍ଫା ହେଉଛନ୍ତି ଏକମାତ୍ର ଭାରତୀୟ ସାମ୍ବାଦିକା । ସମ୍ପ୍ରତି ସେ ‘ଦ ୱ୍ବେର’ର ବରିଷ୍ଠ ସମ୍ପାଦିକା ଭାବେ କାର୍ଯ୍ୟରତ ଆର୍ଫା ରେଡ୍‌ ଇଙ୍କ୍‌ ଆୱାର୍ଡ, ଚମେଲି ଦେବୀ ଜେନ୍‌ ଆୱାର୍ଡ, ଆଉଟଷ୍ଟାଣ୍ଡିଂ ୱିମେନ୍‌ ମିଡିଆପର୍ସନ ଭଳି ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୧୯୮୦ ନଭେମ୍ବର ୧ରେ ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଜନ୍ମିତ ଆର୍ଫା ଏହା ପୂର୍ବରୁ ରାଜ୍ୟ ସଭା ଟିଭି, ଏନ୍‌ଡି ଟିଭିରେ କାର୍ଯ୍ୟ କରି ସୁନାମ ଅର୍ଜିଛନ୍ତି। ବର୍ତ୍ତମାନ ଯୁବ ସାମ୍ବାଦିକମାନଙ୍କ ପ୍ରେରଣା ସାଜିଥିବା ଆର୍ଫା ଗୁରୁବାର ସିଟିଜେନ୍ସ ଫର୍‌ କମ୍ୟୁନାଲ୍‌ ହାରମୋନି, ପିସ୍‌ ଆଣ୍ଡ ଜଷ୍ଟିସ୍‌ ଓଡ଼ିଶା ପକ୍ଷରୁ ‘ଶାନ୍ତି ଓ ସଦ୍‌ଭାବନା ସମାରୋହ’ରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଜାତୀୟ ଗଣମାଧ୍ୟମଗୁଡ଼ିକ ନିଜ ଉତ୍ତରଦାୟିତ୍ୱ ଭୁଲି ଦିଲ୍ଲୀ କୈନ୍ଦ୍ରିକ ହୋଇଯାଇଥିବା ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତ୍‌କାର ବେଳେ ସେ ମତ ରଖିଛନ୍ତି।

୨୦୦୮ରେ ଘଟିଥିବା କନ୍ଧମାଳ ଦଙ୍ଗା ସମ୍ପର୍କିତ ଖବରକୁ ଜାତୀୟ ଗଣମାଧ୍ୟମ କାହିଁକି ବିଶେଷ ଗୁରୁତ୍ୱ ଦେଇ ନ ଥିଲା?
କନ୍ଧମାଳ ସହର ରାଜଧାନୀ ଭୁବନେଶ୍ୱରଠୁ ଦୂରରେ ଅବସ୍ଥିତ। ଜାତୀୟ ଗଣମାଧ୍ୟମଗୁଡିକ ନିଜ ନୈତିକତା ଓ ଉତ୍ତରଦାୟିତ୍ୱକୁ ଭୁଲିଯାଇ ଉତ୍ତର ଭାରତୀୟ ଗଣମାଧ୍ୟମ ପାଲଟିଯିବାରୁ କନ୍ଧମାଳ ଦଙ୍ଗା ମିଡିଆ ନଜରକୁ ଆସିପାରି ନ ଥିଲା। କୌଣସି ହିନ୍ଦୀଭାଷୀ ରାଜ୍ୟରେ ଦଙ୍ଗା ଘଟିଲେ ତାହା ଉପରେ ରୋଚକ ଓ ମସଲାଦାର ଖବର ପ୍ରସାରଣ ପାଇଁ ମିଡିଆ ହାଉସ୍‌ଗୁଡ଼ିକ ମଧ୍ୟରେ ଯେପରି ତତ୍ପରତା ଓ ପ୍ରତିଯୋଗୀତାମୂଳକ ମନୋଭାବ ପ୍ରକାଶ ପାଉଛି ତାହା ଏଠି ଦେଖିବାକୁ ମିଳୁନାହିଁ। ସେହି ସମୟରେ କନ୍ଧମାଳ ଦଙ୍ଗା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ଏହାକୁ ଗୁରୁତ୍ୱ ଦେଇ ଯେତିକି ପ୍ରସାରଣ ହେବା କଥା ତାହା ହୋଇପାରି ନ ଥିଲା।

ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ ଗୁଡ଼ିକୁ ଜାତୀୟ ଗଣମାଧ୍ୟମରେ ବିଶେଷ ସ୍ଥାନ ନ ମିଳିବାର କାରଣ କ’ଣ?
ଜାତୀୟ ଗଣମାଧ୍ୟମ ସାରା ଦେଶର ଖବର ପ୍ରକାଶ କରିଥାଏ। ଦିଲ୍ଲୀ ଓ ନୋଏଡାରେ ଅନେକ ସାମ୍ବାଦିକ ଅଛନ୍ତି। କୌଣସି ବଡ଼ ଘଟଣାର ଖବର ସଂଗ୍ରହ ପାଇଁ ବିଭିନ୍ନ ଅଞ୍ଚଳରେ ବ୍ୟୁରୋ ମଧ୍ୟ ରହିଛନ୍ତି। ଜାତୀୟ ଗଣମାଧ୍ୟମଗୁଡ଼ିକ ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍‌, ଦିଲ୍ଲୀ ଆଖପାଖର ଖବରକୁ ଧ୍ୟାନ ଦେଉଥିବାରୁ ଏହାକୁ ପ୍ରକୃତରେ ଦିଲ୍ଲୀ କୈନ୍ଦ୍ରିକ ମିଡିଆ ବୋଲି କୁହାଯାଇପାରିବ। ଏହାର ଗଠନ ପ୍ରଣାଳୀରେ ହିଁ ସମସ୍ୟା ରହିଛି।

ଗଣମାଧ୍ୟମ ବିଭିନ୍ନ ରାଜନୈତିକ ଦଳ, କର୍ପୋରେଟ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ନେଇ ଅଭିଯୋଗ ଆସୁଥିବାବେଳେ ଆଗକୁ ସାମ୍ବାଦିକତାର ଭବିଷ୍ୟତ କିଭଳି ରହିବ?
‘ଦ ୱେର’ ଜନସାଧାରଣଙ୍କ ମାଧ୍ୟମ। ଏହି ସଂସ୍ଥା ଆଗକୁ ବଢ଼ି ନିଜ ସତ୍ତା ବଜାୟ ରଖିପାରିବ। ଏହାର ମାଲିକାନା କୌଣସି ରାଜନୈତିକ ଦଳ କିମ୍ବା ବଡ଼ ଉଦ୍ୟୋଗ ହାତରେ ନାହିଁ। ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ହିଁ ଆମକୁ ପାଣ୍ଠି ଯୋଗାଇଥାଏ। ତେଣୁ ଏଭଳି କେତେଜଣ ବ୍ୟକ୍ତିବିଶେଷଙ୍କ ସମର୍ଥିତ ଗଣମାଧ୍ୟମ ଆଗକୁ ତିଷ୍ଠିପାରିବ।

ଗଣମାଧ୍ୟମରେ ଡିଜିଟାଇଜେଶନ୍‌ର ମାତ୍ରା ଅଧିକ ଦେଖିବାକୁ ମିଳୁଛି। ଏହା ଉପରେ କ’ଣ ମତ ରଖିବେ?
ଡିଜିଟାଇଜେଶନ୍‌ ଏକ ଉତ୍ତମ ବ୍ୟବସ୍ଥା। ସମସ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମ ସହ ଜଡ଼ିତ ହୋଇପାରୁ ନଥିବେ ବୋଲି ଅନେକେ ମନେକରନ୍ତି। କିନ୍ତୁ ‘ୱେର’ ସହରଠୁ ନେଇ ପ୍ରତି ଗାଁରେ ପହଞ୍ଚି ଆଦୃତି ଲାଭ କରିପାରିଛି। ଏବେ ପ୍ରାୟ ସମସ୍ତଙ୍କ ପାଖରେ ଇଣ୍ଟରନେଟ ସେବା ଉପଲବ୍ଧ। ତେଣୁ ଡିଜିଟାଇଜେଶନ୍‌ ଜରିଆରେ ଗଣମାଧ୍ୟମରେ ଗଣତାନ୍ତ୍ରିକ ପଦ୍ଧତିରେ ଖବର ପ୍ରସାରଣ ହୋଇପାରୁଛି। ଅର୍ଥାତ୍‌ ପାଠିକାପାଠକ ଓ ଦର୍ଶକ ଚାହୁଁଥିବା ଖବର ସେମାନଙ୍କ ପାଖରେ ପହଞ୍ଚାଯାଇପାରୁଛି।

ଆଗାମୀ ପିଢ଼ିର ସାମ୍ବାଦିକଙ୍କ ପାଇଁ ବାର୍ତ୍ତା କ’ଣ ରହିବ? ବିଶେଷକରି ମହିଳା ଖବରଦାତାଙ୍କୁ କି ପରାମର୍ଶ ଦେବାକୁ ଚାହିଁବେ?
ସାମ୍ବାଦିକତା କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଭଲ ପ୍ରଦର୍ଶନ କରି ଆଗକୁ ବଢ଼ିବା ଆବଶ୍ୟକ। ଏହା ସେମାନଙ୍କ ଉପରେ ଏକ ଅତିରିକ୍ତ ଦାୟିତ୍ୱ । ସାମ୍ବାଦିକମାନେ କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ସମାଜ, ସତ୍ୟ ଓ ସମ୍ବିଧାନ ପ୍ରତି ଉତ୍ତରଦାୟୀ ରହିବା ଉଚିତ।
-ସାକ୍ଷାତ୍‌କାର : ଶର୍ମିଷ୍ଠା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?