ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଜାତୀୟ ସ୍ତରରେ ଆଲୋଚନା

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଜାତୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏହାର ଏକ ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓଟି ସିନେ ସମୀକ୍ଷକ ଅନୁପମା ଚୋପ୍ରାଙ୍କ ଦ୍ୱାରା ଆୟୋଜିତ ପ୍ରଥମ ‘ପ୍ୟାନ୍‌ ଇଣ୍ଡିଆ ଫିଲ୍ମ ମେକର୍ସ ଆଡ୍ଡା’ ସମୟର ବୋଲି ଜଣାପଡୁଛି। ସେଥିରେ ମାଲାୟାଲମ ସିନେମାର ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ପୃଥ୍ବୀରାଜ ସୁକୁମାରନ କହିଛନ୍ତି, ଓଡିଶାର ଏକ ନୂଆ ଚଳଚ୍ଚିତ୍ର ବିଷୟରେ ସମସ୍ତେ ଆଲୋଚନା କରୁଛନ୍ତି। ଫିଲ୍ମ ନାଁ ଟି କ’ଣ ମୁଁ ଭୁଲି ଯାଉଛି। ମୁଁ ଏପର୍ଯ୍ୟନ୍ତ ତାହା ଦେଖି ନାହିଁ। କିନ୍ତୁ ପ୍ରଶାନ୍ତ ନୀଲ ମୋତେ ଉକ୍ତ ଫିଲ୍ମ ବିଷୟରେ କହୁଥିଲେ। ସେ ଆହୁରି କହିଛନ୍ତି, ଆମେ ଏଠାରେ ବସି ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟାଲମ୍‌ ବିଷୟରେ କଥାବାର୍ତ୍ତା କରୁଛୁ। ଯାହା ଜଣାପଡୁଛି, ଆଗାମୀ ଦିନରେ ୫୦୦ କୋଟିର ଚଳଚ୍ଚିତ୍ର ଓଡ଼ିଶା କିମ୍ବା ଆସାମରୁ ବି ଆସିପାରେ ବୋଲି ସୁକୁମାରନ ଆଶାବ୍ୟକ୍ତ କରିଛନ୍ତି। ତେବେ ସେଠାରେ ଉପସ୍ଥିତ ଥିବା ପ୍ରଯୋଜକ ତଥା ଅଭିନେତା କମଲ ହାସନ ମଧ୍ୟ ସେମାନେ ସକ୍ଷମ ବୋଲି କହିଛନ୍ତି। ଏହି ଶୋ’ ବା ଆଲୋଚନାର ନିର୍ଦ୍ଦେଶିକା ସ୍ବପ୍ନା ଦତ୍ତ, ଲୋକେଶ କାନାଗୁରଜ, ଏସ୍‌.ଏସ୍‌.ରାଜାମୌଲି, ଗୌତମ ବାସୁଦେବ ମେନନ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୨ରେ ଦମନ, ପ୍ରତୀକ୍ଷା, ଆଦିୟୁ ଗୋଦାର୍ଡ ଭଳି କେତେକ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ଓ ସମ୍ମାନ ଲାଭ କରିଛି। ଓଡ଼ିଶା ଚଳଚ୍ଚିତ୍ରକୁ ନୂଆ ଦିଶା ଦେଖାଇଥିବା ଏସବୁ ଲୋକପ୍ରିୟ ଚଳଚ୍ଚିତ୍ର ଉପରେ ସେମାନଙ୍କ ଆଲୋଚନା ପର୍ଯ୍ୟବସିତ ଥିବା ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri