Posted inଖେଳ

ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌: ୧୦୦ ମିଟରରେ ଅମିୟଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨୭।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ରାଜ୍ୟର ପୁରୁଷ ତାରକା ଧାବକ ଅମିୟ ମଲ୍ଲିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଶନିବାର ପଟିଆଲାର ନେତାଜୀ ସୁଭାଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଏସ୍‌ଏନ୍‌ଆଇଏସ୍‌)ଠାରେ ଅନୁଷ୍ଠିତ ୧୦୦ମିଟର ଫାଇନାଲରେ ଦୌଡ଼ରେ ସେ ୧୦.୪୯ ସେକେଣ୍ଡ ନେଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପୂର୍ବରୁ ସକାଳେ ଅନୁଷ୍ଠିତ ହୋଇଥିବା ୧୦୦ ମିଟର ହିଟ୍‌ରେ ଅମିୟ ୧୦.୫୦ ସେକେଣ୍ଡ ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଫାଇନାଲରେ ଅମିୟ ୦.୦୧ ସେକେଣ୍ଡ କମ୍‌ ସମୟ ନେଇ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପଞ୍ଜାବର ଗୁରିନ୍ଦରବୀର ସିଂ ୧୦.୨୭ ସେକେଣ୍ଡ ନେଇ ପ୍ରଥମ ହୋଇଥିବା ବେଳେ ଲଭ ପ୍ରୀତ ସିଂ ୧୦.୪୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।
ଚତୁର୍ଥ ସ୍ଥାନରେ ରହିଲେ ଦୂତୀ
ଅନ୍ୟପଟେ ମହିଳା ୧୦୦ ମିଟର ଫାଇନାଲରେ ଓଡ଼ିଶା ତାରକା ଧାବିକା ଦୂତୀ ଚାନ୍ଦ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଫଳରେ ତାଙ୍କର ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ଆଶାକୁ ଜବରଦସ୍ତ ଝଟକା ଲାଗିଛି। ଫାଇନାଲରେ ଦୂତୀ ୧୧. ୬୨ ସେକେଣ୍ଡ ନେଇଛନ୍ତି। ପୂର୍ବରୁ ଶନିବାର ସକାଳେ ଅନୁଷ୍ଠିତ ୧୦୦ମିଟର ହିଟ୍‌ରେ ଦୂତୀ ୧୧. ୭୬ ସେକେଣ୍ଡ ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ ତାମିଲନାଡୁର ଧନଲକ୍ଷ୍ମୀ ପୁଣି ଥରେ ଦୂତୀଙ୍କୁ ପଛରେ ପକାଇଛନ୍ତି। ସେ ୧୧.୫୨ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଶ୍ରୀଲଙ୍କାର ଅମଶା ଡି ସିଲ୍‌ଭା ୧୧.୫୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୧୧.୬୦ ସେକେଣ୍ଡ ସମୟ ନେଇ ତାମିଲନାଡୁର ଅନ୍ୟତମ ଧାବିକା ଅର୍ଚ୍ଚନା ସୁସେନ୍ଦ୍ରନ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି କର୍ନାଟକ ଧାବିକା ଧନେଶ୍ୱରୀ ୧୧.୭୧ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲେ। ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରିରେ ଦୂତୀ ୧୧.୧୭ ସେକେଣ୍ଡ ସମୟ ନେଇଥିଲେ ଓ ନିଜ ଜାତୀୟ ରେକର୍ଡ ଭାଙ୍ଗିଥିଲେ। ତେବେ ସେ ଏହି ଟାଇମିଂ ଦୋହରାଇପାରି ନାହାନ୍ତି।
ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ସମ୍ଭାବନା ରହିଛି
ଏହାସତ୍ତ୍ୱେ ଦୂତୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ସମ୍ଭାବନା ଏବେ ମଧ୍ୟ ରହିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଆଧାରରେ ଏହା ସମ୍ଭବ ହୋଇପାରେ। ସେ ର଼୍ୟାଙ୍କିଙ୍ଗର ୪୧ତମ ସ୍ଥାନରେ ରହିଛନ୍ତି। ମୋଟ ୫୬ଜଣ ଆଥ୍‌ଲେଟ ଟୋକିଓ ଅଲିମ୍ପିକ୍ସ ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଟୋକିଓରେ ଦୂତୀ ଦୌଡ଼ିବେ ବୋଲି ଆଶା କରାଯାଇ ପାରେ।
ପୂର୍ବରୁ ମାର୍ଚ୍ଚରେ ଧନଲକ୍ଷ୍ମୀ ଦୂତୀଙ୍କୁ ପ୍ରଥମଥର ପାଇଁ ପରାସ୍ତ କରିଥିଲେ। ଫେଡେରେଶନ କପ୍‌ ସିନିୟର ନ୍ୟାଶନାଲ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ୨୨ ବର୍ଷୀୟ ଧନଲକ୍ଷ୍ମୀ ୧୧.୩୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଇଭେଣ୍ଟରେ ୨୫ ବର୍ଷୀୟା ଦୂତୀ ୧୧.୫୮ ସେକେଣ୍ଡ ସମୟ ନେଇ ପଛରେ ପଡିଥିଲେ। ନିଜ ପ୍ରଦର୍ଶନରେ ଦୂତୀ ନୌରାଶ୍ୟ ଜାହିର କରିଛନ୍ତି। ଶନିବାର ସକାଳେ ୧୦୦ ମିଟର ହିଟ୍‌ରେ ଦୌଡ଼ିବା ବେଳେ ଆହତ ହୋଇଥିଲି ବୋଲି ସେ କହିଛନ୍ତି। ବାମ ଜଙ୍ଘର ମାଂସପେଶୀ ଟାଣି ହୋଇଥିଲା। ମୋ ଫିଜିଓଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥିଲି। ଏହାର ପ୍ରଭାବ ଫାଇନାଲ ପ୍ରଦର୍ଶନରେ ପଡିଛି ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?