Posted inଖେଳ

ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌: ୧୦୦ ମିଟରରେ ଅମିୟଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨୭।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ରାଜ୍ୟର ପୁରୁଷ ତାରକା ଧାବକ ଅମିୟ ମଲ୍ଲିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଶନିବାର ପଟିଆଲାର ନେତାଜୀ ସୁଭାଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଏସ୍‌ଏନ୍‌ଆଇଏସ୍‌)ଠାରେ ଅନୁଷ୍ଠିତ ୧୦୦ମିଟର ଫାଇନାଲରେ ଦୌଡ଼ରେ ସେ ୧୦.୪୯ ସେକେଣ୍ଡ ନେଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପୂର୍ବରୁ ସକାଳେ ଅନୁଷ୍ଠିତ ହୋଇଥିବା ୧୦୦ ମିଟର ହିଟ୍‌ରେ ଅମିୟ ୧୦.୫୦ ସେକେଣ୍ଡ ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଫାଇନାଲରେ ଅମିୟ ୦.୦୧ ସେକେଣ୍ଡ କମ୍‌ ସମୟ ନେଇ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପଞ୍ଜାବର ଗୁରିନ୍ଦରବୀର ସିଂ ୧୦.୨୭ ସେକେଣ୍ଡ ନେଇ ପ୍ରଥମ ହୋଇଥିବା ବେଳେ ଲଭ ପ୍ରୀତ ସିଂ ୧୦.୪୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।
ଚତୁର୍ଥ ସ୍ଥାନରେ ରହିଲେ ଦୂତୀ
ଅନ୍ୟପଟେ ମହିଳା ୧୦୦ ମିଟର ଫାଇନାଲରେ ଓଡ଼ିଶା ତାରକା ଧାବିକା ଦୂତୀ ଚାନ୍ଦ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଫଳରେ ତାଙ୍କର ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ଆଶାକୁ ଜବରଦସ୍ତ ଝଟକା ଲାଗିଛି। ଫାଇନାଲରେ ଦୂତୀ ୧୧. ୬୨ ସେକେଣ୍ଡ ନେଇଛନ୍ତି। ପୂର୍ବରୁ ଶନିବାର ସକାଳେ ଅନୁଷ୍ଠିତ ୧୦୦ମିଟର ହିଟ୍‌ରେ ଦୂତୀ ୧୧. ୭୬ ସେକେଣ୍ଡ ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ ତାମିଲନାଡୁର ଧନଲକ୍ଷ୍ମୀ ପୁଣି ଥରେ ଦୂତୀଙ୍କୁ ପଛରେ ପକାଇଛନ୍ତି। ସେ ୧୧.୫୨ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଶ୍ରୀଲଙ୍କାର ଅମଶା ଡି ସିଲ୍‌ଭା ୧୧.୫୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୧୧.୬୦ ସେକେଣ୍ଡ ସମୟ ନେଇ ତାମିଲନାଡୁର ଅନ୍ୟତମ ଧାବିକା ଅର୍ଚ୍ଚନା ସୁସେନ୍ଦ୍ରନ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି କର୍ନାଟକ ଧାବିକା ଧନେଶ୍ୱରୀ ୧୧.୭୧ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲେ। ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରିରେ ଦୂତୀ ୧୧.୧୭ ସେକେଣ୍ଡ ସମୟ ନେଇଥିଲେ ଓ ନିଜ ଜାତୀୟ ରେକର୍ଡ ଭାଙ୍ଗିଥିଲେ। ତେବେ ସେ ଏହି ଟାଇମିଂ ଦୋହରାଇପାରି ନାହାନ୍ତି।
ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ସମ୍ଭାବନା ରହିଛି
ଏହାସତ୍ତ୍ୱେ ଦୂତୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ସମ୍ଭାବନା ଏବେ ମଧ୍ୟ ରହିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଆଧାରରେ ଏହା ସମ୍ଭବ ହୋଇପାରେ। ସେ ର଼୍ୟାଙ୍କିଙ୍ଗର ୪୧ତମ ସ୍ଥାନରେ ରହିଛନ୍ତି। ମୋଟ ୫୬ଜଣ ଆଥ୍‌ଲେଟ ଟୋକିଓ ଅଲିମ୍ପିକ୍ସ ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଟୋକିଓରେ ଦୂତୀ ଦୌଡ଼ିବେ ବୋଲି ଆଶା କରାଯାଇ ପାରେ।
ପୂର୍ବରୁ ମାର୍ଚ୍ଚରେ ଧନଲକ୍ଷ୍ମୀ ଦୂତୀଙ୍କୁ ପ୍ରଥମଥର ପାଇଁ ପରାସ୍ତ କରିଥିଲେ। ଫେଡେରେଶନ କପ୍‌ ସିନିୟର ନ୍ୟାଶନାଲ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ୨୨ ବର୍ଷୀୟ ଧନଲକ୍ଷ୍ମୀ ୧୧.୩୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଇଭେଣ୍ଟରେ ୨୫ ବର୍ଷୀୟା ଦୂତୀ ୧୧.୫୮ ସେକେଣ୍ଡ ସମୟ ନେଇ ପଛରେ ପଡିଥିଲେ। ନିଜ ପ୍ରଦର୍ଶନରେ ଦୂତୀ ନୌରାଶ୍ୟ ଜାହିର କରିଛନ୍ତି। ଶନିବାର ସକାଳେ ୧୦୦ ମିଟର ହିଟ୍‌ରେ ଦୌଡ଼ିବା ବେଳେ ଆହତ ହୋଇଥିଲି ବୋଲି ସେ କହିଛନ୍ତି। ବାମ ଜଙ୍ଘର ମାଂସପେଶୀ ଟାଣି ହୋଇଥିଲା। ମୋ ଫିଜିଓଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥିଲି। ଏହାର ପ୍ରଭାବ ଫାଇନାଲ ପ୍ରଦର୍ଶନରେ ପଡିଛି ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri