ମୁମ୍ବାଇ,୨୩।୪।: ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ବିରାର ଅଞ୍ଚଳରେ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ରୋଗୀ ହସ୍ପିଟାଲରେ ଆଇସିୟୁରେ ଥିଲେ, ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନାର ସିଇଓ ଦିଲୀପ ଶାହା କହିଛନ୍ତି। ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଡାକ୍ତରଖାନାର ଆଇସିୟୁ ଦ୍ୱିତୀୟ ମହଲାରେ ଭୋର ପ୍ରାୟ ୩ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ଡାକ୍ତରଖାନାରେ ପ୍ରାୟ ୯୦ ରୋଗୀ ଅଛନ୍ତି। ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆମେ ସ୍ଥାନାନ୍ତର କରୁଛୁ। ଶର୍ଟ ସର୍କିଟ ଯୋଗୁ ୧-୨ ମିନିଟରେ ନିଆଁ ବ୍ୟାପିଗଲା। ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ରହିଛି ବୋଲି ଦିଲୀପ କହିଛନ୍ତି। ମହାନଗର ନିଗମର ୧୦ଟି ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଥିଲେ।