ଜାତୀୟ ଶିକ୍ଷାନୀତି ୨୦୨୦ ଓ ଆମ ଶିକ୍ଷା ଖସଡ଼ା

ଗୋପାଳ ଚନ୍ଦ୍ର ନାଥ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି, କେନ୍ଦ୍ର ସରକାର କ୍ଷମତାକୁ ଆସିଲା ଦିନଠାରୁ ଗୋଟିଏ ପରେ ଗୋଟିଏ ବିଭାଗରେ ଆମୂଳଚୂଳ ପରିବର୍ତ୍ତନ କରି ଆସୁଥିଲେ ମଧ୍ୟ ଗତ ପାଞ୍ଚ ବର୍ଷ ସରକାର ସମୟରେ ଶିକ୍ଷା ପଦ୍ଧତି ଉପରେ ଆଦୌ ହାତ ଦେଇ ନ ଥିଲେ ।
ଚଉତିରିଶ ବର୍ଷର ପୁରୁଣା ଶିକ୍ଷାନୀତି ଯଦିଓ ପରିବର୍ତ୍ତନର ଆବଶ୍ୟକତା ଥିଲା କିନ୍ତୁ କୌଣସି କାରଣ ବଶତଃ ଶିକ୍ଷାନୀତିର ପରିବର୍ତ୍ତନ ହୋଇ ନ ଥିଲା। ୧୦+୨+୩ ଶିକ୍ଷା ଖସଡାରେ ଚାଲି ଆସୁଥିବା ଶିକ୍ଷା ବ୍ୟବସ୍ଥା କ୍ରମେ ଶିକ୍ଷାକୁ ଦୁର୍ବଳ କରି ଦେଉଥିବା ସାଧାରଣରେ ସମାଲୋଚନା ହେଉଥିଲା। ଫଳରେ ଶିକ୍ଷାନୀତିର ପରିବର୍ତ୍ତନକୁ ସାରା ଭାରତବର୍ଷ ସ୍ବାଗତ କରୁଥିବା ଦେଖାଯାଉଛି। ଶିକ୍ଷାନୀତି ଉତ୍ତମ ଛାତ୍ରୀଛାତ୍ର ଗଠନରେ ସହାୟକ ହେଲେ ନିଶ୍ଚିତପକ୍ଷେ ଜନ ମାନସରେ ସ୍ବାଗତ ହେବ ଏଥିରେ ସନ୍ଦେହ ନାହିଁ। କିନ୍ତୁ କେତେଦୂର ପ୍ରଚଳିତ ଶିକ୍ଷାନୀତି ୧୯୮୬ର ଶିକ୍ଷା ପଦ୍ଧତିଠାରୁ ଲାଗୁ କରାଯାଉଥିବା ଶିକ୍ଷାନୀତି ୨୦୨୦ କିଭଳି ଫଳପ୍ରଦ ହେବ, ଯଦିଓ ତା’ର କୌଣସି ମୀମାଂସା ଆଜିଯାଏ ଜଣାଯାଇନି, ତଥାପି ବିଗତ ଶିକ୍ଷା ତୁଳନାରେ ଯେ ଉତ୍ତମ ନିଶ୍ଚିତ ହେବ ଏ ଆଶା ଅନ୍ତତଃ ପକ୍ଷେ ରଖିବା ଦରକାର।
ଶିକ୍ଷାନୀତି ୨୦୨୦ର ପ୍ରଥମ ଚରଣକୁ ଆଲୋଚନା କଲେ ଜଣାଯାଏ ୫+୩+୩+୪ ଏକ ଗାଣିତିକ ଧାରା, ଯେମିତି ମିଶାଇଲେ ୧୫ ହେବ। ଆଗରୁ ୧୦+୨+୩କୁ ମିଶାଇଲେ ସେହି ୧୫ ହେଉଛି ା ହେଲେ ଏଥରର ବିଶେଷତ୍ୱ ରହିଛି ଶିଶୁଟି ଶିକ୍ଷା ଆରମ୍ଭର ବୟସ ୫ରୁ ଖସାଇ ୩ ବର୍ଷକୁ ଅଣାଯାଇଛି। ଆଗେ ଶିଶୁକୁ ୩ବର୍ଷରୁ ଶିକ୍ଷାୟତନକୁ ଯଦିଓ ପଠାଉଥିଲୁ, କିନ୍ତୁ ତାକୁ ଶିକ୍ଷା ଖସଡ଼ା ସହ ଯୋଗ କରାଯାଉ ନ ଥିଲା। ପିଲାଟି ଶିକ୍ଷାୟତନକୁ ଯିବା ଦ୍ୱାରା ତା’ର ଶାରୀରିକ ଓ ମାନସିକ ବିକାଶ ପ୍ରତି ଧ୍ୟାନ ଦିଆଯାଉଥିଲା। ଅଙ୍ଗନଓ୍ବାଡିରେ ଶିଶୁକୁ ଛାଡି ଦେବା ଦ୍ୱାରା ଶିଶୁଟି ସମବୟସର ଶିଶୁସାଥୀ ପାଇ ଖେଳି ବୁଲି ତା’ର ମାନସିକ ପରିବର୍ତ୍ତନ କରି ଘରଠାରୁ ଅଲଗା ରହି ଶିକ୍ଷା ପ୍ରତି ଆକୃଷ୍ଟ ହେଉଥିଲା। ଫଳରେ ପାଞ୍ଚ ବର୍ଷ ବେଳକୁ ଶିଶୁଟି ଶିକ୍ଷାକୁ ଉତ୍ତମ ରୂପେ ଧରି ପାରୁଥିଲା ଓ ତାକୁ ଶିକ୍ଷା ଖସଡା ଭିତରେ ଛାଡି ଦିଆଯାଉଥିଲା। ଶିକ୍ଷାନୀତି ୨୦୨୦ ଅନୁସାରେ ଶିଶୁକୁ ଅଙ୍ଗନଓ୍ବାଡିକୁ ଛାଡିଲା ଦିନଠାରୁ ଶିକ୍ଷା ଖସଡ଼ା ଭିତରକୁ ଠେଲି ଦେଉଥିବାରୁ ଶିଶୁର ମାନସିକ ପରିପକ୍ୱତା ନ ଥାଇ ତାକୁ ଶିକ୍ଷା ଭିତରେ ଛାଡି ଦିଆଯାଉଛି। ଅଙ୍ଗନଓ୍ବାଡି ପରେ ଶିଶୁଟି ପାଞ୍ଚବର୍ଷ ପରେ ବିଦ୍ୟାଳୟକୁ ଯାଉଥିବା ବେଳେ ଏବେ ଅଙ୍ଗନଓ୍ବାଡିରେ ପ୍ରିସ୍କୁଲ ଶିକ୍ଷା ସମାପ୍ତ କରିବା ପାଇଁ ସ୍ଥିର ହୋଇଛି। ଅଙ୍ଗନଓ୍ବାଡିର ଶିକ୍ଷାକର୍ମୀ ଉପଯୁକ୍ତ ତାଲିମ ପ୍ରାପ୍ତ ଶିକ୍ଷକ ହୋଇ ନ ଥିବାରୁ ସେଠାରେ ଆବଶ୍ୟକ ଶିକ୍ଷକର ନିଯୁକ୍ତି ହୋଇପାରେ କିମ୍ବା ଯେଉଁମାନେ ଅଛନ୍ତି ସେମାନଙ୍କୁ ତାଲିମପ୍ରାପ୍ତ କରିବାକୁ ପଡିବ । ଯେଉଁମାନେ ଶିକ୍ଷାରେ କମ୍‌ ରହିଛନ୍ତି ସେମାନଙ୍କୁ ପଦବୀ ହରାଇବାକୁ ପଡିବ। ତୃତୀୟ, ପଞ୍ଚମ, ଅଷ୍ଟମରେ ଛାତ୍ରଟି ପରୀକ୍ଷାର ସମ୍ମୁଖୀନ ହେବ ବୋଲି ଶିକ୍ଷାନୀତିରେ ଥିବାବେଳେ ଅନ୍ୟ ଶ୍ରେଣୀଗୁଡିକ କେବଳ ଉତ୍ତୀର୍ଣ୍ଣ ହୋଇଯିବାର ବିଧି ରହିଛି। ସେଥିପାଇଁ କୌଣସି ପରୀକ୍ଷାର ମାପକାଠି ରହିବ ନାହିଁ । ଏ କଥାକୁ ନିଶ୍ଚିତ ସ୍ବାଗତ କରିବା କଥା ଯେ, ଛାତ୍ରଟି ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବ। ଫଳରେ ଛାତ୍ରଟି ଧନ୍ଦା ପ୍ରତି ଆକୃଷ୍ଟ ହେବ । ହେଲେ ଶ୍ରେଣୀ ବେଳକୁ ଛାତ୍ରର ବୟସ ମାତ୍ର ନଅ ବର୍ଷ ହେଉଛି। ନଅ ବର୍ଷ ବୟସରେ କେତେଦୂର ଏକ କୋମଳମତି ଶିଶୁ ଧନ୍ଦାକୁ ଗ୍ରହଣ କରିବ ତା’ ହିଁ ବିଚାର୍ଯ୍ୟ। ବିଦେଶ ଶୈଳୀକୁ ଆପଣାଇଥିବା ପ୍ରତୀୟମାନ ହେଉଥିଲେ ମଧ୍ୟ ଆମ ଦେଶର ଶିଶୁମାନଙ୍କୁ ସେହି ହାରରେ ପୁଷ୍ଟୀକରଣ କରିବାର ଆବଶ୍ୟକତା ରହିଛି।
ଚଳିତ ଶିକ୍ଷାନୀତି ୧୯୮୬ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କୁ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଥିଲା ବେଳେ ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ଦେବାର ବ୍ୟବସ୍ଥା ଥିବା ଉଲ୍ଲେଖ ରହିଛି। ଫଳରେ ୫+୩+୩+୪ ଶିକ୍ଷା ଖସଡାନୁସାରେ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ୫+୩+୩ ଓ +୪ ମଧ୍ୟରେ ଯଥାକ୍ରମେ ରହୁଛି। ଏହାଦ୍ୱାରା ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତକୁ ଗଣଶିକ୍ଷା ଅନ୍ତର୍ଗତ ରଖାଯାଉଥିବା ବେଳେ ଦ୍ୱାଦଶ ଶ୍ରେଣୀକୁ ଉଚ୍ଚ ଶିକ୍ଷାରେ ଅନ୍ତର୍ଭୁକ୍ତ ବୋଧହୁଏ କରାଯାଇଛି, ଯାହା କି ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ଯଦିଓ ମାନବ ସମ୍ବଳ ବିକାଶ ବିଭାଗକୁ ଉଠାଇ ନିଆଯାଇ ପୁଣି ଶିକ୍ଷା ବିଭାଗକୁ ପୂର୍ବବତ ରଖାଯାଇଛି, ତା’ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଶିକ୍ଷାର ମାପକ ଦୃଷ୍ଟିରୁ ଏହାକୁ ୩+୨+୩+୨+୨+୩ ଭାବେ ରଖାଯାଇଥିଲେ ବୋଧହୁଏ ବୁଝିବା ଓ ବ୍ୟବହାର ପାଇଁ ସ୍ବଚ୍ଛଳ ହୋଇଥାନ୍ତା। ୩+୨+୩+୨+୨କୁ ବିଦ୍ୟାଳୟ ଅନ୍ତର୍ଗତ ରଖି ଶିକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଥାନ୍ତା ଓ ପୂର୍ବବତ +୩କୁ ଉଚ୍ଚଶିକ୍ଷା ମଧ୍ୟରେ ରଖାଯାଇଥାନ୍ତା, ଯାହା କି ଉତ୍ତମ ହୋଇଥାନ୍ତା।
ମାତୃଭାଷାରେ ଶିଶୁଟି ଭଲ ଭାବରେ ବୁଝିପାରିବ ଓ ଉତ୍ତମ ଶିକ୍ଷା ଆହରଣ କରିପାରିବ ।
ତେଣୁ ମାତୃଭାଷାରେ ପଞ୍ଚମ ପର୍ଯ୍ୟନ୍ତ ଶିଶୁଟି ଶିକ୍ଷା ଗ୍ରହଣ କରିବା ନୂତନ ଶିକ୍ଷାନୀତିରେ ରଖିଥିବା ଏକ ଉତ୍ତମ ବ୍ୟବସ୍ଥା। ହେଲେ ପ୍ରଥମ ଭାଷା ଯଦିଓ ପ୍ରଥମରୁ ଆରମ୍ଭ କରାଯାଉଛି, ଦ୍ୱିତୀୟ ଭାଷା ଇଂଲିଶ ବା ତୃତୀୟ ଭାଷା କେଉଁ ଶ୍ରେଣୀରୁ ଆରମ୍ଭ ହେବ ତାହା ଜଣାଯାଇନାହିଁ। ଜଣେ କୋମଳମତି ଶିଶୁ ଅନ୍ତତଃ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ବ୍ୟତିରେକ ଅନ୍ୟ ଭାଷାର ବୋଝ ନ ବୋହିବା ଉଚିତ। ଆମ ଦେଶରେ ସବୁଠାରୁ ବଡ ସମସ୍ୟା ହେଉଛି ଭାଷାଗତ ଶିକ୍ଷା। ଶିଶୁଟିଏ କେଉଁ ଭାଷାରେ ଶିକ୍ଷା ନେବ ଏକ ବଡ ସମସ୍ୟା ହୋଇ ଠିଆ ହୋଇଥିଲା। ଯେଉଁଭଳି ଭାବରେ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଛତୁ ଫୁଟିଲା ଭଳି ଖୋଲି ଚାଲିଲା, ମାତୃଭାଷା ଶିକ୍ଷା ଏକ ରକମ ବନ୍ଦ ହେବାକୁ ଯାଇଥିଲା ଏବଂ ପ୍ରତ୍ୟେକ ଭାଷାଭିତ୍ତିକ ରାଜ୍ୟଗୁଡିକ ଏହାଦ୍ୱାରା ବହୁ ପ୍ରଭାବିତ ହେବା ସହ ଅସୁବିଧାର ସମ୍ମୁଖୀନ ହେଉଥିଲେ। ନୂତନ ଶିକ୍ଷାନୀତି ଗୋଟିଏ ଦେଶ ଗୋଟିଏ ଶିକ୍ଷା ପ୍ରଚଳନ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ, ହେଲେ କେତେଦୂର ଏହାର ବ୍ୟବହାର କରାଯାଉଛି ଦେଖିବାକୁ ବାକି ରହିଲା। ଆଜି ଦେଶରେ ଶିକ୍ଷାକୁ ଏକ ଶିଳ୍ପଭାବରେ ଗ୍ରହଣ କରାଗଲାଣି । ଛତୁ ଫୁଟିଲା ପରି ଚାରିଆଡେ ବ୍ୟବସାୟୀକରଣ ଶିକ୍ଷା ଅନୁଷ୍ଠାନ ଖୋଲି ଗଲାଣି, ଏ କ୍ଷେତ୍ରରେ ସେହି ବ୍ୟବସାୟ ଶିକ୍ଷାନୁଷ୍ଠାନଗୁଡିକର ଭୂମିକା କ’ଣ ରହୁଛି ଓ ସେମାନେ କିଭଳି ଭାବେ ସେମାନଙ୍କ ବ୍ୟବସାୟ ଚଳାଇବେ ଏହା ହିଁ ଶିକ୍ଷାନୀତିର ଭବିଷ୍ୟତ କହିବ । ମାତୃଭାଷାରେ ପଢୁଥିବା ଛାତ୍ରଟି ଏବେ କୌଣସି ଗୁଣରେ ଇଂଲିଶ ମାଧ୍ୟମରେ ଶିକ୍ଷା କରୁଥିବା ଛାତ୍ରଠାରୁ କମ୍‌ ନୁହେଁ, ଯଦି ଏ ଶିକ୍ଷାନୀତି ସମାନତା ଆଣି ପାରିବ ତେବେ ତା’ର ସାର୍ଥକତା ରହିଛି ବୋଲି ଦେଶବାସୀ ହୃଦୟଙ୍ଗମ କରିବେ।
ଦେଶର ଶିକ୍ଷାର ଏକ ବୈପ୍ଳବିକ ପରିବର୍ତ୍ତନ ହୋଇପାରିବ ବୋଲି ସାଧାରଣରେ ବିଶ୍ୱାସ ଆସିବ।

ଆଡ୍‌ଭୋକେଟ, ଅନୁଗୋଳ,
ମୋ-୯୪୩୭୨୯୦୬୬୨

 


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri