Posted inଜାତୀୟ

ବିଧାନସଭାରେ ତକିଆ, କମ୍ବଳ ନେଇ ପହଞ୍ଚିଲେ ବିଧାୟକ

ବେଙ୍ଗାଲୁରୁ,୧୮।୨: କର୍ନାଟକ ସରକାରର ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ଇସ୍ତଫା ଦାବିରେ ଗୁରୁବାର ରାତିସାରା ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ବିଧାୟକମାନେ ଏଠାରେ ଏକ ନିଆରା ଢଙ୍ଗରେ ବିରୋଧ କରିଥିଲେ। ପାର୍ଟି ବିଧାୟକମାନେ ରାତିସାରା ବିଧାନସଭାରେ ହଙ୍ଗାମା ସୃଷ୍ଟି କରିବା ସହ ଇଶ୍ୱରପ୍ପାଙ୍କୁ କ୍ୟାବିନେଟରୁ ବରଖାସ୍ତ କରିବାକୁ ଦାବି କରିଥିଲେ।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପଞ୍ଚାୟତିରାଜ ରାଜ କେ.ଏସ ଇଶ୍ୱରପ୍ପାଙ୍କ ଲାଲ କିଲ୍ଲାରେ ସାଫ୍ରନ୍‌ ପତାକା ଉତ୍ତୋଳନ କରିବା ଟିପ୍ପଣୀ ନେଇ ଏହି ବିରୋଧ ପ୍ରଦର୍ଶନ ହୋଇଛି। ଇଶ୍ୱରପ୍ପା ଦାବି କରଥିଲେ ଯେ ଭବିଷ୍ୟତରେ କେବଳ ସାଫ୍ରନ୍‌ ପତାକା ଜାତୀୟ ପତାକା ହୋଇପାରିବ। ତାଙ୍କ ମନ୍ତବ୍ୟକୁ ରାଷ୍ଟ୍ରୀୟ ବିରୋଧୀ ବୋଲି ବର୍ଣ୍ଣନା କରି କଂଗ୍ରେସ ବିଧାୟକମାନେ ବିଧାନସଭାରେ ହଙ୍ଗାମା ଆରମ୍ଭ କରିଥିଲେ।
କ୍ୟାବିନେଟ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ କର୍ନାଟକ ବିଧାନସଭାରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ସେମାନଙ୍କର ଦାବି ଥିଲା ଯେ ଇଶ୍ୱରପ୍ପାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ଏବଂ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଉ। ଏହା ପରେ ଉତ୍ତେଜନା ବଢିବାକୁ ଲାଗିଲା। ଏହି ସମୟରେ, ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ ମଧ୍ୟ ଗୃହର ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ ପାଇଁ ବିରୋଧୀଙ୍କୁ ନିବେଦନ କରିଥିଲେ କିନ୍ତୁ ଉତ୍ତେଜନା ଥମି ନ ଥିଲା। ଏହାପରେ ଗୃହ ସ୍ଥଗିତ ରଖାଯାଇଥିଲା। ବିଧାନସଭା ସ୍ଥଗିତ ହେବା ପରେ ବିରୋଧୀ ଦଳର ନେତାମାନେ ତକିଆ ଓ କମ୍ବଳ ଧରି ବିଧାନସଭାରେ ପହଞ୍ଚି ସେଠାରେ ରାତି ବିତାଇ ବିରୋଧ କରିଥିଲେ। ଏହି ସମୟରେ ବାଚସ୍ପତି ସମସ୍ତ ନେତାଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା କରିଥିଲେ।
ବିରୋଧୀଙ୍କ ବିରୋଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଇ କ୍ୟାବିନେଟ ମନ୍ତ୍ରୀ ଇଶ୍ୱରପ୍ପାଙ୍କୁ ରକ୍ଷା କରିଛନ୍ତି। ସେ କହିଛନ୍ତି, ବିରୋଧୀ ତାଙ୍କ ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?