କ୍ରୁଟ୍‌କୁ ପୁଣି ଜାତୀୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୭।୧୧ (ବ୍ୟୁରୋ):‘ମୋ ବସ୍‌’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଆଉଏକ ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟ୍‌ ଚତୁର୍ଥଥର ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ଜାତୀୟ ଉତ୍କର୍ଷ ପୁରସ୍କାର ମିଳିଛି। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେରଳର କୋଚିଠାରେ ଆୟୋଜିତ ୧୫ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍‌ କନ୍‌ଫରେନ୍ସ ଆଣ୍ଡ୍‌ ଏକ୍ସପୋ-୨୦୨୨ରେ କ୍ରୁଟ୍‌ ମହାପ୍ରବନ୍ଧକ ଦିପ୍ତି ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।
ପ୍ରତ୍ୟେକ ପଦକ୍ଷେପରେ ‘ଦି ୱେ ୱି ମୁଭ୍‌’ (ଆମେ ଯେଉଁ ଭାବରେ ଗତି କରୁ)କୁ ପୁନଃ ବ୍ୟାଖ୍ୟା କରି କ୍ରୁଟ୍‌ ଏହାର ସମସ୍ତ ଯାତ୍ରୀଙ୍କୁ ‘ରାଇଡ୍‌ ୱିଥ୍‌ ପ୍ରାଇଡ୍‌ ବା ଗର୍ବର ସହିତ ଯାତ୍ରା’କୁ ନିଶ୍ଚିତ କରି ଦେଶର ଗଣପରିବହନ ସେବା ପ୍ରଦାନକାରୀଙ୍କ ପାଇଁ ଏକ ମାନଦଣ୍ଡ ସ୍ଥିର କରିବାରେ ସଫଳ ହୋଇଛି। ଏନେଇ ଦିପ୍ତି କହିଛନ୍ତି, ଏହା ଅତ୍ୟନ୍ତ ସମ୍ମାନଜନକ ପୁରସ୍କାର। ଚଳିତବର୍ଷ ପୁନର୍ବାର ଏହି ପୁରସ୍କାର ମିଳିବା ଆଗକୁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଛି। ମୋ ଇ-ରାଇଡ୍‌ ଏବଂ ଇ-ବସ୍‌ ଯାତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ଏହି ଜାତୀୟ ପୁରସ୍କାର ରାଜ୍ୟ ତଥା ଆମ ଯାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ସେ ମତ ଦେଇଛନ୍ତି। ସେହିପରି କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, କ୍ରୁଟ ପାଇଁ ପୁନର୍ବାର ଏଭଳି ସମ୍ମାନଜନକ ପୁରସ୍କାର ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଜନସାଧାରଣଙ୍କ ଗମନାଗମନ ସେବାକୁ ଉତ୍କୃଷ୍ଟ କରିବା ତଥା ରାଜ୍ୟ ପାଇଁ ଆହୁରି ଗୌରବ ଆଣିବା ପାଇଁ ଆମେ କ୍ରମାଗତ ଭାବେ ଉଦ୍ୟମ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri