୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୨୩।୩ (ବ୍ୟୁରୋ):୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୋମବାର ଘୋଷଣା ହୋଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ସବ୍ୟସାଚୀ ମହାପାତ୍ରଙ୍କ ‘ଶଲାବୁଢ଼ାର ବଦ୍‌ଲା’ ଓ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ମନୋନୀତ ହୋଇଛି। ସେହିପରି କଳା ଓ ସଂସ୍କୃତିକୁ ନେଇ ଆଶୁତୋଷ ପଟ୍ଟନାୟକଙ୍କ ପ୍ରାମାଣିକ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ମଧ୍ୟ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି।
ଏକାଧିକ ପୁରସ୍କାର ପାଇଥିବା ‘ଶଲାବୁଢା’ର ସିକ୍ୱେଲ ହେଉଛି ‘ଶଲାବୁଢାର ବଦ୍‌ଲା’। ସବ୍ୟସାଚୀଙ୍କ ନିର୍ଦ୍ଦେଶିତ ୧ ଘଣ୍ଟା ୪୯ ମିନିଟ୍‌ର ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଛନ୍ତି ଅଟଳ ବିହାରୀ ପଣ୍ଡା, ଚନ୍ଦନ ସିଂ ଓ ଲୋଛାନୀ ବାଗ୍‌। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍‌। ଅନ୍ୟପକ୍ଷରେ ପରିବର୍ତ୍ତିତ ଜଳବାୟୁ ଉପରେ ପର୍ଯ୍ୟବସିତ ‘କାଲିର ଅତୀତ’ରେ ସମୁଦ୍ରର ଜଳସ୍ତର ବୃଦ୍ଧି କାରଣରୁ ମନୁଷ୍ୟ ଓ ସମୁଦ୍ର ମଧ୍ୟରେ ଉପୁଜିଥିବା ସ୍ଥିତିକୁ ନିଚ୍ଛକ ଭାବେ ପ୍ରଦର୍ଶିତ କରିଛନ୍ତି ପଦ୍ମଶ୍ରୀ ପଣ୍ଡା। ୮୩ ମିନିଟ୍‌ ଅବଧିର ଏହି ଚଳଚ୍ଚିତ୍ରରେ ପୀତବାସ ତ୍ରିପାଠୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି। ଏତଦ୍‌ବ୍ୟତୀତ ଆଶୁତୋଷଙ୍କ ପ୍ରାମାଣିକ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’ରେ ପୁରୀର ପ୍ରାଚୀନ କଳା, ସଂସ୍କୃତି ଓ ପରମ୍ପରାକୁ ଖୁବ୍‌ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ସବୁକିଛି ଏହି ସାହିଯାତରେ ରହିଛି, ଯାହା ଏହି ଚଳଚ୍ଚିତ୍ର ମନୋନୟନବେଳେ ଜୁରିମାନଙ୍କୁ ବେଶ୍‌ ଆକୃଷ୍ଟ କରିଛି। ତେବେ ଜାତୀୟ ସ୍ତରରେ ୩ଟି ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହେବା ଓଡ଼ିଆ ଚଳଚ୍ଚିତ୍ର ଜଗତ ତଥା ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି।

ସବ୍ୟସାଚୀ ମହାପାତ୍ର ଓ ନୀଳମାଧବ ପଣ୍ଡା ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ସୁନ୍ଦର ଭେଟି ଦେଇଛନ୍ତି କହିଲେ ଅତ୍ୟୁକ୍ତିି ହେବ ନାହିଁ। ‘ଶଲାବୁଢାର ବଦ୍‌ଲା’ ଏକ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିବା ନିଶ୍ଚିତପକ୍ଷେ ପ୍ରଶଂସନୀୟ। ବାସ୍ତବଧର୍ମୀ ମୌଳିକ କଥାକୁ ନେଇ ନିର୍ଦ୍ଦେଶକମାନେ ଭଲ ଚଳଚ୍ଚିତ୍ର ନିର୍ମାଣ କଲେ ତାହା ନିଶ୍ଚିତ ସାମଗ୍ରିକ ଭାବେ ଜାତୀୟ ଓ ଅନ୍ତର୍ଜତୀୟ ସ୍ତରରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ। ୮୩ ବର୍ଷର ଓଡ଼ିଆ ସିନେମା ଜଗତରେ ଏହି ଦୁଇଟି ଚଳଚ୍ଚିତ୍ର ଆଗାମୀ ଦିନରେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଭିନ୍ନ ସିନେମା କରିବାରେ ଉତ୍ସାହିତ କରିବା ସହ ଦିଗ୍‌ଦର୍ଶନ ଦେବ।
-ଦିଲୀପ ହାଲି, ସିନେ ସମୀକ୍ଷକ

‘ଶଲାବୁଢ଼ାର ବଦ୍‌ଲା’ ମୋ ବାପାଙ୍କ ଲିଖିତ କାହାଣୀ
ପୁରସ୍କାର ଖବର ପାଇବା ପରେ ମୋତେ ବହୁତ ଖୁସି ଲାଗୁଛି। ‘ଶଲାବୁଢାର ବଦ୍‌ଲା’ ‘ଶଲାବୁଢା’ର ସିକ୍ୱେଲ। ଏସବୁ ବାପା କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କ ଲିଖିତ କାହାଣୀ ହୋଇଥିବାରୁ ଏହା ମୋ ପାଇଁ ଗୁରୁତ୍ୱ ବହନ କରେ। ବାପା ଜଣେ ଗାନ୍ଧୀବାଦୀ। ସେ ସବୁବେଳେ ମାନବଧର୍ମୀ କାହାଣୀ ଲେଖନ୍ତି, ଯାହାକି ସତ୍ୟ ଘଟଣା ଉପରେ ଆଧାରିତ ଥାଏ। ପୂର୍ବରୁ ନିର୍ମିତ ‘ଶଲାବୁଢା’ ମଧ୍ୟ ଜାତୀୟ ପୁରସ୍କାର ଲାଭ କରିଛି। ଆଗକୁ ବାପାଙ୍କ କାହାଣୀକୁ ନେଇ ଆହୁରି ବହୁତ କିଛି କରିବାକୁ ଯୋଜନା ରହିଛି। ଏହି ଚଳଚ୍ଚିତ୍ରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ମୋ ପୁଅ କ୍ୟାମେରାମ୍ୟାନ୍‌, ପ୍ରଯୋଜକ ଓ ଏଡିଟର। ସେହିଭଳି ମୋ ଦୁଇ ଝିଅ ଏହାର ସହପ୍ରଯୋଜକ ଅଛନ୍ତି। ତେବେ ନିର୍ଦ୍ଦେଶକମାନେ ଚଳଚ୍ଚିତ୍ର ନିର୍ମାଣ କଲାବେଳେ ସେଥିରେ ଓଡ଼ିଆତ୍ୱ ରଖିବାକୁ ଚେଷ୍ଟା କରନ୍ତୁ। ସେଥିରେ ଓଡ଼ିଆ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଗନ୍ଧ ରହିବା ଆବଶ୍ୟକ।
-ସବ୍ୟସାଚୀ ମହାପାତ୍ର, ନିର୍ଦ୍ଦେଶକ, ‘ଶଲା ବୁଢ଼ାର ବଦ୍‌ଲା’
ଏହା ଓଡ଼ିଶାବାସୀଙ୍କ ଭଲପାଇବା ଓ ଶ୍ରୀଜଗନ୍ନାଥଙ୍କ କୃପା
ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଏହା ଓଡ଼ିଶାବାସୀଙ୍କ ଭଲପାଇବା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇପାରିଛି। ପୁରୀର ପୁୁରୁଣା ସଂସ୍କୃତି ହେଉଛି ଏହି ସାହିଯାତ। ଏହି ପରମ୍ପରାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରକୁ ଏତେ ଆଦୃତି ମିଳିଛି ଜାଣିବା ପରେ ବହୁତ ଖୁସି ଲାଗୁଛି। ଚଳଚ୍ଚିତ୍ରରେ ରାମାୟଣର ବିଷୟବସ୍ତୁକୁ ଦର୍ଶାଯାଇଛି। ରାମଙ୍କ ଜନ୍ମଠାରୁ ରାବଣବଧ ଏବଂ ରାମଙ୍କ ରାଜ୍ୟାଭିଷେକ ରହିଛି। ବିଶ୍ୱପ୍ରସିଦ୍ଧ ପୁରୀର ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଏବଂ ସମୁଦ୍ର ସମ୍ପର୍କରେ ସୂଚନା ରହିଛି। ଆଗକୁ ଓଡ଼ିଶାର ଲୋକସଂସ୍କୃତି ଓ ପରମ୍ପରାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା ରହିଛି
-ଆଶୁତୋଷ ପଟ୍ଟନାୟକ, ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ, ‘ଶ୍ରୀକ୍ଷେତ୍ରରୁ ସାହିଯାତ’

ପୁରସ୍କାର ପାଇବା ମୋ ପାଇଁ ଗୌରବର ବିଷୟ
ଓଡ଼ିଆ ସିନେମା ଜାତୀୟ ସ୍ତରରେ ପୁରସ୍କାର ଲାଭ କରିବା ଆମ ସିନେମା ଜଗତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ। ବିଶେଷକରି ମୋର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ମୋ ପାଇଁ ଗୌରବର କଥା। ଏହା ମୋତେ ଆଗକୁ ଯିବା ପାଇଁ ପ୍ରେରଣା ଦେବ। ଚଳଚ୍ଚିତ୍ର ନିର୍ମାଣ ସମୟରେ ପୁରସ୍କାର ପାଇବି ବୋଲି ସେମିତି କିଛି ଚିନ୍ତା କରି ନ ଥିଲି। ତେବେ ଏହାର ବିଷୟବସ୍ତୁ ବିଚାରକମାନଙ୍କୁ ଭଲ ଲାଗିଥିବ, ଯେଉଁଥିପାଇଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ବିନା ସ୍କ୍ରିିପ୍ଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ପ୍ରାୟ ଦେଢବର୍ଷ ସମୟ ଲାଗିଥିଲା ଏଥିପାଇଁ। ଆଗକୁ ଆଉ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ଯୋଜନା ରହିଛି।
-ନୀଳମାଧବ ପଣ୍ଡା, ପ୍ରଯୋଜକ, ‘ଶଲା ବୁଡ଼ାର ବଦ୍‌ଲା’


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?