୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୨୩।୩ (ବ୍ୟୁରୋ):୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୋମବାର ଘୋଷଣା ହୋଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ସବ୍ୟସାଚୀ ମହାପାତ୍ରଙ୍କ ‘ଶଲାବୁଢ଼ାର ବଦ୍‌ଲା’ ଓ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ମନୋନୀତ ହୋଇଛି। ସେହିପରି କଳା ଓ ସଂସ୍କୃତିକୁ ନେଇ ଆଶୁତୋଷ ପଟ୍ଟନାୟକଙ୍କ ପ୍ରାମାଣିକ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ମଧ୍ୟ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି।
ଏକାଧିକ ପୁରସ୍କାର ପାଇଥିବା ‘ଶଲାବୁଢା’ର ସିକ୍ୱେଲ ହେଉଛି ‘ଶଲାବୁଢାର ବଦ୍‌ଲା’। ସବ୍ୟସାଚୀଙ୍କ ନିର୍ଦ୍ଦେଶିତ ୧ ଘଣ୍ଟା ୪୯ ମିନିଟ୍‌ର ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଛନ୍ତି ଅଟଳ ବିହାରୀ ପଣ୍ଡା, ଚନ୍ଦନ ସିଂ ଓ ଲୋଛାନୀ ବାଗ୍‌। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍‌। ଅନ୍ୟପକ୍ଷରେ ପରିବର୍ତ୍ତିତ ଜଳବାୟୁ ଉପରେ ପର୍ଯ୍ୟବସିତ ‘କାଲିର ଅତୀତ’ରେ ସମୁଦ୍ରର ଜଳସ୍ତର ବୃଦ୍ଧି କାରଣରୁ ମନୁଷ୍ୟ ଓ ସମୁଦ୍ର ମଧ୍ୟରେ ଉପୁଜିଥିବା ସ୍ଥିତିକୁ ନିଚ୍ଛକ ଭାବେ ପ୍ରଦର୍ଶିତ କରିଛନ୍ତି ପଦ୍ମଶ୍ରୀ ପଣ୍ଡା। ୮୩ ମିନିଟ୍‌ ଅବଧିର ଏହି ଚଳଚ୍ଚିତ୍ରରେ ପୀତବାସ ତ୍ରିପାଠୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି। ଏତଦ୍‌ବ୍ୟତୀତ ଆଶୁତୋଷଙ୍କ ପ୍ରାମାଣିକ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’ରେ ପୁରୀର ପ୍ରାଚୀନ କଳା, ସଂସ୍କୃତି ଓ ପରମ୍ପରାକୁ ଖୁବ୍‌ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ସବୁକିଛି ଏହି ସାହିଯାତରେ ରହିଛି, ଯାହା ଏହି ଚଳଚ୍ଚିତ୍ର ମନୋନୟନବେଳେ ଜୁରିମାନଙ୍କୁ ବେଶ୍‌ ଆକୃଷ୍ଟ କରିଛି। ତେବେ ଜାତୀୟ ସ୍ତରରେ ୩ଟି ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହେବା ଓଡ଼ିଆ ଚଳଚ୍ଚିତ୍ର ଜଗତ ତଥା ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି।

ସବ୍ୟସାଚୀ ମହାପାତ୍ର ଓ ନୀଳମାଧବ ପଣ୍ଡା ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ସୁନ୍ଦର ଭେଟି ଦେଇଛନ୍ତି କହିଲେ ଅତ୍ୟୁକ୍ତିି ହେବ ନାହିଁ। ‘ଶଲାବୁଢାର ବଦ୍‌ଲା’ ଏକ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିବା ନିଶ୍ଚିତପକ୍ଷେ ପ୍ରଶଂସନୀୟ। ବାସ୍ତବଧର୍ମୀ ମୌଳିକ କଥାକୁ ନେଇ ନିର୍ଦ୍ଦେଶକମାନେ ଭଲ ଚଳଚ୍ଚିତ୍ର ନିର୍ମାଣ କଲେ ତାହା ନିଶ୍ଚିତ ସାମଗ୍ରିକ ଭାବେ ଜାତୀୟ ଓ ଅନ୍ତର୍ଜତୀୟ ସ୍ତରରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ। ୮୩ ବର୍ଷର ଓଡ଼ିଆ ସିନେମା ଜଗତରେ ଏହି ଦୁଇଟି ଚଳଚ୍ଚିତ୍ର ଆଗାମୀ ଦିନରେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଭିନ୍ନ ସିନେମା କରିବାରେ ଉତ୍ସାହିତ କରିବା ସହ ଦିଗ୍‌ଦର୍ଶନ ଦେବ।
-ଦିଲୀପ ହାଲି, ସିନେ ସମୀକ୍ଷକ

‘ଶଲାବୁଢ଼ାର ବଦ୍‌ଲା’ ମୋ ବାପାଙ୍କ ଲିଖିତ କାହାଣୀ
ପୁରସ୍କାର ଖବର ପାଇବା ପରେ ମୋତେ ବହୁତ ଖୁସି ଲାଗୁଛି। ‘ଶଲାବୁଢାର ବଦ୍‌ଲା’ ‘ଶଲାବୁଢା’ର ସିକ୍ୱେଲ। ଏସବୁ ବାପା କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କ ଲିଖିତ କାହାଣୀ ହୋଇଥିବାରୁ ଏହା ମୋ ପାଇଁ ଗୁରୁତ୍ୱ ବହନ କରେ। ବାପା ଜଣେ ଗାନ୍ଧୀବାଦୀ। ସେ ସବୁବେଳେ ମାନବଧର୍ମୀ କାହାଣୀ ଲେଖନ୍ତି, ଯାହାକି ସତ୍ୟ ଘଟଣା ଉପରେ ଆଧାରିତ ଥାଏ। ପୂର୍ବରୁ ନିର୍ମିତ ‘ଶଲାବୁଢା’ ମଧ୍ୟ ଜାତୀୟ ପୁରସ୍କାର ଲାଭ କରିଛି। ଆଗକୁ ବାପାଙ୍କ କାହାଣୀକୁ ନେଇ ଆହୁରି ବହୁତ କିଛି କରିବାକୁ ଯୋଜନା ରହିଛି। ଏହି ଚଳଚ୍ଚିତ୍ରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ମୋ ପୁଅ କ୍ୟାମେରାମ୍ୟାନ୍‌, ପ୍ରଯୋଜକ ଓ ଏଡିଟର। ସେହିଭଳି ମୋ ଦୁଇ ଝିଅ ଏହାର ସହପ୍ରଯୋଜକ ଅଛନ୍ତି। ତେବେ ନିର୍ଦ୍ଦେଶକମାନେ ଚଳଚ୍ଚିତ୍ର ନିର୍ମାଣ କଲାବେଳେ ସେଥିରେ ଓଡ଼ିଆତ୍ୱ ରଖିବାକୁ ଚେଷ୍ଟା କରନ୍ତୁ। ସେଥିରେ ଓଡ଼ିଆ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଗନ୍ଧ ରହିବା ଆବଶ୍ୟକ।
-ସବ୍ୟସାଚୀ ମହାପାତ୍ର, ନିର୍ଦ୍ଦେଶକ, ‘ଶଲା ବୁଢ଼ାର ବଦ୍‌ଲା’
ଏହା ଓଡ଼ିଶାବାସୀଙ୍କ ଭଲପାଇବା ଓ ଶ୍ରୀଜଗନ୍ନାଥଙ୍କ କୃପା
ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଏହା ଓଡ଼ିଶାବାସୀଙ୍କ ଭଲପାଇବା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇପାରିଛି। ପୁରୀର ପୁୁରୁଣା ସଂସ୍କୃତି ହେଉଛି ଏହି ସାହିଯାତ। ଏହି ପରମ୍ପରାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରକୁ ଏତେ ଆଦୃତି ମିଳିଛି ଜାଣିବା ପରେ ବହୁତ ଖୁସି ଲାଗୁଛି। ଚଳଚ୍ଚିତ୍ରରେ ରାମାୟଣର ବିଷୟବସ୍ତୁକୁ ଦର୍ଶାଯାଇଛି। ରାମଙ୍କ ଜନ୍ମଠାରୁ ରାବଣବଧ ଏବଂ ରାମଙ୍କ ରାଜ୍ୟାଭିଷେକ ରହିଛି। ବିଶ୍ୱପ୍ରସିଦ୍ଧ ପୁରୀର ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଏବଂ ସମୁଦ୍ର ସମ୍ପର୍କରେ ସୂଚନା ରହିଛି। ଆଗକୁ ଓଡ଼ିଶାର ଲୋକସଂସ୍କୃତି ଓ ପରମ୍ପରାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା ରହିଛି
-ଆଶୁତୋଷ ପଟ୍ଟନାୟକ, ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ, ‘ଶ୍ରୀକ୍ଷେତ୍ରରୁ ସାହିଯାତ’

ପୁରସ୍କାର ପାଇବା ମୋ ପାଇଁ ଗୌରବର ବିଷୟ
ଓଡ଼ିଆ ସିନେମା ଜାତୀୟ ସ୍ତରରେ ପୁରସ୍କାର ଲାଭ କରିବା ଆମ ସିନେମା ଜଗତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ। ବିଶେଷକରି ମୋର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ମୋ ପାଇଁ ଗୌରବର କଥା। ଏହା ମୋତେ ଆଗକୁ ଯିବା ପାଇଁ ପ୍ରେରଣା ଦେବ। ଚଳଚ୍ଚିତ୍ର ନିର୍ମାଣ ସମୟରେ ପୁରସ୍କାର ପାଇବି ବୋଲି ସେମିତି କିଛି ଚିନ୍ତା କରି ନ ଥିଲି। ତେବେ ଏହାର ବିଷୟବସ୍ତୁ ବିଚାରକମାନଙ୍କୁ ଭଲ ଲାଗିଥିବ, ଯେଉଁଥିପାଇଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ବିନା ସ୍କ୍ରିିପ୍ଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ପ୍ରାୟ ଦେଢବର୍ଷ ସମୟ ଲାଗିଥିଲା ଏଥିପାଇଁ। ଆଗକୁ ଆଉ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ଯୋଜନା ରହିଛି।
-ନୀଳମାଧବ ପଣ୍ଡା, ପ୍ରଯୋଜକ, ‘ଶଲା ବୁଡ଼ାର ବଦ୍‌ଲା’


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri