Posted inଖେଳ

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ସାଇ ଏକାଡେମୀ ଚାମ୍ପିୟନ ହୋଇଛି। ଗୁରୁବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସାଇ ସଡନ୍‌ ଡେଥ୍‌ ୫-୪ (ଶୁଟ୍‌ ଆଉଟ) ଗୋଲରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଏନଟିଏଚ୍‌)କୁ ପରାସ୍ତ କରିଛି। ଫାଇନାଲ ବେଶ୍‌ ରୋମାଞ୍ଚକ ହୋଇଥିଲା। ଏନ୍‌ଟିଏଚ୍‌ର ଅମନ ପ୍ରୀତ କୌର ୮ତମ ମିନିଟରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିବାବେଳେ ୩୮ତମ ମିନିଟରେ ସାଇ ଅଧିନାୟିକା ସୋନମ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ୪୨ତମ ମିନିଟରେ ପ୍ରିୟା ଟପ୍ପୋ ଗୋଲ ଦେଇ ପୁଣି ଏନଟିଏଚ୍‌କୁ ଅଗ୍ରଣୀ ଦେଇଥିଲେ। ମାତ୍ର ସାଇର କୀର୍ତ୍ତି ୫୫ତମ ମିନିଟରେ ଗୋଲଟିକୁ ପରିଶୋଧ କରିଦେବାରୁ ମ୍ୟାଚ ୨-୨ ସ୍ଥିତିରେ ଶେଷ ହୋଇଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ମାତ୍ର ଏହି ପର୍ଯ୍ୟାୟ ମଧ୍ୟ ୫-୫ ଗୋଲରେ ବରାବର ରହିଥିଲା। ଫଳରେ ସଡନ୍‌ ଡେଥ୍‌ ପଦ୍ଧତି ଅବଲମ୍ବନ କରାଯାଇଥିଲା। ପ୍ରଥମ ୩ ସୁଯୋଗରୁ ସାଇ ୨ଟି ଗୋଲ ଦେଇଥିବାବେଳେ ଏନଟିଏଚ୍‌ ମାତ୍ର ଗୋଟିଏ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଫଳରେ ସାଇ ଚାମ୍ପିୟନ ହୋଇଥିଲା। ସାଇ ପକ୍ଷରୁ ପ୍ରିୟା ଓ ପୂଜା ସାହୁ ଗୋଲ ଦେଇଥିବାବେଳେ ସୋନମ ମିସ୍‌ କରିଥିଲେ। ଅନ୍ୟପକ୍ଷରେ ଏନ୍‌ଟିଏଚ୍‌ର ସୁମି ମୁଣ୍ଡାରୀ ଗୋଲ ଦେବାରେ ସକ୍ଷମ ହୋଇଥିବାବେଳେ ଟୁଟି ଇଲାନି ଓ ଅସିମା ରାଉଦ ମିସ୍‌ କରିଥିଲେ। ଫଳରେ ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିବା ଏନଟିଏଚ୍‌ ଦୁର୍ଭାଗ୍ୟଜନକ ଭାବେ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। ପ୍ଲେ-ଅଫ୍‌ ମ୍ୟାଚରେ ମଧ୍ୟପ୍ରଦେଶ ଏକାଡେମୀ ୮-୦ ଗୋଲରେ ରାଉଣ୍ଡ ଗ୍ଲାସ ପଞ୍ଜାବ ହକି କ୍ଲବ ଏକାଡେମୀକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି।
ଜୁନିୟର ସେମିରେ ଏନଟିଏଚ୍‌ ପରାସ୍ତ
ପ୍ରତିଯୋଗିତାର ଜୁନିୟର ବିଭାଗରେ ସେମିଫାଇନାଲରୁ ଏନଟିଏଚ୍‌ର ଅଭିଯାନ ଶେଷ ହୋଇଛି। ଗୁରୁବାର ସେମିଫାଇନାଲରେ ଏନଟିଏଚ୍‌ ୦-୬ ଗୋଲରେ ସାଇ ଏକାଡେମୀଠାରୁ ହାରି ଯାଇଛି। ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଏନ୍‌ଟିଏଚ୍‌ ସେମିଫାଇନାଲରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଅନ୍ୟ ଏକ ସେମିଫାଇନାଲରେ ମଧ୍ୟପ୍ରଦେଶ ହକି ଏକାଡେମୀ ୨-୧ ଗୋଲରେ ଅମୃତସରର ଖାଲସା ହକି ଏକାଡେମୀକୁ ହରାଇ ଦେଇଛି। ଫାଇନାଲ ଶୁକ୍ରବାର ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri