Posted inଜାତୀୟ

ବୀର ଯବାନଙ୍କ ପଛରେ ରହିଛି ଦେଶ: ମୋଦି

ନୂଆଦିଲ୍ଲୀ, ୧୪।୯: ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ସୀମାରେ ଶତ୍ରୁ ସହିତ ଲଢୁଥିବା ଯବାନଙ୍କ ମନୋବଳ ବଢ଼ାଇଛନ୍ତି। ମୋଦି କହିଛନ୍ତି ଯେ, ଯବାନଙ୍କ ପଛରେ ଦେଶ ଛିଡ଼ା ହୋଇଛି। ଚାଇନା ସହିତ ଜାରି ରହିଥିବା ସୀମା ବିବାଦ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଉଚ୍ଚ ପାହାଡ଼ରେ ବିଭିନ୍ନ ପ୍ରାକୃତିକ ସମସ୍ୟା ମଧ୍ୟରେ ଦେଶର ବୀର ଯବାନ ଦେଶର ସୀମାରେ ମୁତୟନ ରହିଛନ୍ତି। ଯେଭଳି ଆତ୍ମବିଶ୍ୱାସ ସହିତ ଯବାନମାନେ ସୀମାରେ ଦେଶର ରକ୍ଷା କରୁଛନ୍ତି, ସେମାନଙ୍କ ପାଇଁ ସଂସଦର ସମସ୍ତ ସଦସ୍ୟ ନିଶ୍ଚିତ ଏକଜୁଟ ହେବେ ବୋଲି ମୋଦି କହିଛନ୍ତି। ଏହା ସହିତ କରୋନା ମହାମାରୀ ସଙ୍କଟରେ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଶୀଘ୍ର କରୋନା ପ୍ରତିଷେଧକ ଟିକା ଆସିଲେ ଏହି ସମସ୍ୟାର ସମାଧାନ ହେବ। ଯେପର୍ଯ୍ୟନ୍ତ ଟିକା ନ ଆସିଛି ସେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ପର୍ଯ୍ୟାୟରେ ୫୩.୯୩% ମତଦାନ

ଲକ୍ଷ୍ନୌ,୨୭।୨ ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭାର ୬୧ ଆସନ ଲାଗି ରବିବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା ସୁଦ୍ଧା ୫୩.୯୩ ପ୍ରତିଶତ ମତଦାନ ହୋଇଥିବା...

ଆରମ୍ଭ ହୋଇଗଲାଣି ତୃତୀୟ ଲହର

ମୁମ୍ବାଇ, ୩୦।୧୨: କୋଭିଡ୍‌-୧୯ ମହାମାରୀର ତୃତୀୟ ଲହର ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର କୋଭିଡ୍‌ ଟାସ୍କଫୋର୍ସର ଜଣେ ସଦସ୍ୟ କହିଛନ୍ତି। ଦିଲ୍ଲୀ, ମୁମ୍ବାଇର...

ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବିଭାଗୀୟ ହାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ବାଇ,୨୨।୮: ପାତ୍ରା ଚୌଲ ସହ ଜଡ଼ିତ ‘ମନି ଲଣ୍ଡରିଙ୍ଗ’ ମାମଲାର ବିଚାର କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଏମ୍‌. ଜି. ଦେଶପାଣ୍ଡେ ସୋମବାର ସଞ୍ଜୟ ରାଉତଙ୍କ...

ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ: ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ

ପଣଜୀ,୨୯।୯: ଦେଶରେ  ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ। ଏନେଇ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆରେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ସୁରକ୍ଷାକର୍ମୀଙ୍କ ସହିତ...

୧୧୦.୮୩ କୋଟିର ଦୁର୍ନୀତି ଧରିଲେ ଏଜି

ଭୋପାଳ,୫।୯: ମଧ୍ୟପ୍ରଦେଶରେ ମହିଳା ଓ ଶିଶୁଙ୍କ ପୋଷଣ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ୧୧୦.୮୩ କୋଟି ଟଙ୍କାର ଖାଦ୍ୟଶସ୍ୟ ବଣ୍ଟନ ସମ୍ପର୍କରେ ଭୁଲ୍‌ ତଥ୍ୟ...

ଅଲୋଡ଼ା ପାଇଲଟ୍‌: ଅପରେଶନ୍‌ ଲୋଟସ୍‌-୨ରୁ ଦୂରରେ !

ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା...

ମୃତ୍ୟୁ ସଂଖ୍ୟା ଉପରେ ଆଲୋଚନା କରି କିଛି ଲାଭ ନାହିଁ : ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୪ : ବର୍ତ୍ତମାନ ସଙ୍କଟ ସ୍ଥିତିରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଅଧିକ ସଂଖ୍ୟାରେ ଆକ୍ରାନ୍ତମାନେ କେଉଁ ଭଳି...

ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ...

Advertisement
Archives

Model This Week