Posted inଖେଳ

ବରୁଣ ଅନ୍‌ଫିଟ୍‌, ଏନ୍‌ସିଏରେ ନଟରାଜନ

ଅହମଦାବାଦ,୧୧।୩(ପି.ଟି.): ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବାକୁ ଯାଉଥିବାବେଳେ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୁଣି ଥରେ ଫିଟ୍‌ନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଅନ୍ୟପଟେ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ସୋଲ୍ଡର ନିଗଲ ଅର୍ଥାତ୍‌ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି। ଫଳରେ ଏହି ଦୁଇ ଖେଳାଳି ସିରିଜର ପ୍ରଥମ କେତୋଟି ମ୍ୟାଚ୍‌ରୁ ବାଦ୍‌ ପଡିବା ନିଶ୍ଚିତ ହୋଇଛି।
ଏନ୍‌ସିଏରେ ଚକ୍ରବର୍ତ୍ତୀ ବାରମ୍ବାର ଫିଟ୍‌ନେସ ଟେଷ୍ଟରେ ବିଫଳ ହୋଇଆସୁଛନ୍ତି। ସେହିପରି ନଟରାଜନ ମଧ୍ୟ ଦଳରେ ଯୋଗଦେଇପାରି ନାହାନ୍ତି। ସୋଲ୍ଡର ଇଞ୍ଜୁରି କାରଣରୁ ବରୁଣ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ୍‌ ପଡିଥିଲେ। ତେବେ ଇଞ୍ଜୁରିରୁ ମୁକୁଳିବା ପରେ ସେ ଦଳରେ ସାମିଲ ହୋଇଥିଲେ। ଏନ୍‌ସିଏରେ ସେ ତାଙ୍କର ରିହାବ ପ୍ରକ୍ରିୟା ଚାଲୁ ରଖିଥିଲେ ଓ ଥ୍ରୋ କରୁଥିଲେ। ତେବେ ସେ ୟୋ ୟୋ ଟେଷ୍ଟରେ ବିଫଳ ହୋଇଥିଲେ। ଅତିକମ୍‌ରେ ସେ ଦୁଇଥର ୨ କି.ମି. ଦୌଡ଼ିବାରେ ବିଫଳ ହୋଇଥିଲେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ।
ଏପରିସ୍ଥଳେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି କିପରି ବରୁଣଙ୍କୁ ଦଳରେ ଚୟନ କଲେ ସେ ନେଇ ପ୍ରଶ୍ନ ଉଠିଛି। ଅକ୍ଟୋବର ପରେ ସେ ନିଜ ରାଜ୍ୟ ତାମିଲନାଡୁ ପାଇଁ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିନାହାନ୍ତି। ସେ ମଧ୍ୟ ଗୋଟିଏ ହେଲେ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ ଖେଳିନାହାନ୍ତି। ତେଣୁ ୫ ମାସ ପୂର୍ବରୁ ଖେଳିଥିବା ଏକ ମ୍ୟାଚ୍‌କୁ ଆଧାର କରି ତାଙ୍କ ଫିଟ୍‌ନେସ୍‌ କିପର ଆକଳନ କରାଯାଇପାରିବ ବୋଲି ପ୍ରଶ୍ନ ଉଠୁଛି। ତେଣୁ ବରୁଣଙ୍କର ଏହି ଘଟଣାରୁ ଚୟନକର୍ତ୍ତାମାନେ ନିଶ୍ଚିତ ଭାବେ ଶିକ୍ଷା ପାଇଥିବେ ବୋଲି କୁହାଯାଇଛି। ଭାରତୀୟ ଦଳ ପାଇଁ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡକୁ ଜଣେ ଖେଳାଳି ପୂରା କରିପାରୁ ନାହିଁ। କେବଳ ବୋଲିଂକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ସାମିଲ କିପରି କରାଯାଇପାରିବ ବୋଲି ପ୍ରଶ୍ନ ଉଠିଛି।
ରାହୁଲ ଚହରଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ଜଣାଯାଇଛି। ଗତ ଟେଷ୍ଟ ସିରିଜ ଆରମ୍ଭରୁ ସେ ବାୟୋ-ବବଲରେ ରହିଛନ୍ତି। ଅନ୍ୟପଟେ ନଟରାଜନଙ୍କୁ ଫିଟ୍‌ କରିବା ପାଇଁ ଏନସିଏରେ ମେଡିକାଲ ଷ୍ଟାଫ୍‌ ପ୍ରୟାସ ଜାରି ରଖିଛନ୍ତି। ଅତିକମ୍‌ରେ ସେ ସିରିଜରେ ଅନ୍ତିମ ଭାଗରେ ସାମିଲ ହେବାର ସମ୍ଭାବନା ରହିଛି। ସେହିପରି ରାହୁଲ ଟଓ୍ବୋଟିଆ ଅହମଦାବାଦରେ ଭାରତୀୟ ଦଳ ସହ ଟ୍ରେନିଂ ନେଉଛନ୍ତି। ସେ ତାଙ୍କ ଦ୍ୱିତୀୟ ଫିଟ୍‌ନେସ ଟେଷ୍ଟ ଦେବାକୁ ଅପେକ୍ଷା କରିଛନ୍ତି। ଟି୨୦ ସିରିଜ ପରେ ଭାରତ ଓ ଇଂଲଣ୍ଡ ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ। ୧୨ ତାରିଖ ଶୁକ୍ରବାର ଅହମଦାବାଦରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ଦିନ ପାଇଁ ସୋଏବ ଘରକୁ ଫେରିଲେ

ଲାହୋର,୩୦।୪(ପି.ଟି.)- ପାକିସ୍ତାନ ଅଭିଜ୍ଞ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ସୋଏବ ମଲିକ ୧୦ ଦିନ ପାଇଁ ଇଂଲଣ୍ଡ ଗସ୍ତରୁ ସ୍ବଦେଶ ଫେରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ...

ଇତିହାସ ରଚିପାରନ୍ତି ବୁମ୍‌ରା

ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ...

ବୋଲିଂ କୋଚ୍‌ଙ୍କୁ ଗାଳି କରି ରଣ୍‌ଜୀ ଦଳରୁ ବିଦା ହେଲେ ଦିଣ୍ଡା

କୋଲକାତା,୨୫।୧୨- ଆନ୍ଧ୍ରପ୍ରଦେଶ ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ ପୂର୍ବରୁ ପଶ୍ଚିମବଙ୍ଗ ଦଳରୁ ବାଦ୍‌ ପଡ଼ିଛନ୍ତି ସିନିୟର ପେସର ଅଶୋକ ଦିଣ୍ଡା। ଦଳର ବୋଲିଂ କୋଚ୍‌ଙ୍କୁ ଗାଳି କରିବାରୁ...

କୋହଲିଙ୍କ କ୍ଲାସ୍‌ ନେଲେ ଦ୍ରାଭିଡ

ସେଞ୍ଚୁରିଅନ,୧୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୨୬ରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ। ଆଜି ପର୍ଯ୍ୟନ୍ତ...

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

ମୁମ୍ବାଇକୁ ୧୭୭ରେ ପହଞ୍ଚାଇଲା ଇଶାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ମୁମ୍ବାଇ,୨୭।୩: ଚଳିତ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚାଲିଥିବା ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଏବଂ ଇଶାନ କିଷନ।...

ଆନ୍ଦୋଳନ ବିଶ୍ୱବ୍ୟାପୀ କରିବାକୁ ରେସ୍‌ଲରଙ୍କ ଧମକ

ନୂଆଦିଲ୍ଲୀ,୧୫ା୫: ଭାରତୀୟ ରେସ୍‌ଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ ପହଞ୍ଚିଛି।...

ହବିବୁଲ ବସାରଙ୍କୁ କରୋନା

ଢାକା:ବାଂଲାଦେଶର ପୂର୍ବତନ ଅଧିନାୟକ ହବିବୁଲ୍‌ ବସାର କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ ଟେଷ୍ଟରେ ତାଭ୍କର ପଜିଟିଭ ଆସିଛି। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ବସାର ବର୍ତ୍ତମାନ...

Advertisement
Archives

Model This Week