Posted inଖେଳ

ବରୁଣ ଅନ୍‌ଫିଟ୍‌, ଏନ୍‌ସିଏରେ ନଟରାଜନ

ଅହମଦାବାଦ,୧୧।୩(ପି.ଟି.): ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବାକୁ ଯାଉଥିବାବେଳେ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୁଣି ଥରେ ଫିଟ୍‌ନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଅନ୍ୟପଟେ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ସୋଲ୍ଡର ନିଗଲ ଅର୍ଥାତ୍‌ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି। ଫଳରେ ଏହି ଦୁଇ ଖେଳାଳି ସିରିଜର ପ୍ରଥମ କେତୋଟି ମ୍ୟାଚ୍‌ରୁ ବାଦ୍‌ ପଡିବା ନିଶ୍ଚିତ ହୋଇଛି।
ଏନ୍‌ସିଏରେ ଚକ୍ରବର୍ତ୍ତୀ ବାରମ୍ବାର ଫିଟ୍‌ନେସ ଟେଷ୍ଟରେ ବିଫଳ ହୋଇଆସୁଛନ୍ତି। ସେହିପରି ନଟରାଜନ ମଧ୍ୟ ଦଳରେ ଯୋଗଦେଇପାରି ନାହାନ୍ତି। ସୋଲ୍ଡର ଇଞ୍ଜୁରି କାରଣରୁ ବରୁଣ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ୍‌ ପଡିଥିଲେ। ତେବେ ଇଞ୍ଜୁରିରୁ ମୁକୁଳିବା ପରେ ସେ ଦଳରେ ସାମିଲ ହୋଇଥିଲେ। ଏନ୍‌ସିଏରେ ସେ ତାଙ୍କର ରିହାବ ପ୍ରକ୍ରିୟା ଚାଲୁ ରଖିଥିଲେ ଓ ଥ୍ରୋ କରୁଥିଲେ। ତେବେ ସେ ୟୋ ୟୋ ଟେଷ୍ଟରେ ବିଫଳ ହୋଇଥିଲେ। ଅତିକମ୍‌ରେ ସେ ଦୁଇଥର ୨ କି.ମି. ଦୌଡ଼ିବାରେ ବିଫଳ ହୋଇଥିଲେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ।
ଏପରିସ୍ଥଳେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି କିପରି ବରୁଣଙ୍କୁ ଦଳରେ ଚୟନ କଲେ ସେ ନେଇ ପ୍ରଶ୍ନ ଉଠିଛି। ଅକ୍ଟୋବର ପରେ ସେ ନିଜ ରାଜ୍ୟ ତାମିଲନାଡୁ ପାଇଁ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିନାହାନ୍ତି। ସେ ମଧ୍ୟ ଗୋଟିଏ ହେଲେ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ ଖେଳିନାହାନ୍ତି। ତେଣୁ ୫ ମାସ ପୂର୍ବରୁ ଖେଳିଥିବା ଏକ ମ୍ୟାଚ୍‌କୁ ଆଧାର କରି ତାଙ୍କ ଫିଟ୍‌ନେସ୍‌ କିପର ଆକଳନ କରାଯାଇପାରିବ ବୋଲି ପ୍ରଶ୍ନ ଉଠୁଛି। ତେଣୁ ବରୁଣଙ୍କର ଏହି ଘଟଣାରୁ ଚୟନକର୍ତ୍ତାମାନେ ନିଶ୍ଚିତ ଭାବେ ଶିକ୍ଷା ପାଇଥିବେ ବୋଲି କୁହାଯାଇଛି। ଭାରତୀୟ ଦଳ ପାଇଁ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡକୁ ଜଣେ ଖେଳାଳି ପୂରା କରିପାରୁ ନାହିଁ। କେବଳ ବୋଲିଂକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ସାମିଲ କିପରି କରାଯାଇପାରିବ ବୋଲି ପ୍ରଶ୍ନ ଉଠିଛି।
ରାହୁଲ ଚହରଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ଜଣାଯାଇଛି। ଗତ ଟେଷ୍ଟ ସିରିଜ ଆରମ୍ଭରୁ ସେ ବାୟୋ-ବବଲରେ ରହିଛନ୍ତି। ଅନ୍ୟପଟେ ନଟରାଜନଙ୍କୁ ଫିଟ୍‌ କରିବା ପାଇଁ ଏନସିଏରେ ମେଡିକାଲ ଷ୍ଟାଫ୍‌ ପ୍ରୟାସ ଜାରି ରଖିଛନ୍ତି। ଅତିକମ୍‌ରେ ସେ ସିରିଜରେ ଅନ୍ତିମ ଭାଗରେ ସାମିଲ ହେବାର ସମ୍ଭାବନା ରହିଛି। ସେହିପରି ରାହୁଲ ଟଓ୍ବୋଟିଆ ଅହମଦାବାଦରେ ଭାରତୀୟ ଦଳ ସହ ଟ୍ରେନିଂ ନେଉଛନ୍ତି। ସେ ତାଙ୍କ ଦ୍ୱିତୀୟ ଫିଟ୍‌ନେସ ଟେଷ୍ଟ ଦେବାକୁ ଅପେକ୍ଷା କରିଛନ୍ତି। ଟି୨୦ ସିରିଜ ପରେ ଭାରତ ଓ ଇଂଲଣ୍ଡ ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ। ୧୨ ତାରିଖ ଶୁକ୍ରବାର ଅହମଦାବାଦରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri