ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ଫଟୋ ଶେୟାର କଲା ନାସା

ଆମେ ସମସ୍ତେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ପୃଥିବୀ ଗ୍ରହରେ ଦେଖିଛେ। ଏହି ସମୟରେ ଆକାଶର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। କେବେ ଅନ୍ୟ ଗ୍ରହରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ଫଟୋ ଦେଖିଛନ୍ତି କି? ଯଦି ନା ତେବେ ନାସା ଏବେ ମଙ୍ଗଳ ଗ୍ରହରେ କିପରି ସୂର୍ଯ୍ୟୋଦୟ ହୁଏ ତା’ର ଏକ ଫଟୋ ଶେୟାର କରିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ନାସା ଦୀର୍ଘଦିନ ଧରି ମଙ୍ଗଳ ଗ୍ରହରେ କେମିତି ଜୀବନ ଜିଇଁବା ସମ୍ଭବ ତା’ର ସନ୍ଧାନରେ ଥିଲା। ଏବେ ନାସା ଦ୍ୱାରା ଶେୟାର କରାଯାଇଥିବା ମଙ୍ଗଳଗ୍ରହରେ ସୂର୍ଯ୍ୟୋଦୟ ଦେଖିଲେ ଜାଣିପାରିବେନି ଏହା ପୃଥିବୀରେ ନା ମଙ୍ଗଳ ଗ୍ରହରେ ବୋଲି। ମଙ୍ଗଳ ଗ୍ରହରେ ପର୍ବତ ପରି ଦେଖାଯାଉଥିବା ପଥର ମଧ୍ୟରେ ସୂର୍ଯ୍ୟୋଦୟ ଅତ୍ୟନ୍ତ ମନୋରମ। ସେହିପରି ଅସ୍ତ ହେବାର ଚିତ୍ର ମଧ୍ୟ ବେଶ୍‌ ମନଛୁଆଁ।

ଆମେରିକାର ସ୍ପେସ ଏଜେନ୍ସି ନାସା ଏହାର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛି। ଫଟୋ ଶେୟାର କରି ନାସା କ୍ୟାପଶନ ଲେଖିଛି, ‘ରେଡ୍‌ ପ୍ଲାନେଟରେ ଏକ ନୀଳ ସୂର୍ଯ୍ୟୋଦୟ’। ଏହା ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ପ୍ରଥମ ଫଟୋ।

ନାସା ଆହୁରି ମଧ୍ୟ ରିପୋର୍ଟ କରିଛି, ମଙ୍ଗଳ ଗ୍ରହରେ ଆମର ଏକ୍ସପ୍ଲୋରର ରୋବଟଗୁଡିକ ୧୯୭୦ ଦଶକରୁ ସୂର୍ଯ୍ୟୋଦୟକୁ ଦେଖୁଛନ୍ତି। ନାସା ଅନୁଯାୟୀ, ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ ନୀଳ ଦେଖାଯାଏ ଏବଂ ଏହା ବାୟୁମଣ୍ଡଳର ଧୂଳିକଣା ଯୋଗୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?