ସୂର୍ଯ୍ୟ ବାହ୍ୟଭାଗକୁ ଛୁଇଁଲା ନାସା ସ୍ପେସ୍‌କ୍ରାଫ୍ଟ

ଓ୍ବାଶିଂଟନ୍‌, ୧୫ା୧୨: ଏ ପର୍ଯ୍ୟନ୍ତ ଅସମ୍ଭବ ବୋଲି ମନେ ହେଉଥିବା କାମକୁ ସମ୍ଭବ କରି ଦେଖାଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ପାର୍କର ସୋଲାର ପ୍ରୋବ୍‌ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟର କୋରୋନା (ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟଭାଗ)କୁ ଛୁଇଁଥିବା ମଙ୍ଗଳବାର ନାସା ପକ୍ଷରୁ ଘୋଷଣା କରାଯାଇଛି। ସୂର୍ଯ୍ୟ ଚାରିପାଖ ତଥା ବାୟୁମଣ୍ଡଳର ତାପମାତ୍ରା ପ୍ରାୟ ୨୦ ଲକ୍ଷ ଡିଗ୍ରୀ ଫାରେନ୍‌ହାଇଟ ହେବ।

ଅନୁସନ୍ଧାନର ତଥ୍ୟ ପାଇବାକୁ ଦୀର୍ଘ ସମୟ ଲାଗିଥିଲା। ବାସ୍ତବରେ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ବାୟୁମଣ୍ଡଳରେ ପ୍ରବେଶ କରିଥିବା ସ୍ପଷ୍ଟ କରିବାକୁ ଆହୁରି କିଛି ଦିନ ଲାଗିଥିଲା। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଏବଂ ଉତ୍ସାହଜନକ ବୋଲି ଜନ୍‌ ହପକିନ୍ସ ୟୁନିଭର୍ସିଟିର ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ନୂର ରାଉଫି କହିଛନ୍ତି। ୨୦୧୮ରେ ପାର୍କରକୁ ପଠାଯାଇଥିଲା। ଏହି ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ବାତାବରଣ ଏବଂ ସୌର ପବନ ଅତିକ୍ରମ କଲାବେଳେ ସୂର୍ଯ୍ୟ ମଧ୍ୟଭାଗରୁ ପ୍ରାୟ ୧୩ ନିୟୁତ କିଲୋମିଟର ଦୂରରେ ଥିଲା। କୋରୋନା ମଧ୍ୟକୁ ପାର୍କର ଅନୂ୍ୟନ ୩ ଥର ଯାଇ ଫେରିଛି। ପ୍ରାଥମିକ ତଥ୍ୟରୁ ଜଣାପଡିଛି, ପାର୍କର ଅଗଷ୍ଟରେ ନବମ ଥର କୋରୋନା ମଧ୍ୟକୁ ଯାଇଥିଲା। ଗତ ମାସରେ ମଧ୍ୟ ଏହି ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ନିକଟରୁ ଫେରିଛି। ଆଗକୁ ପାର୍କର ସୂର୍ଯ୍ୟର ଆହୁରି ନିକଟତର ହେବା ଉଦ୍ୟମ ଜାରି ରଖି। ୨୦୨୫ରେ ଏହା କକ୍ଷପଥରେ ପ୍ରବେଶ କରିବ ବୋଲି ଯୋଜନା ରହିଛି। ପାର୍କର ସେକେଣ୍ଡ ପ୍ରତି ୧୦୦ କିଲୋମିଟର ବେଗରେ ଗତି କରି ବହୁତ ଦୂରତା ଅତିକ୍ରମ କରିଥିବା ମିଶିଗାନ୍‌ ୟୁନିଭର୍ସିଟିର ଜଷ୍ଟିନ କାସ୍‌ପର କହିଛନ୍ତି। କୋରୋନା ଆକଳନଠାରୁ ଅଧିକ ଧୂଳିମୟ ବୋଲି ଜଣାପଡ଼ିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri