ନାସା କାର୍ଯ୍ୟକାରୀ ମୁଖ୍ୟ

ସ୍ପେଶ୍‌ ଟୁରିଜମ୍‌ ବା ମହାକାଶ ପର୍ଯ୍ୟଟନକୁ ଏକବିଂଶ ଶତାବ୍ଦୀର ଏକ ସୁନ୍ଦର ଆକର୍ଷଣ ବୋଲି ଧରାଗଲାଣି। ମହାକାଶ ବିଜ୍ଞାନୀ ବା ମହାକାଶଚାରୀଙ୍କ ଭଳି ସାଧାରଣ ମଣିଷ ଅର୍ଥ ଖର୍ଚ୍ଚ କଲେ ମହାକାଶକୁ ଯାତ୍ରା କରିପାରିବେ। ସେଠାକୁ ଯିବା ଲାଗି ଯାନ ନିର୍ମାଣରେ ଲାଗିଛନ୍ତି କମ୍ପାନୀ। ସ୍ପେସେକ୍ସ, ଭର୍ଜିନ୍‌ ଗାଲକ୍‌ଟିକ୍‌ ଏବଂ ବ୍ଲ୍ୟୁ ଅରିଜିନ୍‌ ଭଳି ସଂସ୍ଥା ମହାକାଶ ପର୍ଯ୍ୟଟନକୁ ବାସ୍ତବତାରେ ପରିଣତ କରିବା ଲାଗି ଯେଭଳି ଅହରହ ଉଦ୍ୟମ କରୁଛନ୍ତି, ‘ସ୍ବର୍ଗକୁ ନିଶୁଣି ନାହିଁ’ ବୋଲି ରହିଥିବା ଆପ୍ତବାକ୍ୟ ଅପ୍ରାସଙ୍ଗିକ ହୋଇଗଲାଣି। ଅର୍ଥାତ୍‌ ମଣିଷ ତା’ର ବୁଦ୍ଧି ଓ ପ୍ରଯୁକ୍ତିକୁ ଉପଯୋଗ କରି ଦିନେ ଯାହା ସରଗପୁରୀ ବୋଲି ଏକ ଅଦୃଶ୍ୟ ଅଞ୍ଚଳ ଭାବେ ବର୍ଣ୍ଣନା କରାଯାଉଥିଲା, ସେଠାରେ ବୁଲିବାର ପର୍ଯ୍ୟାପ୍ତ ସୁଯୋଗ ମିଳିଯିବ। ମହାକାଶ ଯାନ ନିର୍ମାଣ ଲାଗି ଘରୋଇ କମ୍ପାନୀଗୁଡ଼ିକ ସକାଶେ ଯୋଜନା ପ୍ରସ୍ତୁତ କରିବା ସହ ସ୍ପେଶ୍‌ ଟୁରିଜମ୍‌କୁ ବାସ୍ତବ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ-ଆମେରିକୀୟ ହେଉଛନ୍ତି ଭବ୍ୟା ଲାଲ୍‌। ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବା ପରେ ନିଜସ୍ବ ଗୁଣରେ ଗରୀୟାନ୍‌ ହୋଇଥିବା ବ୍ୟକ୍ତିଙ୍କୁ ଖୋଜି ତାଙ୍କ ପ୍ରଶାସନରେ ସ୍ଥାନ ଦେଉଛନ୍ତି। ନିକଟରେ ଆମେରିକାର ସ୍ବାଧୀନ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭବ୍ୟା ନିଯୁକ୍ତ ହେବା ପରେ ତାଙ୍କ ଅଭିଜ୍ଞତା ଓ ଦୂରଦୃଷ୍ଟି ବିଷୟରେ ଅନେକ ବିଷୟ ଜାଣିବାକୁ ମିଳିଛି। ନାସା ପକ୍ଷରୁ କୁହାଯାଇଛି ଯେ, ତାଙ୍କର ଇଞ୍ଜିନିୟରିଂ ଓ ମହାକାଶ ପ୍ରଯୁକ୍ତି ବିଷୟରେ ଯଥେଷ୍ଟ ଜ୍ଞାନ ରହିଛି।
ଭବ୍ୟା ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲଜିରୁ ନ୍ୟୁକ୍ଲିୟର ସାଇନ୍ସରେ ସ୍ନାତକ ଓ ସ୍ନାତକୋତ୍ତର ଏବଂ ଟେକ୍ନୋଲଜି ଆଣ୍ଡ୍‌ ପଲିସିରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଛନ୍ତି। ସେ ଜର୍ଜ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍‌ ପଲିସି ଆଣ୍ଡ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନରେ ଡକ୍ଟରେଟ୍‌ କରିଛନ୍ତି। ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ସେ କରିଥିବା ପରୀକ୍ଷଣ ତାଙ୍କୁ ସ୍ପେସ୍‌ ଟେକ୍ନୋଲଜି ଆଣ୍ଡ୍‌ ପଲିସି କମ୍ୟୁନିଟିର ସକ୍ରିୟ ସଦସ୍ୟ କରାଇପାରିଛି। ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସ କମିଟିର ୫ଟି ଉଚ୍ଚତର କମିଟିରେ ଭବ୍ୟା ଅଧ୍ୟକ୍ଷତା ଓ ସହ-ଅଧ୍ୟକ୍ଷତା କରି ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟମୋସ୍‌ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେଶନ ଫେଡେରାଲ ଆଡ୍‌ଭାଇଜରି କମିଟି ଅନ୍‌ କମର୍ସିଆଲ୍‌ ରିମୋଟ୍‌ ସେନ୍ସିଂରେ ସେ କ୍ରମାଗତ ଦୁଇ ଥର କାର୍ଯ୍ୟ କରିଛନ୍ତି। ନାସାର ଇନୋଭେଟିଭ୍‌ ଆଡ୍‌ଭାନ୍ସଡ୍‌ କନ୍‌ସେପ୍ଟସ ପ୍ରୋଗ୍ରାମ୍‌ର ଏକ୍ସଟର୍ନାଲ କାଉନ୍‌ସିଲ୍‌ ସଦସ୍ୟ ହେବାରେ ଭବ୍ୟା ଗୌରବ ଅର୍ଜନ କରିଛନ୍ତି। ସ୍ପେସ୍‌ ଇକୋନମି ବା ମହାକାଶ ଅର୍ଥନୀତି ସଂକ୍ରାନ୍ତ ଏକ ଲେଖାରେ ସେ ପ୍ରକାଶ କରିଛନ୍ତି ଯେ, ଏହି କ୍ଷେତ୍ରରେ ପ୍ରାୟ ୧୭୦ ବିଲିୟନ ଆମେରିକୀୟ ଡଲାର କାରବାର ହେବାର ଆକଳନ କରାଗଲାଣି।
ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭବ୍ୟା ନାସା ମୁଖ୍ୟାଳୟର ଦୈନନ୍ଦିନ ବ୍ୟାପାର ବୁଝିବା ସହ ସ୍ପେସ୍‌ ଏଜେନ୍ସିଗୁଡ଼ିକୁ କୌଶଳାତ୍ମକ ନିର୍ଦ୍ଦେଶ ଦେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସେ କହନ୍ତି, ୨୦୦୫ରୁ ୨୦୨୦ ଯାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଫେନ୍ସ ଆନାଲିସିସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ରେ ରିସର୍ଚ୍ଚ ଷ୍ଟାଫ୍‌ ଭାବେ କାର୍ଯ୍ୟ କରି ଅର୍ଜନ କରିଥିବା ଅଭିଜ୍ଞତା ତାଙ୍କୁ ଆଜି ନାସାର କାର୍ଯ୍ୟକାରୀ ମୁଖ୍ୟ ସ୍ତରକୁ ଆଣିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri