ନାସା କାର୍ଯ୍ୟକାରୀ ମୁଖ୍ୟ

ସ୍ପେଶ୍‌ ଟୁରିଜମ୍‌ ବା ମହାକାଶ ପର୍ଯ୍ୟଟନକୁ ଏକବିଂଶ ଶତାବ୍ଦୀର ଏକ ସୁନ୍ଦର ଆକର୍ଷଣ ବୋଲି ଧରାଗଲାଣି। ମହାକାଶ ବିଜ୍ଞାନୀ ବା ମହାକାଶଚାରୀଙ୍କ ଭଳି ସାଧାରଣ ମଣିଷ ଅର୍ଥ ଖର୍ଚ୍ଚ କଲେ ମହାକାଶକୁ ଯାତ୍ରା କରିପାରିବେ। ସେଠାକୁ ଯିବା ଲାଗି ଯାନ ନିର୍ମାଣରେ ଲାଗିଛନ୍ତି କମ୍ପାନୀ। ସ୍ପେସେକ୍ସ, ଭର୍ଜିନ୍‌ ଗାଲକ୍‌ଟିକ୍‌ ଏବଂ ବ୍ଲ୍ୟୁ ଅରିଜିନ୍‌ ଭଳି ସଂସ୍ଥା ମହାକାଶ ପର୍ଯ୍ୟଟନକୁ ବାସ୍ତବତାରେ ପରିଣତ କରିବା ଲାଗି ଯେଭଳି ଅହରହ ଉଦ୍ୟମ କରୁଛନ୍ତି, ‘ସ୍ବର୍ଗକୁ ନିଶୁଣି ନାହିଁ’ ବୋଲି ରହିଥିବା ଆପ୍ତବାକ୍ୟ ଅପ୍ରାସଙ୍ଗିକ ହୋଇଗଲାଣି। ଅର୍ଥାତ୍‌ ମଣିଷ ତା’ର ବୁଦ୍ଧି ଓ ପ୍ରଯୁକ୍ତିକୁ ଉପଯୋଗ କରି ଦିନେ ଯାହା ସରଗପୁରୀ ବୋଲି ଏକ ଅଦୃଶ୍ୟ ଅଞ୍ଚଳ ଭାବେ ବର୍ଣ୍ଣନା କରାଯାଉଥିଲା, ସେଠାରେ ବୁଲିବାର ପର୍ଯ୍ୟାପ୍ତ ସୁଯୋଗ ମିଳିଯିବ। ମହାକାଶ ଯାନ ନିର୍ମାଣ ଲାଗି ଘରୋଇ କମ୍ପାନୀଗୁଡ଼ିକ ସକାଶେ ଯୋଜନା ପ୍ରସ୍ତୁତ କରିବା ସହ ସ୍ପେଶ୍‌ ଟୁରିଜମ୍‌କୁ ବାସ୍ତବ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ-ଆମେରିକୀୟ ହେଉଛନ୍ତି ଭବ୍ୟା ଲାଲ୍‌। ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବା ପରେ ନିଜସ୍ବ ଗୁଣରେ ଗରୀୟାନ୍‌ ହୋଇଥିବା ବ୍ୟକ୍ତିଙ୍କୁ ଖୋଜି ତାଙ୍କ ପ୍ରଶାସନରେ ସ୍ଥାନ ଦେଉଛନ୍ତି। ନିକଟରେ ଆମେରିକାର ସ୍ବାଧୀନ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭବ୍ୟା ନିଯୁକ୍ତ ହେବା ପରେ ତାଙ୍କ ଅଭିଜ୍ଞତା ଓ ଦୂରଦୃଷ୍ଟି ବିଷୟରେ ଅନେକ ବିଷୟ ଜାଣିବାକୁ ମିଳିଛି। ନାସା ପକ୍ଷରୁ କୁହାଯାଇଛି ଯେ, ତାଙ୍କର ଇଞ୍ଜିନିୟରିଂ ଓ ମହାକାଶ ପ୍ରଯୁକ୍ତି ବିଷୟରେ ଯଥେଷ୍ଟ ଜ୍ଞାନ ରହିଛି।
ଭବ୍ୟା ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲଜିରୁ ନ୍ୟୁକ୍ଲିୟର ସାଇନ୍ସରେ ସ୍ନାତକ ଓ ସ୍ନାତକୋତ୍ତର ଏବଂ ଟେକ୍ନୋଲଜି ଆଣ୍ଡ୍‌ ପଲିସିରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଛନ୍ତି। ସେ ଜର୍ଜ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍‌ ପଲିସି ଆଣ୍ଡ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନରେ ଡକ୍ଟରେଟ୍‌ କରିଛନ୍ତି। ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ସେ କରିଥିବା ପରୀକ୍ଷଣ ତାଙ୍କୁ ସ୍ପେସ୍‌ ଟେକ୍ନୋଲଜି ଆଣ୍ଡ୍‌ ପଲିସି କମ୍ୟୁନିଟିର ସକ୍ରିୟ ସଦସ୍ୟ କରାଇପାରିଛି। ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସ କମିଟିର ୫ଟି ଉଚ୍ଚତର କମିଟିରେ ଭବ୍ୟା ଅଧ୍ୟକ୍ଷତା ଓ ସହ-ଅଧ୍ୟକ୍ଷତା କରି ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟମୋସ୍‌ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେଶନ ଫେଡେରାଲ ଆଡ୍‌ଭାଇଜରି କମିଟି ଅନ୍‌ କମର୍ସିଆଲ୍‌ ରିମୋଟ୍‌ ସେନ୍ସିଂରେ ସେ କ୍ରମାଗତ ଦୁଇ ଥର କାର୍ଯ୍ୟ କରିଛନ୍ତି। ନାସାର ଇନୋଭେଟିଭ୍‌ ଆଡ୍‌ଭାନ୍ସଡ୍‌ କନ୍‌ସେପ୍ଟସ ପ୍ରୋଗ୍ରାମ୍‌ର ଏକ୍ସଟର୍ନାଲ କାଉନ୍‌ସିଲ୍‌ ସଦସ୍ୟ ହେବାରେ ଭବ୍ୟା ଗୌରବ ଅର୍ଜନ କରିଛନ୍ତି। ସ୍ପେସ୍‌ ଇକୋନମି ବା ମହାକାଶ ଅର୍ଥନୀତି ସଂକ୍ରାନ୍ତ ଏକ ଲେଖାରେ ସେ ପ୍ରକାଶ କରିଛନ୍ତି ଯେ, ଏହି କ୍ଷେତ୍ରରେ ପ୍ରାୟ ୧୭୦ ବିଲିୟନ ଆମେରିକୀୟ ଡଲାର କାରବାର ହେବାର ଆକଳନ କରାଗଲାଣି।
ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭବ୍ୟା ନାସା ମୁଖ୍ୟାଳୟର ଦୈନନ୍ଦିନ ବ୍ୟାପାର ବୁଝିବା ସହ ସ୍ପେସ୍‌ ଏଜେନ୍ସିଗୁଡ଼ିକୁ କୌଶଳାତ୍ମକ ନିର୍ଦ୍ଦେଶ ଦେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସେ କହନ୍ତି, ୨୦୦୫ରୁ ୨୦୨୦ ଯାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଫେନ୍ସ ଆନାଲିସିସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ରେ ରିସର୍ଚ୍ଚ ଷ୍ଟାଫ୍‌ ଭାବେ କାର୍ଯ୍ୟ କରି ଅର୍ଜନ କରିଥିବା ଅଭିଜ୍ଞତା ତାଙ୍କୁ ଆଜି ନାସାର କାର୍ଯ୍ୟକାରୀ ମୁଖ୍ୟ ସ୍ତରକୁ ଆଣିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri