ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା

ଭୁବନେଶ୍ୱର, ୮।୬(ବ୍ୟୁରୋ): ଆଠଗଡ଼ ଡିଭିଜନରେ ଐତିହ୍ୟ ପ୍ରାଣୀ ହାତୀ ଯେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ତାହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ବଡ଼ମ୍ବା ରେଞ୍ଜରେ ଦୁଇଟି ସ୍ଥାନରେ ଗତ ୨ ଓ ୩ ତାରିଖରେ ଲଗାତର ଦୁଇଦିନରେ ଦୁଇଟି ହାତୀଙ୍କ କଙ୍କାଳକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ମାଟିତଳୁ ଖୋଳି ଉଦ୍ଧାର କରିଥିଲା। ଖାଲି ସେତିକି ନୁହେଁ, ଗତ ଫେବୃୟାରୀ ୮ରେ ମଧ୍ୟ ଅନୁରୂପ ଭାବେ ଏସ୍‌ଟିଏଫ୍‌ ନରସିଂହପୁର ୱେଷ୍ଟ ରେଞ୍ଜର ବାଲିକିଆରୀ ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ହାତୀର ଗଳିତ ମୃତଦେହ ଜବତ କରିଥିଲା। ସେହିଭଳି ୨୦୨୧ରେ ଏକ ହାତୀକୁ ବ୍ୟବଚ୍ଛେଦ ନ କରି ଲୁଣ ପକାଇ ପୋତା ହେଉଥିବା ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏସବୁ ଘଟଣାକୁ ନେଇ ଆଠଗଡ଼ ବନଖଣ୍ଡ ବିବାଦରେ ଥିବା ବେଳେ ନରସିଂହପୁର ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ଘୂରି ବୁଲୁଥିବାର ଘଟଣା ସାମ୍ନାକୁ ଆସିଛି।
ସୂଚନାନୁସାରେ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏ ନେଇ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଅପରାହ୍ନ ୪ଟାରେ ବିଧାୟକ ମିଶ୍ର ଏକ ଆହତ ଦନ୍ତା ହାତୀ ବିଷୟରେ ପୋଷ୍ଟ କରିଥିଲେ ଏବଂ ତା’ର ୩ ଟି ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ବିଧାୟକ ମିଶ୍ର ଏହି ହାତୀଟି ଗୁଳିବଦ୍ଧ ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ସେ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଆହତ ହାତୀ ବିଷୟରେ ଅବଗତ କରାଇଥିବା ଏବଂ ଯଥାଶୀଘ୍ର ନନ୍ଦନକାନନରୁ ବିଶେଷଜ୍ଞ ପ୍ରାଣୀ ଡାକ୍ତର ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଖାଲି ସେତିକି ନୁହେଁ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମଧ୍ୟ ବିଧାୟକ ଅଫିସରମାନଙ୍କ ସ୍ତରରେ ଯାହା କିଛି ସମ୍ଭବ ହୋଇପାରିବ ସେ ସବୁ ସୁବିଧା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ବଡ଼ମ୍ବା ବିଧାୟକଙ୍କର ଏହି ଫେସବୁକ ପୋଷ୍ଟ ପରେ ଘଟଣା ଏବେ ଚାରିଆଡ଼େ ବ୍ୟାପିଯାଇଛି। ଏଥିସହିତ ଆଠଗଡ଼ ବନଖଣ୍ଡ ପୁଣି ଲଜ୍ଜିତ ହୋଇଛି। ବାରମ୍ବାର ହାତୀ ଶିକାର ଘଟଣା ଆଠଗଡ଼ ବନଖଣ୍ଡର ନିଷ୍କ୍ରିୟତାକୁ ପଦାରେ ପକାଉଛି। ଏ ନେଇ ପିସିସିଏଫ୍‌ ବନ୍ୟପ୍ରାଣୀ ଶଶୀ ପଲ କହିଛନ୍ତି, ହାତୀର ଚିକିତ୍ସା ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ତେବେ ଗୁଳି ବାଜିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ପିସିସିଏଫ୍‌ ବିଧାୟକଙ୍କ ପୋଷ୍ଟରେ ମଧ୍ୟ କମେଣ୍ଟ ଦେଇ ହାତୀର ଚିକିତ୍ସା ବିଷୟରେ ଅବଗତ କରାଇଛନ୍ତି। ସୋମବାରଠାରୁ ହାତୀର ଚିକିତ୍ସା ହେଉଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣର ପ୍ରାଣୀ ଚିକିତ୍ସକଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଅନୁଗୋଳ ଆର୍‌ସିସିଏଫ୍‌ ଏହାର ମନିଟରିଂ କରୁଛନ୍ତି ବୋଲି ପିସିସିଏଫ୍‌ କମେଣ୍ଟରେ ଲେଖିଛନ୍ତି। ସେପଟେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଣେ ବିଧାୟକ ସ୍ବର ଉତ୍ତୋଳନ କରିଥିବାରୁ ଅନେକ ବନ୍ୟପ୍ରାଣୀ କର୍ମୀ ଏନେଇ ବିଧାୟକ ମିଶ୍ରଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ଘଟଣାରେ ବିଧାୟକଙ୍କ ପୋଷ୍ଟର ଉଦ୍ଦେଶ୍ୟ ଯାହା କିଛି ବି ହେଇଥାଉ ନା କାହିଁକି, ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ବିଧାୟକ ବା ଅନ୍ୟ ଜନ ପ୍ରତିନିଧିମାନେ ଯେଉଁଭଳି ଭାବେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି, ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ତାହା ରାଜ୍ୟରେ ଦେଖାଯାଏ ନାହିଁ। ବଡ଼ମ୍ବା ବିଧାୟକଙ୍କ ଏହି କାମ ଇତିହାସ ସୃଷ୍ଟି କଲା, ଯାହାକି ଅନ୍ୟ ରାଜନେତାଙ୍କ ଉପରେ ପ୍ରଭାବ ପକାଇବ। ବାରମ୍ବାର ହାତୀ ଅସୁରକ୍ଷିତ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ବନ ବିଭାଗ ଚୂପ୍‌ ବସିଥିଲା। କିନ୍ତୁ ବିଧାୟକଙ୍କ ପୋଷ୍ଟରେ ପିସିସିଏଫ ଭୟ କରି କମେଣ୍ଟ ଦେବାକୁ ବାଧ୍ୟହେଲେ। ଏହାପରେ ଡିଏଫ୍‌ଓମାନେ ଆପେ ବାଟକୁ ଆସିଯିବେ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri