ନରଗିସ୍‌ଙ୍କ ବିବାହ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ରାଜ କପୁର; ୯ ବର୍ଷର ସମ୍ପର୍କ ସତ୍ତ୍ୱେ ଏଥିପାଇଁ ପ୍ରେମରେ ପଡ଼ିଥିଲା ଭଟ୍ଟା

ବମ୍ବେ: ବଲିଉଡ୍‌ରେ ନାୟିକା-ନାୟକ ପ୍ରେମରେ ପଡ଼ିବା ସାଧାରଣ କଥା। ଏଯାବତ ଅନେକ ପ୍ରେମକାହାଣୀ ଦେଖିବାକୁ ମିଳିଥିବା ବେଳେ କିଛି ଭାଙ୍ଗିଛି, କିଛି ବିବାହର ରୂପ ନେଇଛି। ସେଭଳି ଏକ ଅଧା କାହାଣୀ ରହିଛି ଅଭିନେତା ରାଜ କପୁର- ଅଭିନେତ୍ରୀ ନରଗିସଙ୍କର।

୧୦ ବର୍ଷ ବୟସରେ ବଲିଉଡ୍‌ରେ ପାଦ ଥାପିଥିଲେ ରାଜ କପୁର। ସେ ଅନେକ ହିଟ୍‌ ସିନେମାରେ କାମ କରିଛନ୍ତି। ଆଓ୍ବାରା, ଶ୍ରୀ ୪୨୦, ଚୋରି-ଚୋରି, ଅନାଡି, ବୁଟ୍‌ ପଲିସ୍‌ ଏବଂ ସପନୋ କା ସୌଦାଗର ଆଦି ଫିଲରେ ରାଜ କପୁରଙ୍କ ଅଭିନୟ ଶୈଳୀ ବାରି ହୋଇ ପଡେ। ଅଭିନୟ ଜୀବନ ଭିତରେ ୧୯୪୫ ମସିହାରେ ନରଗିସ୍‌ଙ୍କ ସହ ପ୍ରଥମ ଦେଖା ହୋଇଥିଲା ରାଜ କପୁରଙ୍କର। ସେତେବେଳ ସମୟରେ ନରଗିସ୍‌ ବେଶ୍‌ ଲୋକପ୍ରିୟ ଥିଲେ। ୧୯୪୮ରେ ଉଭୟ ‘ଆଗ୍‌’ ଫିଲ୍ମରେ କାମ କରିଥିଲେ। ଏହାପରେ ସେମାନେ ଫିଲ୍ମ ‘ବରସାତ୍‌’, ‘ଆଓ୍ବାରା’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

ଏକାଠି ଫିଲ୍ମରେ କାମ କରିବା ସମୟରେ ରାଜ କପୁର-ନରଗିସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରଥମ ଦେଖାରୁ ହିଁ ନରଗିସ୍‌ଙ୍କୁ ମନ ଦେଇଥିଲେ ରାଜ କପୁର। ହେଲେ ସମ୍ପର୍କରେ ଟିକିଏ କେଁ ରହିଥିଲା। କାରଣ ପୂର୍ବରୁ ବିବାହିତ ଥିଲେ ରାଜ କପୁର। ତଥାପି ସେ ନରଗିସଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ୯ ବର୍ଷ ଧରି ପ୍ରେମ ଚାଲିଥିଲା। ଧିରେ ଧିରେ ନରଗିସ ରାଜ କପୁରଙ୍କ ବ୍ୟବହାରକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ। ରାଜ କପୁର ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ନରଗିସ ଭାବିଲେ। ଏପରିକି ତାଙ୍କ ଫିଲ୍ମରେ ନିଜର ଭୂମିକାକୁ ପସନ୍ଦ କରୁ ନ ଥିଲେ ନରଗିସ୍‌। ଶେଷରେ ୧୯୫୬ ଉଭୟ ଅଲଗା ହୋଇଯାଇଥିଲେ। ପରେ ୧୯୫୮ରେ ସୁନିଲ ଦତ୍ତଙ୍କୁ ବିବାହ କରିଥିଲେ ନରଗିସ। ଏହା ରାଜ କପୁରଙ୍କୁ ବହୁତ ଆଘାତ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭ ବଚ୍ଚନଙ୍କ ଅପେକ୍ଷା ତୁମେ ଜଣେ ଭଲ ଅଭିନେତା, ଏକଥା ଶୁଣି ଅଭିଷେକ କହିଲେ..

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହେବାକୁ ଚେଷ୍ଟା କରନ୍ତି। ଫିଲ୍ମ ‘ରିଫ୍ୟୁଜି’ରୁ କ୍ୟାରିୟର...

ସେହି ପ୍ରେମ, ସେହି କଥା…ପୁଣି ଥରେ ଧମାଲ ମଚାଇବ ‘ଗଦର’ ଏକ ପ୍ରେମ କଥା

ମୁମ୍ବାଇ: ତାରା ସିଂ ଏବଂ ସକିନାଙ୍କ ପ୍ରେମ କାହାଣୀ ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ଆସୁଛି। ସନି ଦେଓଲଙ୍କ ଅଭିନୀତ ‘ଗଦର’ ଏକ...

ଆକ୍ସନ ଅବତାର

ଶ୍ରଦ୍ଧାଙ୍କ ଖୁସି ଏବେ କହିଲେ ନ ସରେ। କାରଣ ଖୁବ୍‌ ଶୀଘ୍ର ସେ ବଡ ପରଦାରେ ଆକ୍ସନ ଅବତାରରେ ଦେଖାଦେବେ। ତେଣୁ ଏ ନେଇ ପ୍ରାରମ୍ଭିକ...

ଲକ୍‌ଡାଉନ୍‌ରେ ପ୍ରଶଂସକଙ୍କୁ ମା’ବାପା ହେବା ଖବର ଦେଇଛନ୍ତି ଏହିସବୁ ସେଲିବ୍ରିଟି

ସାରା ବିଶ୍ୱ କରୋନା ମହାମାରୀ ମୁକାବିଲା କରୁଥିବାବେଳେ କିଛି ସେଲିବ୍ରିଟି ଘରେ ରହି ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇଛନ୍ତି। ଅନେକ ପ୍ରସିଦ୍ଧ ସେଲିବ୍ରିଟି ଲକ୍‌ଡାଉନ୍‌ରେ ମାତା/ପିତା...

ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା

ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ...

ଆଇଫା ଆଓ୍ବାର୍ଡରେ ଘଟିଲା ଏମିତି, ନ ହସି ରହି ପାରିଲେନି ଦୀପିକା

ବହୁ ପ୍ରତୀକ୍ଷିତ ଆଇଫା ଆଓ୍ବାର୍ଡ ୨୦୧୯ ବୁଧବାର ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀ, ଅଭିନେତାଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା। ଗ୍ରୀନ୍‌ କାର୍ପେଟ୍‌ ଉପରେ...

ବଲିଉଡରେ ଡେବ୍ୟୁ କରିବେ ରବିନା ଟଣ୍ଡନଙ୍କ ଝିଅ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ସୋସିଆଲ ମିଡିଆରେ ସକ୍ରିୟ। ମା’ ରବିନାଙ୍କ ସହ ରାଶାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳେ। ଏହା...

ଐଶ୍ଚର୍ଯ୍ୟାଙ୍କୁ କୋର୍ଟ ନୋଟିସ୍‌

ମୁମ୍ବାଇ,୧୭।୧:ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ କୋର୍ଟ ପକ୍ଷରୁ ନୋଟିସ ପଠାଇଯାଇଛି। ଜମି ଟିକସ ବକେୟା ମାମଲାରେ ଏହି ନୋଟିସ୍‌...

Advertisement
Archives

Model This Week