ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇଲେ ବାଇଡେନ୍‌, ଡବ୍ଲୁଏଚ୍‌ଓରେ ପୁଣିଥରେ ସାମିଲ ହେବ ଆମେରିକା!

ୱାଶିଂଟନ,୨୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛନ୍ତି । ବାଇଡେନ୍ କହିଛନ୍ତି ଆମେରିକା ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ରେ ସାମିଲ ହେବ । ଏହା ପୂର୍ବରୁ ଟ୍ରମ୍ପ କରୋନା ଭାଇରସ ସଂକ୍ରମଣକୁ ନେଇ ଡବ୍ଲୁଏଚ୍‌ଓ ଉପରେ ଅଭିଯୋଗ କରି ଆସୁଥିଲେ । ଆଉ କହିଥିଲେ ଆମେରିକା ଡବ୍ଲୁଏଚ୍‌ଓଠାରୁ ଅଲଗା ହୋଇଯିବ । ଗତ ଏପ୍ରିଲରେ ଟ୍ରମ୍ପ ଏହି ଘୋଷଣା କରିଥିଲେ । ଟ୍ରମ୍ପ କହିଥିଲେ ଡବ୍ଲୁଏଚ୍‌ଓ କରୋନା ଭାଇରସକୁ ନେଇ ବିଶ୍ୱକୁ ଭ୍ରମରେ ପକାଉଛି । ଯାହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ହେଲେ ଏବେ ବାଇଡେନ୍ କହିଛନ୍ତି ତାଙ୍କ ପ୍ରଶାସନ ପ୍ରଥମ ଦିନରୁ ହିଁ ଡବ୍ଲୁଏଚ୍‌ଓ ସହ ସାମିଲ ହେବ । ତେବେ ଚାଇନାକୁ ନେଇ ବାଇଡେନ୍ କହିଛନ୍ତି, ଚାଇନାକୁ ଏଥର ସମସ୍ତ ନିୟମ ପାଳନ କରିବାକୁ ପଡିବ ଓ ସେହି ହିସାବରେ କାମ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଚର୍ଚ୍ଚ ଖୋଲିବା ଉପରେ ଲାଗିଥିଲା ପ୍ରତିବନ୍ଧକ: ଏପରି କଲେ ପାଦ୍ରୀ

ମହାମାରୀ କରୋନା ଯୋଗୁ ଆମେରିକାର କାଲିଫର୍ନିଆ ସହରରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହି ଳକ୍‌ଡାଉନ୍‌ରେ ପେଟ୍ରୋଲ ଷ୍ଟେଶନ ଏବଂ ସୁପର ମାର୍କେଲ ଖୋଲିବାକୁ...

ରୁଷିଆକୁ ପୁଣି ଝଟ୍‌କା, ମାଷ୍ଟରକାର୍ଡ ପକ୍ଷରୁ ବଡ ପଦକ୍ଷେପ…

କ୍ୱିଭ୍‌,୧।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ମାଷ୍ଟରକାର୍ଡ ପକ୍ଷରୁ ମଧ୍ୟ ଏକ ବଡ ପଦକ୍ଷେପ ନେଇଛି। ୟୁକ୍ରେନ ଉପରେ ଆକ୍ରମଣ ଷଷ୍ଠ ଦିନରେ...

ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ସଙ୍କଟ

ଜେନିଭା, ୧୦ା୬: ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ସଙ୍କଟ ଦେଖିବାକୁ ମିଳିଛି। ଦେଶର ୪୦% ଅର୍ଥାତ୍‌ ୧୦ ନିୟୁତ ଲୋକ ଠିକ୍‌ ଭାବେ ଖାଇବାକୁ ପାଉନାହାନ୍ତି...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

୧୭ ତାଲିବାନୀ ମନ୍ତ୍ରୀଙ୍କ ଉପରେ ଝୁଲୁଛି ସୁରକ୍ଷା ପରିଷଦ ଖଣ୍ଡା…

ଜେନେଭା/କାବୁଲ,୧୧।୯: ତାଲିବାନର ନୂଆ ସରକାରରେ ୩୩ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁମୋଦିତ ହୋଇଥିବା...

କରୋନା ଟିକାକୁ ପେଟେଣ୍ଟ୍‌ ମୁକ୍ତ ପାଇଁ ସହମତି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୩ : ଭାରତ, ଆମେରିକା, ୟୁରୋପୀୟ ୟୁନିଅନ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା ଉତ୍ପାଦନକୁ ପେଟେଣ୍ଟମୁକ୍ତ କରିବାକୁ ରାଜି ହୋଇଛନ୍ତି। ଡବ୍ଲ୍ୟୁଟିଏଚଓ ଏହି ଚୁକ୍ତିନାମାକୁ...

ଜାପାନରୁ ଉଠିଲା ଜରୁରୀ ସ୍ଥିତି

ଟୋକିଓ,୨୬ା୫: ଜାପାନରେ ଲାଗୁ ହୋଇଥିବା କରୋନା ଜନିତ ଜରୁରୀ ସ୍ଥିତିକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଉଠାଇ ଦେଇଛନ୍ତି। ପୂର୍ବରୁ କେତେକ ଅଞ୍ଚଳରୁ ଇମର୍ଜେନ୍ସି ଉଠିଥିବାବେଳେ...

ଇମ୍ରାନ୍‌ଙ୍କ ଧମକ, ପଦରୁ ହଟାଇଲେ ହେବି ଭୟଙ୍କର…

ଇସଲାମାବାଦ୍‌, ୨୪।୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିରୋଧି ଦଳମାନଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ...

Advertisement
Archives

Model This Week