Posted inଫୁରସତ

ସାମାନ୍ୟ ଅଣ୍ଡା ଖୋଳ ଯୋଗୁ ଟଳିଗଲା ବଡ଼ ବିପଦ: ବଞ୍ଚିଗଲା ଜୀବନ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ”ଭଗବାନ୍‌ ଯାହା କରନ୍ତି ପ୍ରାଣୀର ମଙ୍ଗଳପାଇଁ। ଏହାକୁ ଦେଖିଲେ ଆପଣଙ୍କୁ ଲାଗିବ ଯେ, ଅଣ୍ଡାଖୋଳ ପାଇଁ ପ୍ରାଣୀଟି ବଡ଼ ବିପଦରେ ପଡ଼ିଛି। ମାତ୍ର କିଛି ସମୟ ପରେ ଦେଖିବେ କିପରି ସାମାନ୍ୟ ଅଣ୍ଡା ଖୋଳ ଯୋଗୁ ବିପଦ ଟଳି ଯାଇଛି। ଏକ ପ୍ରାଣୀ ବଞ୍ଚି ଯାଇଛି। ମିର୍କାଟସ ନାମକ ଏକ ପ୍ରାଣୀ ଅଣ୍ଡା ଖୋଳ ଭିତରେ ମୁଣ୍ଡ ପୂରାଇ ଦେଇଛି। ପରେ ସେ ଏହାକୁ ବାହାର କରିବାକୁ ଚେଷ୍ଟା କରୁଛି ମାତ୍ର ପାରୁ ନାହିଁ। ସେହି ସମୟରେ ଲାଗିବ ଖୋଳ ଲାଗି ସେ ବଡ଼ ହଇରାଣ ହେଉଛି। କିଛି ସମୟ ପରେ ଅଧା ଅଣ୍ଡା ଖୋଳ ଭାଙ୍ଗି ଯାଇଛି। କିଛି ଅଂଶ ତାର ମୁଣ୍ଡରେ ରହି ଯାଇଛି। ଏହି ସମୟରେ ଏକ ଛଞ୍ଚାଣ ତାକୁ ଶିକାର କରିବାକୁ ଆସିଲା ବେଳେ ସେ ଗାତରେ ପଶି ଯାଉଛି। ଅଣ୍ଡା ଖୋଳ ଛଞ୍ଚାଣ ବେକରେ ପଶି ତାକୁ କଷ୍ଟ ଦେଉଛି। ଯାହା ଦ୍ୱାରା ସେ ପ୍ରାଣୀଟିକୁ ଶିକାର କରିପାରୁ ନାହିଁ

ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ଗଳିକି ଚାହୁଁଥିଲା ବୋଲି ଡେଇଁପଡ଼ି ଏମିତି କଲା ଛୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପ୍ରେମିକାଙ୍କୁ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଲେ ରାଜା

ଥାଇଲାଣ୍ଡର ୬୮ ବର୍ଷୀୟ ରାଜା ମହା ଭାଜିରାଲଙ୍ଗକର୍ନ ନିଜ ୩୨ ବର୍ଷୀୟା ପ୍ରେମିକା ସିନିନଟ ଓ୍ବଙ୍ଗଭାଜିରାପକଡିଙ୍କୁ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ରାଜା ମହା...

ବ୍ୟକ୍ତିତ୍ୱ: ଅନୁରାଧା ଭଟ୍ଟାଚାର୍ଯ୍ୟ

ପ୍ରଥମେ ମନରେ ଜନ୍ମନିଏ ଫାଣ୍ଟାସୀ। ଏହାକୁ ନେଇ ଜଣେ ମନ ଭିତରେ ଚିତ୍ର ଆଙ୍କେ। ତା’ପରେ ତାହା କଳା ବା ସାହିତ୍ୟର ରୂପ ନିଏ। ତେବେ...

ବୃହତ୍‌ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହେଲା…

ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ...

ଅନ୍‌ଲାଇନ୍‌ରେ ଯୁବକ ମଗାଇଥିଲେ ସେଓ, ଆସିଲା ଏମିତି ଜିନିଷ; ଦେଖି ହେଲେ ଆଶ୍ଚର୍ଯ୍ୟ

ଯୁକ୍ତରାଷ୍ଟ୍ର ଆମେରିକାର ନିକ୍‌ ଜେମ୍ସ ନାମକ ଜଣେ ଯୁବକ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ଘଣକରଣା ସାମଗ୍ରୀ ସହିତ ସେ...

କରୋନା ସମୟରେ ଚାଲିଗଲା ମହିଳାଙ୍କ ଚାକିରି, ଖୋଲିଲେ ଢାବା; ଏଠାରେ ୩୦ ଟଙ୍କାରେ ମିଳୁଛି ନାନା ବ୍ୟଞ୍ଜନ

ଲକ୍ଷ୍ନୌ,୧୭।୪: କରୋନା ମହାମାରୀ ଯୋଗୁ ଦେଶରେ ବହୁ ଲୋକ ବେରୋଜଗାର ହୋଇଛନ୍ତି। ପରିବାର ପ୍ରତିପୋଷଣ କରିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡୁଛି। ଯେଉଁ ଲୋକମାନଙ୍କର ଚାକିରି...

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ...

ଛାତ ଭାଙ୍ଗି ରୋଷେଇ ଘରେ ଲ୍ୟାଣ୍ଡିଂ କଲେ ସୈନ୍ୟ

ଓ୍ବାଶିଂଟନ୍‌,୧୨।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାରାଚ୍ୟୁଟ ଟ୍ରେନିଂ ନେଉଥିବା ଜଣେ ସୈନ୍ୟ ଭୁଲରେ ଏକ ଘରର ଛାତ ଉପରେ ଲ୍ୟାଣ୍ଡିଂ...

Advertisement
Archives

Model This Week