Posted inଜାତୀୟ

ଏନ୍‌ଇପିକୁ ଏକ ବର୍ଷ, ନିର୍ମାଣ ହେବ ନୂଆ ଭବିଷ୍ୟତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ ।୭: ନ୍ୟାଶନାଲ ଏଜୁକେଶନ ପଲିସି ବା ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନ୍‌ଇପି) କୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଏନ୍‌ଇପି ପାଇଁ ଶିକ୍ଷକମାନେ ଖୁବ୍ ପରିଶ୍ରମ କରିଛନ୍ତି ଏହାକୁ ଠିଆ କରାଇବାକୁ । କରୋନା ସମୟରେ ବି ଖୁବ୍ କାମ ହୋଇଛି । ଗୁରୁବାର ଆୟୋଜିତ ଏକ କାର୍ଯ୍ୟକମରେ ଯୋଗ ଦେଇ ମୋଦି କହିଛନ୍ତି କରୋନା ସମୟରେ ବି ନୂଆ ଶିକ୍ଷା ନୀତି ଉପରେ ବହୁତ କାମ ହୋଇଛି । ଯାହା ଦ୍ୱାରା ନୂଆ ଭବିଷ୍ୟତର ନିର୍ମାଣ ହୋଇ ପାରିବ । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀ ଓ ସମସ୍ତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭବିଷ୍ୟତରେ ଆମେ କେତେ ଉପରକୁ ଯାଇ ପାରିବା ତାହା ବର୍ତ୍ତମାନର ଯୁବବର୍ଗକୁ ମିଳୁଥିବା ଶିକ୍ଷାରୁ ଜଣାପଡିବ । ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ନୂଆ ଶିକ୍ଷା ନୀତି ଗୋଟିଏ ବଡ ଫ୍ୟାକ୍ଟର ବୋଲି ମୋଦି କହିଛନ୍ତି । ବର୍ତ୍ତମାନର ଯୁବପିଢି ନିଜ ହିସାବରେ ନିଜ ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି । ରାଷ୍ଟ୍ରୀୟ ଶିକ୍ଷା ନୀତି ସେମାନଙ୍କୁ ବିଶ୍ୱାସ ଦେଉଛି କି ଏହା ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ସହ ରହିଛି । ଯେଉଁ ଆର୍ଟିଫିସିଆଲ ପ୍ରୋଗ୍ରାମକୁ ଲଞ୍ଚ କରାଯାଇଛି ତାହାବି ଆମ ଯୁବବର୍ଗଙ୍କୁ ଫ୍ୟୁଚର ସରିଏଣ୍ଟେଡ କରିବ । ସେମାନଙ୍କ ପାଇଁ ଅନେକ ରାସ୍ତା ଖୋଲିବ ।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ଶ୍ରୀନଗର,୪।୧୧: ଯବାନଙ୍କ ସହ ଦୀପାବଳି ମନାଇବା ପାଇଁ ସୀମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ସକାଳ ୧୦.୩୦ ମିନିଟରେ ନୌସେରା ସେକ୍ଟରରେ...

ଅନ୍‌ଲକ୍‌-୩: ମେଟ୍ରୋ-ସ୍କୁଲ୍‌ ରହିବ ବନ୍ଦ

ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ଜୁଲାଇ ୩୧ରେ ଅନ୍‌ଲକ୍‌-୨...

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ହେମକୁଣ୍ଡ ସାହିବ ଗୁରୁଦ୍ୱାର

ଡେରାଡୁନ,୧।୬: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରକୁ ଶନିବାର ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଦୀର୍ଘ ୬ ମାସ ହେବ ଶୀତ ପାଇଁ...

ଭାଜପା ପାର୍‌ କଲା ୩ଶହ ମାଇଲ୍‌ ଖୁଣ୍ଟ: ୩୨୯ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଭାଜପା ୩ଶହ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ୫୪୨ ଲୋକ ସଭା ଆସନ ମଧ୍ୟରୁ ଗଣତି ହୋଇଥିବା ୫୩୭...

ପ୍ରତିରକ୍ଷା ବିଭାଗ ସମ୍ଭାଳିବା ପୂର୍ବରୁ ଓ୍ବାର ମେମୋରିୟାଲ ପହଞ୍ଚିଲେ ରାଜନାଥ

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପ୍ରତିରକ୍ଷା ବିଭାଗ ମିଳିଛି ବରିଷ୍ଠ ନେତା ରାଜନାଥ ସିଂଙ୍କୁ। ଶୁକ୍ରବାର ତାଙ୍କୁ ଏହି ଦାୟିତ୍ୱ ମିଳିଛି। ଶନିବାର ଦାୟିତ୍ୱ ଗ୍ରହଣ ପୂର୍ବରୁ...

ପୁଲ୍‌ଓ୍ବାମା ଆକ୍ରମଣ: ଜଣେ ଗିରଫ

ପୁଲ୍‌ଓ୍ବାମା,୨୯ା୨(ପି.ଟି.):ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଶୁକ୍ରବାର ପ୍ରଥମ ବଡ଼ ସଫଳତା ମିଳିଛି। ଗତବର୍ଷ ଫେବୃୟାରୀ ୧୪ରେ ହୋଇଥିବା ଏହି ଆତ୍ମଘାତୀ...

କରୋନାର ନୂଆ ସ୍ବରୂପ: ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୩।୧୨: କରୋନା ଭୂତାଣୁର ନୂଆ ସ୍ବରୂପ ନେଇ ଦିଲ୍ଲୀ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବ୍ରିଟେନ୍‌ରୁ ଦିଲ୍ଲୀ ଫେରିଥିବା ଲୋକଙ୍କର ଯାଞ୍ଚ୍‌...

ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ମୁମ୍ବାଇ,୧୩ ।୧: ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଉପରେ ଜଣେ ଗାୟିକା ବଳାତ୍କାର ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ମୁମ୍ବାଇର ଓଶିବରା...

Advertisement
Archives

Model This Week