ଭୁବନେଶ୍ୱରରେ ଶୁଟିଂ ହେବ ନନ୍ଦିତାଙ୍କ ଚଳଚ୍ଚିତ୍ର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ ହେବ। ଏଥିରେ କମେଡିଆନ କପିଲ ଶର୍ମା ଓ ଶାହାନା ଗୋସ୍ବାମୀ ଅଭିନୟ କରିବେ। ଚଳିତ ମାସ ଶେଷଆଡ଼କୁ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ। ତେବେ ଏହି ଚଳଚ୍ଚିତ୍ର ନାମ କ’ଣ ରହିଛି ତାହାକୁ ନନ୍ଦିତା ଘୋଷଣା କରିନାହାନ୍ତି। ୨୦୧୮ରେ ସେ ବାୟୋ ପିକ୍‌ ‘ମୋଣ୍ଟୋ’ରେ ବିଶେଷ ସଫଳତା ପାଇବା ପରେ ନନ୍ଦିତା ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ କରିବାକୁ ଚାହୁଁଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ପ୍ରୋଜେକ୍ଟ ଆପଲଜ ଏଣ୍ଟରଟେନ୍‌ମେଣ୍ଟ ଓ ନନ୍ଦିତା ଦାସ ଇନିସିଏଟିଭ ଦ୍ୱାରା ପ୍ରଯୋଜିତ କରାଯାଇଛି। ଏହି ଚଳଚ୍ଚିତ୍ରରେ କପିଲଙ୍କୁ ଜଣେ ଫୁଡ ଡେଲିଭରି ବୟ ଚରିତ୍ରରେ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କପିଲ କହିଛନ୍ତି, ମୁଁ ନନ୍ଦିତା ଦାସଙ୍କ ଚଳଚ୍ଚିତ୍ରକୁ ନେଇ ବେଶ୍‌ ଖୁସି ଅଛି। ମୋତେ ଦର୍ଶକ ଏକ ନୂଆ ରୂପରେ ଦେଖିବାକୁ ପାଇବେ, ଯାହାକୁ ନେଇ ମୁଁ ଉତ୍ସାହିତ ଅଛି। ଚଳଚ୍ଚିତ୍ରର ପ୍ରଚ୍ଛଦପଟରେ ଥିବା ନନ୍ଦିତା ଦାସ ଓ ସମୀର ନୈରଙ୍କ ସହ କାମ କରିବାର ସୁଯୋଗ ତାଙ୍କୁ ଆନନ୍ଦ ଆଣି ଦେଇଛି। କପିଲଙ୍କ ବିପକ୍ଷରେ ସୁହାନା ପତ୍ନୀ ଭୂମିକାରେ ଅଭିନୟ କରିବେ। ଅନ୍ୟପକ୍ଷେ ନନ୍ଦିତା ଦାସ କହିଛନ୍ତି, ଜଣେ ସାଧାରଣ ମଣିଷକୁ ପ୍ରତିନିଧିତ୍ୱ କରିବାର ସମ୍ପୂର୍ଣ୍ଣ କ୍ଷମତା କପିଲଙ୍କ ପାଖରେ ରହିଛି। ସେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି। ଏଥିସହ ସାଧାରଣ ଲୋକଙ୍କ ଆଖିରେ ଲୁଚି ରହିଥିବା କଥାକୁ ସେ ଏହି ଫିଲ୍ମ ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ନନ୍ଦିତା ଏବେ ଭୁବନେଶ୍ୱର ଗସ୍ତରେ ଆସିଥିବା ସହ ଆଗାମୀ ଚଳଚ୍ଚିତ୍ର ଶୁଟିଂକୁ ନେଇ ବେଶ୍‌ ଉତ୍ସାହୀ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri